/odishatv-khabar/media/media_files/2025/11/22/puri-mahaprabhu-jagannath-devotee-2025-11-22-18-07-42.jpg)
Puri-Mahaprabhu-Jagannath-Devotee Photograph: (OTV)
ଏ ବାପାଟା ସେ ଦିନ ଜଗାକୁ ରାଣ ଦେଇଥିଲା । ସିଂହଦ୍ବାରେ କାନ୍ଦି କାନ୍ଦି ମଣିମା ମଣିମା ଡାକିଥିଲା । ପୁଅର ଜୀବନ ପାଇଁ ଭିକ ମାଗିଥିଲା । ଜଗତର ମାଲିକ ଏ ବାପାଟାର ଡାକ ଶୁଣିଛନ୍ତି । ତାଙ୍କ ପୁଅର ଜୀବନ ଫେରାଇ ଦେଇଛନ୍ତି । ଶତ ପ୍ରତିଶତ ପିଲାଟି ସୁସ୍ଥ ହୋଇନି ସତ, ହେଲେ କିନ୍ତୁ ଧୀରେ ଧୀରେ ସେ ଭଲ ହେଉଛି । ଏ ଦୁଃଖି ବାପାଙ୍କ ନାଁ ପ୍ରକାଶ ଭୋଇ, ଆଉ ଏ ଅସୁସ୍ଥ ପୁଅର ନାଁ ନିଖିଲ । ଦୁହେଁ ସୁଦୂର ରାଜସ୍ଥାନରୁ ଆସିଛନ୍ତି ମହାପ୍ରଭୁଙ୍କ ପାଖକୁ । ସେଦିନ ସିଂହଦ୍ବାରରେ କାନ୍ଦିଥିଲେ, ଆଜି ବଡ଼ଦାଣ୍ଡରେ ମୁରୁକି ମୁରୁକି ହସି ଜଗାର ନାଁ ଜପୁଛନ୍ତି । କାରଣ, ମହାପ୍ରଭୁ ଯେମିତି ନିଜେ ଏ ବାପାଙ୍କୁ ଶ୍ରୀମନ୍ଦିରର ଗର୍ଭଗୃହ ନିକଟକୁ ଡାକି ପୁଅର ଜୀବନ ଫେରାଇ ଦେଇଛନ୍ତି ।
ପ୍ରକାଶଙ୍କ, କହିବା କଥା ବର୍ଷେ ପୂର୍ବରୁ ତାଙ୍କ ପୁଅକୁ ଫିଡ୍ସ ମାରିଥିଲା । ଦୀର୍ଘଦିନ ଧରି ଅହମଦାବାଦର ଏକ ହସ୍ପିଟାଲରେ ପୁଅର ଚିକିତ୍ସା ଚାଲିଥିଲା । କିନ୍ତୁ ପୁଅର ସ୍ବାସ୍ଥ୍ୟରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଲା । ଡାକ୍ତରମାନେ ହାତ ଟେକି ଦେଲେ । ବିଜ୍ଞାନ ଫେଲ୍ ମାରିବା ପରେ ମହାପ୍ରଭୁଙ୍କ ଶରଣକୁ ଗଲେ ପ୍ରକାଶ । ପୁଅର ଜୀବନ ପାଇଁ କାନ୍ଦି କାନ୍ଦି ନେହୁରା ହେଲେ । ଆଉ କାଳିଆର ପାଦୁକ ଟିକକ ପାଇ କୋମାରେ ଥିବା ପୁଅଟା ହାତଗୋଡ଼ ହଲାଇଲା । ଆଖି ଖୋଲି ଜଗା ଆଖିକୁ ଚାହିଁଲା । ମହାପୁଭୁଙ୍କ ଏ ଚମତ୍କାର ଦେଖି ଭକ୍ତଠୁ ସେବାୟତ ସମସ୍ତଙ୍କ ଆଖିରେ ଆସିଥିଲା ଭକ୍ତି ଭାର ଲୁହ ।
ପିଲାଟିର ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିବା ପରେ ପୁଣି ଥରେ ପୁଅକୁ ଜଗା ଦର୍ଶନ କରାଇଛନ୍ତି ବାପା । ସିଂହଦ୍ଵାର ସମ୍ମୁଖରେ ଅନନ୍ତ କୋଟି ବିଶ୍ବ ବ୍ରହ୍ମାଣ୍ଡର ଅଧିନାୟକଙ୍କୁ ପ୍ରଣିପାତ କରି ହସି ଦେଇଛନ୍ତି । ତା’ ସହ କହିଛନ୍ତି, ଖୁବଶୀଘ୍ର ମୋ ପୁଅକୁ ପୂରା ସୁସ୍ଥ କରିଦେରେ କାଳିଆ । ସେପଟେ ପିଲାଟି ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତା’କୁ ପୁଣି ଥରେ ମେଡିକାଲରେ ଭର୍ତ୍ତି କରାଯାଇଛି
Struggle Days Stories of Singer Humane Sagar: ହ୍ୟୁମାନଙ୍କ ସଂଘର୍ଷର ଦିନ ମନେ ପକାଇଲେ ଗୀତିକାର ଦିଲୀପ ଜେନା, କହିଲେ ସେ ଥିଲା ଅତି…

CCTV Captures Live Heist: ମାସ୍କ ପିନ୍ଧି ଆସିଲେ, ୧୫ ମିନିଟରେ ଲୁଟି ନେଲେ...ସିସିଟିଭିରେ କଏଦ ଲୁଟ ବେଳର ଦୃଶ୍ୟ

Black Turmeric : ଖର୍ଚ୍ଚ କରନ୍ତୁ ମାତ୍ର ୬୦୦ ଟଙ୍କା, ପାଖ ମାଡ଼ିବନି କ୍ୟାନ୍ସର !

Four of a Family Die: ରାତି ପାହିଲେ ହୋଇଥାଆନ୍ତା ଏନଗେଜମେଣ୍ଟ , ସକାଳୁ ସକାଳୁ ଘଟିଗଲା ବଡ଼ ଅଘଟଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)