Advertisment

Hurricane Melissa Goes Viral: ଆକାଶମାର୍ଗରୁ ବାତ୍ୟାର ଭିଡିଓ ଭାଇରାଲ , କି ଭୟଙ୍କର ଦୃଶ୍ୟ

ମେଲିସା କ୍ୟାଟେଗୋରୀ-୫ ହରିକେନ୍ ବା ସବୁଠୁ ବିପଜ୍ଜନକ ବାତ୍ୟା । ଏହା ଜାମାଇକା ସହ ହାଇତି, କ୍ୟୁବା ଆଦି ଅନେକ ଦେଶକୁ ପ୍ରଭାବିତ କରିବ । ୧୮୫୧ ପରଠୁ ଜାମାଇକା ଇତିହାସର ଏହା ସବୁଠୁ ବିନାଶକାରୀ ଶକ୍ତିଶାଳୀ ସାମୁଦ୍ରିକ ଝଡ ହେବ ।

author-image
Manas Ranjan Mohanty
CYCLONE-MELISA

CYCLONE-MELISA Photograph: (OTV)

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାକୁ ନେଇ ଭୟ ଲାଗି ରହିଥିବା ବେଳେ ଏବେ ଆଉ ଏକ ବାତ୍ୟାର ଭିଡିଓକୁ ନେଇ ସୋସିଆଲ ମିଡିଆରେ ‌‌ଆତଙ୍କ ସୃଷ୍ଟି ହୋଇଛି । ପ୍ରଥମେ ଦେଖନ୍ତୁ ଏ ଭିଡିଓକୁ... ସମୁଦ୍ର ଉପରେ ବାୟୁମଣ୍ଡଳରେ ବାତ୍ୟାଟିଏ ସୃଷ୍ଟି ହେଲେ କେମିତି ଦିଶେ ଆକାଶ ? 

Advertisment

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ

ଆପଣ ଉପର ଭିଡିଓରେ ଦେଖୁଥିବା ଏ ଦୃଶ୍ୟ କାରିବିଆନ ସାଗରରେ ସୃଷ୍ଟି ହୋଇଥିବା ‘ବାତ୍ୟା’ର । ଯାହାର ନାଁ ରହିଛି ‘ମେଲିସା’ । ଏହି ବାତ୍ୟା ଆଜି ନର୍ଥ ଆମେରିକାର ଜାମାଇକା ଦେଶରେ କରିବ ଲ୍ୟାଣ୍ଡଫଲ୍ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆକାଶମାର୍ଗରୁ ଏହି ବାତ୍ୟାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ବାତ୍ୟାର ଆଖି ବୋଲି କୁହାଯାଉଛି । ଅନେକ ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ଭିଡିଓର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି । ହଣ୍ଟର ହରିକେନ ନାମକ ଆମେରିକା ଏୟାରଫୋର୍ସ ଜଣେ କ୍ରୁ ନିଜ କ୍ୟାମେରାରେ ଏହି ଭିଡିଓ ରେକର୍ଡ କରି ସେୟାର କରିଛନ୍ତି ।

ମେଲିସା କ୍ୟାଟେଗୋରୀ-୫ ହରିକେନ୍ ବା ସବୁଠୁ ବିପଜ୍ଜନକ ବାତ୍ୟା । ଏହା ଜାମାଇକା ସହ ହାଇତି, କ୍ୟୁବା ଆଦି ଅନେକ ଦେଶକୁ ପ୍ରଭାବିତ କରିବ । ୧୮୫୧ ପରଠୁ ଜାମାଇକା ଇତିହାସର ଏହା ସବୁଠୁ ବିନାଶକାରୀ ଶକ୍ତିଶାଳୀ ସାମୁଦ୍ରିକ ଝଡ ହେବ । ଏହା ଏତେ ଶକ୍ତିଶାଳୀ ଯେ ଲ୍ୟାଣ୍ଡଫଲ୍ ପୂର୍ବରୁ ଦେଶରେ ରଚିଲାଣି ତାଣ୍ଡବ ।  ଏବେଠୁ ଜାମାଇକାରେ ପ୍ରବଳ ବର୍ଷା ପବନ ସହ ଘରଦ୍ୱାର ଭାଙ୍ଗିବା ଓ ପାହଡ ଧସୁଥିବାର ଖବର ଆସିଛି । 

Advertisment

ବାତ୍ୟାର ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୨୯୦ରୁ ୩୦୦ କିଲୋମିଟର ରହିପାରେ । ଏପରିକି ୧୩ ଫୁଟ ଉଚ୍ଚର ଜୁଆର ଉଠିପାରେ ବୋଲି କରାଯାଉଛି ଆକଳନ । ଏଥିରୁ ଆପଣ ଏହି ବାତ୍ୟା କେତେ ବିଧ୍ୱଂସକାରୀ ହେବ ତାହା ଅନୁମାନ କରିପାରୁଥିବେ । ମେଲିସାକୁ ଏ ବର୍ଷର ବିଶ୍ୱର ସବୁଠୁ ଭୟାନକ ଓ ଶକ୍ତିଶାଳୀ ମହାବାତ୍ୟା ବୋଲି କହୁଛନ୍ତି ପାଣିପାଗ ବିଜ୍ଞାନୀ । 

Advertisment
Related Articles
Advertisment