Advertisment

Struggle Days Stories of Singer Humane Sagar: ହ୍ୟୁମାନଙ୍କ ସଂଘର୍ଷର ଦିନ ମନେ ପକାଇଲେ ଗୀତିକାର ଦିଲୀପ ଜେନା, କହିଲେ ସେ ଥିଲା ଅତି…

ହ୍ୟୁମାନକୁ ଦେଖି ସେତେବେଳେ ମୁଁ ଜାଣି ସାରିଥିଲି ସେ ଗୋଟେ ଅମୂଲ୍ୟ ରତ୍ନ। ସେତେବେଳେ ସେ କଟକ ନିମଚଉଡ଼ି କାଳିଗଳିରେ ରହୁଥିଲା। ଷ୍ଟୁଡିଓରେ ପଶିଲା ମାତ୍ରେ ଯିଏ ଯିଏ ଥିବେ ସେ ସମସ୍ତଙ୍କ ପାଦ ଧରି ଜୁହାର ହୁଏ। ଟିକେ ଲାଜକୁଳା ପିଲା। କିନ୍ତୁ ତାକୁ ସମସ୍ତେ ଏଠି ଭଲ ପାଉଥିଲେ।

author-image
Tapan Swain
Untold Stories Of Humane Sagar

Untold Stories Of Humane Sagar Photograph: (OTV)


ସମସ୍ତେ ଜାଣିଛନ୍ତି ତାଙ୍କ ସଫଳତାର କଥା, କିନ୍ତୁ କାହାକୁ ଜଣାନାହିଁ ହ୍ୟୁମାନଙ୍କ ସଫଳତା ପୂର୍ବର ସେଇ ଅନ୍ଧକାର ଦିନଗୁଡ଼ିକର କାହାଣୀ। ହ୍ୟୁମାନଙ୍କ ମୃତ୍ୟୁର ୫ ଦିନ ପରେ ତାଙ୍କ କ୍ୟାରିୟର ପ୍ରଥମ ଦିନ ଗୁଡ଼ିକ ସଂପର୍କରେ ମନେ ପକେଇଛନ୍ତି ଓଲିଉଡ଼ର ଜଣାଶୁଣା ଗୀତିକାର ଦିଲୀପ ଜେନା।

Advertisment

ଦିଲୀପ ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି- ‘ହ୍ୟୁମାନ କେବଳ ଓଡ଼ିଶାର ନୁହେଁ, ତାଙ୍କ କଣ୍ଠ ଭାରତବର୍ଷରେ ବିରଳ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଶାର ଦୁର୍ଭାଗ୍ୟ ସେଭଳି କଣ୍ଠଶିଳ୍ପୀଙ୍କୁ ଆମେ ପାଖରେ ରଖିପାରିଲେ ନାହିଁ।’

ଦୁଇ ଭାଇ ଆସୁଥିଲେ ଷ୍ଟୁଡିଓକୁ

ଗୀତିକାର ଦିଲୀପ ଜେନା ହ୍ୟୁମାନଙ୍କ ପ୍ରଥମ ଦିନ ଗୁଡ଼ିକ ସଂପର୍କରେ ମନେପକେଇ କହିଛନ୍ତି- ‘ସେତେବେଳେ ସେମାନେ ଦୁଇ ଭାଇ, ହ୍ୟୁମାନ ଓ ନ୍ୟୁମାନ କଟକ ମାଧ୍ୟମ ଆର୍ଟ ଷ୍ଟୁଡିଓକୁ ଆସନ୍ତି। ବିଶେଷକରି ଏଇ ନଭେମ୍ବର ମାସରେ ସେମାନେ ଆସନ୍ତି, ଖ୍ରୀଷ୍ଟ ଧର୍ମ ପାଇଁ କିଛି ଗୀତ ତିଆରି କରିବା ପାଇଁ । ଏହା ତାଙ୍କର ଆବଶ୍ୟକତା ଥାଏ। ମୋର ମନେଅଛି, ସେତେବେଳେ ସେ ଗୋଟେ ଗୀତ ଗାଇଥିଲା, ସୁନା ସୁନା ଆଙ୍ଗନ୍.. ଅତି ଚମତ୍କାର ହେଇଥିଲା ସେ ଗୀତଟି।’

Advertisment

ଦିଲୀପ ଆହୁରି କହିଛନ୍ତି- ହ୍ୟୁମାନକୁ ଦେଖି ସେତେବେଳେ ମୁଁ ଜାଣି ସାରିଥିଲି ସେ ଗୋଟେ ଅମୂଲ୍ୟ ରତ୍ନ। ସେତେବେଳେ ସେ କଟକ ନିମଚଉଡ଼ି କାଳିଗଳିରେ ରହୁଥିଲା। ଷ୍ଟୁଡିଓରେ ପଶିଲା ମାତ୍ରେ ଯିଏ ଯିଏ ଥିବେ ସେ ସମସ୍ତଙ୍କ ପାଦ ଧରି ଜୁହାର ହୁଏ। ଟିକେ ଲାଜକୁଳା ପିଲା। ଘର ପଶ୍ଚିମ ଓଡ଼ିଶାରେ, ତା ଭିତରେ ଟିକେ ଭୟ ବି ରହୁଥିଲା, କିନ୍ତୁ ତାକୁ ସମସ୍ତେ ଏଠି ଭଲ ପାଉଥିଲେ। ମୁଁ ସବୁବେଳେ ତାକୁ କହୁଥିଲି, ତୁ ଯାଇକି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କିମ୍ବା ଅଭିଜିତ୍ ମଜୁମଦାରଙ୍କୁ ଦେଖା କର। ନହେଲେ ବମ୍ବେ ପଳା। ତୁ ନିଶ୍ଚୟ ଆଗକୁ ଭଲ କରିବୁ।

‘ମୋ କଥା ଶୁଣି ହ୍ୟୁମାନ କୁହେ, ସାର୍ ସେମାନେ ମତେ କଣ ଗୀତ ଦେବେ, ଚିହ୍ନା ନାହିଁ କି ପରିଚୟ ନାହିଁ।’ମୁଁ କୁହେ- ତୁମକୁ ନିଶ୍ଚୟ ଦେବେ। ତମେ ଏଇ ସୁନା ସୁନା ଆଙ୍ଗନ୍ ଗୀତଟି ସେମାନଙ୍କୁ ଶୁଣେଇବ, ଏହାକୁ ଶୁଣିଲା ପରେ ସେମାନେ ତୁମକୁ ପସନ୍ଦ କରିବେ। ସେଇଆ ହିଁ ହେଲା। ସେ ଉଭୟ ମିଲନ ଷ୍ଟୁଡିଓ ଏବଂ ଶକ୍ତି ଷ୍ଟୁଡ଼ିଓ ଗଲେ। ପରେ ପରେ ସେ ପ୍ରେମ ଆନନ୍ଦ ଭାଇଙ୍କ ସହ ବହୁତ କ୍ଲୋଜ୍ ହେଇପାରିଲା। ତାକୁ ସେ ବହୁତ ଭଲ ପାଉଥିଲେ। ପ୍ରେମ ଆନନ୍ଦ ହିଁ ତାଙ୍କ ଗୁରୁ ପାଲଟିଗଲେ।’

ଦିଲୀପ କହିଛନ୍ତି- ହ୍ୟୁମାନର ସେହି ପ୍ରଥମ ଦିନ ଗୁଡ଼ିକରେ ସେ ଅନେକ ସମୟରେ ଅଭାବରେ ମଧ୍ୟ ରହୁଥିଲା। ବେଳେବେଳେ ପଚାରେ ଭାଇ କିଛି ଗୀତ ଅଛି କି? ମୁଁ ତାକୁ ଥରେ ଗୋଟେ ଇଲେକ୍ସନ ଗୀତ ଦେଇଥିଲି। ସେ ଗୀତଟା ନବୀନ ବାବୁଙ୍କ ଉପରେ ଥିଲା। ସେତେବେଳର ଯାହା ରେଟ୍ ଥିଲା ମୁଁ ତାକୁ ଦେଇଥିଲି, ଏଇ ଦୁଇଶହ କି ତିନିଶହ ଟଙ୍କା। ଏଇମିତି ସଂଘର୍ଷ ଭିତରେ ନିଜର କ୍ୟାରିୟର ତିଆରି କରିଥିବା ହ୍ୟୁମାନ ଖୁବ୍ କମ୍ ଦିନ ଭିତରେ ସଂଗୀତର ଶୀର୍ଷରେ ପହଞ୍ଚି ପାରିଥିଲା। ତାର ଗୋଟେ ଗୋଟେ ସୋ ପାଇଁ ସେ ଲକ୍ଷେ ଟଙ୍କା ନେଉଥିଲା। ତାକୁ ଅର୍ଗାନାଇଜର୍ ଦେଉଥିଲେ ମଧ୍ୟ। କାରଣ ସେ ସେମିତିକା ସିଙ୍ଗର ଥିଲା।

ହ୍ୟୁମାନଙ୍କୁ ନେଇ ଉଠିଥିବା ବିବାଦ ସଂପର୍କରେ ଦିଲୀପ କହିଛନ୍ତି, କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ତାଙ୍କ କଣ୍ଠ ବିରଳ ଥିଲା। ତାକୁ ଆମେ ପାଖରେ ରଖିପାରିଲେ ନାହିଁ। ଏବେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି, ବିବାଦ ଉଠୁଛି। ଏ ସବୁର ତଦନ୍ତ ହେବା ଜରୁରୀ। ଯଦି ସନ୍ଦେହ ଉଠୁଛି, ତେବେ ତାହା ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବ। 

Humane Sagar Odia Singer Humane Sagar
Advertisment