/odishatv-khabar/media/media_files/2025/10/28/mother-and-son-2025-10-28-22-29-57.jpg)
MOTHER-AND-SON Photograph: (OTV)
ମାଆ ଆଖିର ନୟନ ପିତୁଳା ଥିଲା ସେ । ଠାକୁରଙ୍କ ପାଖରେ କେତେ ମାନସିକ ଓ ପୂଜା କରି ମାଆ ପାଇଥିଲା ତାର ଗେହ୍ଲା ପୁଅକୁ । କେତେ ଆଦର ସ୍ନେହରେ ଛୋଟରୁ ବଡ଼ କରିଥିଲା । ମାଆ ଭାବିଥିଲା ଶେଷ ସମୟରେ ପୁଅ ତାର ମୁହଁରେ ନିଆଁ ଦେବ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଆଜି ଗୋଟିଏ ଜୁଇରେ ଜଳିଲେ ମାଆ ଓ ପୁଅ ।
ଏହି ଘଟଣା ସମସ୍ତଙ୍କ ମନରେ ଅନେକ କଷ୍ଟ ଦେଇଛି। ଜୀବନ କେବେ କେବେ ଏମିତି ଆଘାତ ଦେଇଯାଏ, ଯାହାକୁ ଶବ୍ଦରେ ବୁଝାଇବା ଵହୁ କଷ୍ଟ। ତାକୁ କେବଳ ଅନୁଭବ କରିହେବ । ମାଆ ପ୍ରଥମେ ଅନ୍ତଫାଡି ଜନ୍ମ କରିଥିଲା । ପରେ କିଡନୀ ଦେଇ ପୁଅକୁ ଦ୍ଵିତୀୟ ଜନ୍ମ ଦେଇଥିଲେ। ଆଉ ଜାରି ରଖିଥିଲା ତାର ସଂଘର୍ଷ ।
ଭଦ୍ରକ ଧାମନଗର ବ୍ଲକର ଖଡିପଦା ପଞ୍ଚାୟତ କୋରକଦା ଗ୍ରାମର ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ଜୀବନ ଓ ମୃତ୍ୟୁ ମଧ୍ୟରେ ଲଢ଼ୁଥିବା ପୁଅ ପାଇଁ ମାଆ ମୀରା ତ୍ରିପାଠୀ ନିଜର ଗୋଟିଏ କିଡନୀ ଦେଇଥିଲେ। ଗ୍ରାମବାସୀ ଓ କିଛି ବ୍ୟକ୍ତିଙ୍କ ସହାୟତାରେ ଖର୍ଚ୍ଚ ବହୁଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। କିଛି ଦିନ ମଧ୍ୟ ପୁଅ ସୁସ୍ଥ ହୋଇ ଜୀବନଯାପନ କରିଥିଲେ। ଦୁଇ ବର୍ଷ ଧରି ମାଆ ଓ ପୁଅ ଦୁହେଁ ଏକାଠି ସଂଘର୍ଷ କରିଥିଲେ ଖୁସିରେ ବଞ୍ଚିବା ପାଇଁ । ପୁଅ ହସିଲେ ମା ଶକ୍ତି ପାଉଥିଲା । ତାରି ମୁହଁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲା । ଆଉ ତାରି ଭିତରେ ବଞ୍ଚିବାର ରାହା ଖୋଜୁଥିଲା ।
ଆଜି ସକାଳେ ସତ୍ୟରଞ୍ଜନ ହଠାତ୍ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ। ଚିକିତ୍ସା ପାଇଁ ଭୁବନେଶ୍ଵର ଯାଉଥିବା ବେଳେ ବାଟରେ ତାଙ୍କର ଜୀବନ ଚାଲିଗଲା । ଘରକୁ ଫେରିଲା ପୁଅର ଶବ । ପୁଅର ମୃତ୍ୟୁ ଖବର ଶୁଣି ସହିପାରିନଥିଲେ ମାଆ ମୀରା ତ୍ରିପାଠୀ । ଅଚାନକ ତାଙ୍କର ବି ମୃତ୍ୟୁ ଘଟିଥିଲା। ପୁଅ ପାଇଁ କିଡନୀ ଦେଇଥିବା ସେଇ ମା ବଞ୍ଚିପାରିଲା ନାହିଁ ତାର ଗଣ୍ଠିଧନ ବିନା ।
ଗାଁରେ ଏବେ ଶୋକର ନୀରବତା । ଧାମନଗର ଆଜି ନୀରବ । ଆକାଶ ବି କାନ୍ଦୁଛି । ଅନବରତ ବର୍ଷି ଚାଲିଛି । ଏହି ମା-ପୁଅଙ୍କ ଭଲ ପାଇବା ସଦା ସର୍ବଦା ପାଇଁ ମନେ ରହିବ। ଗ୍ରାମବାସୀ ନିଜର କୋହକୁ ମନରେ ଚାପି ମାଆ ଓ ପୁଅକୁ ଏକା ସାଙ୍ଗରେ ଯାଜପୁର ଜିଲ୍ଲାର ଦଶାଶ୍ବମେଧ ଘାଟରେ ଅନ୍ତିମ ସଂସ୍କାର କରିଥିଲେ ।
Woman Tourist Attacks: ଜୀବନ ବଞ୍ଚାଇବାରୁ ଲାଇଫଗାର୍ଡଙ୍କୁ ଚପଲରେ ମାଡ଼ , ମହିଳା ପର୍ଯ୍ୟଟକଙ୍କ ଦୁର୍ବ୍ୟବହାର

Montha: ବାତ୍ୟା ପାଇଁ ଭୂସ୍ଖଳନ ଡର, କଳିଙ୍ଗା ଘାଟି ରୋଡ ସିଲ୍

Odisha on High Alert: ଗର୍ଜୁଛି ସମୁଦ୍ର, ମାଡି ଆସୁଛି ଭୀଷଣ ବାତ୍ୟା...ଆଉ ମାତ୍ର କେଇ ଘଣ୍ଟା

Hurricane Melissa Goes Viral: ଆକାଶମାର୍ଗରୁ ବାତ୍ୟାର ଭିଡିଓ ଭାଇରାଲ , କି ଭୟଙ୍କର ଦୃଶ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)