/odishatv-khabar/media/media_files/2025/11/27/highcourt-2025-11-27-09-56-12.jpg)
HIGHCOURT Photograph: (OTV)
ମହଙ୍ଗା ପଡ଼ିଲା ବିଚାରାଧୀନ କଏଦୀଙ୍କ ଚିକିତ୍ସାରେ ଅବହେଳା। ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ୮ବର୍ଷ ପରେ ମୃତକଙ୍କ ପତ୍ନୀଙ୍କୁ ମିଳିଲା ନ୍ୟାୟ। ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ୬ ସପ୍ତାହ ଭିତରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ ଜିଲ୍ଲା ନିମାପଡା ସବ୍ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଉପଯୁକ୍ତ ଚିକିତ୍ସା ନପାଇ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିଲା। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ କଏଦୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ୨୦୧୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପତ୍ନୀ।
ରେକର୍ଡରେ ଉପଲବ୍ଧ ତଥ୍ୟ, ମୃତ ବ୍ୟକ୍ତିଙ୍କ ରୋଜଗାର ଓ ଆବେଦନକାରୀଙ୍କ ଭବିଷ୍ୟତ ଜୀବନକୁ ବିଚାରକୁ ନେଇ କ୍ଷତିପୂରଣ ରାଶି ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସବିତା ନିଶଙ୍କଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।
ମୃତକ ବିଚାରାଧୀନ ବନ୍ଦୀ କୃତିବାସ ଖଟେଇ ପିପିଲି ଥାନାରେ ରୁଜୁ ଏକ ମାମଲାରେ ୨୦୧୬, ସେପ୍ଟେମ୍ବର ୨୦ରେ ଗିରଫ ହୋଇ ଜେଲ ଯାଇଥିଲେ। ବିଚାରାଧୀନ ଅବସ୍ଥାରେ ୨୦୧୭, ଜାନୁଆରି ୨୬ରେ ତାଙ୍କର ମୃତ୍ୟୁ ହୋଇଥିଲା।
• ୨୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ
• ମହଙ୍ଗା ପଡ଼ିଲା ବିଚାରାଧୀନ କଏଦୀଙ୍କ ଚିକିତ୍ସା ଅବହେଳା
• ୨୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
• ୮ବର୍ଷ ପରେ ମୃତକଙ୍କ ପତ୍ନୀଙ୍କୁ ମିଳିଲା ନ୍ୟାୟ
• ୨୦ଲକ୍ଷ ଟଙ୍କା ୬ ସପ୍ତାହ ଭିତରେ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ
• ନିମାପଡା ସବ୍ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣକୁ ଦାୟୀ କରାଯାଇଛି
• ଉପଯୁକ୍ତ ଚିକିତ୍ସା ନପାଇ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିଲା
Major Crackdown in Jaleswar: ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ: ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ବାଲି ଭର୍ତ୍ତି ଗାଡି ଜବତ

Attack Near White House: ହ୍ବାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ, ଆତଙ୍କୀ ହମଲା କହିଲେ ଟ୍ରମ୍ପ

Hong Kong fire : ହୁତୁ ହୁତୁ ଜଳିଗଲା ସୁଉଚ୍ଚ ଆପାର୍ଟମେଣ୍ଟ, ଜୀବନ୍ତ ଜଳିଗଲେ ୪୪ ଜଣ

Daily Horoscope 27th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)