/odishatv-khabar/media/media_files/2025/11/23/google-map-2025-11-23-16-00-16.jpg)
google map Photograph: (OTV)
ବାଟବଣା କଲା କି ଗୁଗୁଲ ମ୍ୟାପ୍ ? ହଠାତ୍ ନେଟୱାର୍କ କଟିଯିବାରୁ କାମ କରିନଥିଲା ମ୍ୟାପ୍ । ଅନ୍ଧାର ରାସ୍ତାରେ ଆଉ ବାଟ ପାଇ ନଥିଲେ ଡ୍ରାଇଭର। ଶେଷରେ ଘାଟି ତଳକୁ ଖସି ପଡ଼ିଥିଲା ବନ୍ଧା କୋବି ବୋଝେଇ ଟ୍ରକ।
କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟିରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଟ୍ରକ ଡ୍ରାଇଭରଙ୍କ ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ହସ୍ପିଟାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ ଦେବଦୂତ ସାଜି ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ମଧ୍ୟପ୍ରଦେଶରୁ ଟ୍ରକଟି ବନ୍ଧା କୋବି ବୋଝେଇ କରି ୫୯ ନମ୍ବର ଜାତୀୟ ରାଜପଥ ଘାଟି ରାସ୍ତା ଦେଇ ଗଞ୍ଜାମ ହିଞ୍ଜିଲିକାଟୁ ଅଭିମୁଖେ ଯାଉଥିଲା। ହଠାତ୍ ନେଟୱାର୍କ ସମସ୍ୟା ଯୋଗୁଁ ଗୁଗୁଲ ମ୍ୟାପ୍ ଧୋକା ଦେଇଥିଲା । ଡ୍ରାଇଭର ଜଣକ ଅନ୍ଧାର ରାତିରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇବାରୁ ଟ୍ରକଟି ଘାଟି ତଳକୁ ଖସି ପଡ଼ିଛି।
ବନ୍ଧା କୋବି ଦେଖି ଯିଏ ପାରିଲା ବୋହି ନେଲା ବସ୍ତା ବସ୍ତା କୋବି। କିଏ ବ୍ୟାଗରେ କିଏ ବସ୍ତାରେ ବୋହିଲେ । ବନ୍ଧା କୋବି ନେବାକୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ।
ବାଟବଣା କଲା କି ଗୁଗୁଲ ମ୍ୟାପ୍ ?
ଗାଜଲବାଡ଼ି ଘାଟିରେ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍
ଡ୍ରାଇଭରଙ୍କ ସହ ଅନ୍ୟ ୨ ଜଣ ଗୁରୁତର, ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ନେଟୱର୍କ କଟିଯିବାରୁ କାମ କରିନଥିଲା ଗୁଗୁଲ୍ ମ୍ୟାପ୍
ଅନ୍ଧାରରେ ଘାଟି ତଳକୁ ଖସି ପଡ଼ିଥିଲା ବନ୍ଧା କୋବି ବୋଝେଇ ଟ୍ରକ
Artificial Floating Island: ବିଶ୍ବର ପ୍ରଥମ କୃତ୍ରିମ ଭାସମାନ ଦ୍ବୀପ, ପରମାଣୁ ବିସ୍ଫୋରଣ ବିଗାଡି ପାରିବନି କି ବାତ୍ୟାରେ ବି କ୍ଷତି ହେବନି

Youth Arrested for Kidnapping College Girl: ଲିଫ୍ଟ ଦେବାକୁ କହି କଲେଜ ଛାତ୍ରୀଙ୍କୁ ଅପହରଣ, ଗିରଫ କଲା ମହିଳା ଥାନା ପୋଲିସ

No Network, Big Trouble: ମୋବାଇଲ୍ ନେଟୱର୍କ କଟିଯିବାରୁ… ଘଟିଲା ଏମିତି ଅଘଟଣ

Big Relief for Employees: ଏଣିକି ବର୍ଷକରେ ମିଳିବ ଗ୍ରାଚୁଇଟି, ଆଉ ୫ ବର୍ଷ କରିବାକୁ ପଡିବନି ଅପେକ୍ଷା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)