/odishatv-khabar/media/media_files/2025/11/22/8-masked-robbers-loot-3-lakh-2025-11-22-16-03-52.jpg)
8-Masked-Robbers-Loot-3-Lakh Photograph: (OTV)
ସିସିଟିଭିରେ କଏଦ ହୋଇଛି ଡକାୟତିର ଲାଇଭ୍ ଭିଜୁଆଲ। ରାତି ପ୍ରାୟ ୧୨ଟା ସମୟରେ ହଠାତ ମାଡିଆସିଲେ ୮ଜଣ ମୁଖା ପିନ୍ଧା ଡକାୟତ। ୩ଲକ୍ଷ ଲୁଟ୍ କରି ଚମ୍ପଟ୍ ମାରିଲେ । ଛୁରୀ ବନ୍ଧୁକ ମୁନରେ ଲୁଟିନେଲେ । ପ୍ରଥମେ ଯାହା ପଇସା ପାଖରେ ଅଛି ମାଗିଲେ , ଡ୍ର ଖୋଲିବାକୁ କହିଲେ କେହି ଯଦି ଫୋନ୍ ଉଠାଉଥିଲା ତାକୁ ମାଡ ମାରିଲେ । ମାତ୍ର ୧୫ ମିନିଟରେ ଖେଳ ଖତମ କରିଦେଲେ ମୁଖା ପିନ୍ଧା ଚୋର ।
ବୋଲେରୋ ଗାଡିରେ ଟୋପି,ମାକ୍ସ,ଗ୍ଲୋବସ୍ ପିନ୍ଧି ଆସିଥିଲେ ଆଉ କିଛି ମୁହୁର୍ତ୍ତ ଭିତରେ କଳାକଳା ବୁଲାଇଲେ ଏହି ମୁଖା ପିନ୍ଧା ଡକାୟତ । କେହି କିଛି ଭାବିବା ଆଗରୁ ସବୁ ଧରି ଫେରାର ହୋଇଗଲେ। ଘଟଣା ଘଟିଛି କୋଇଡାର ଏକ ପରିବହନ କାର୍ଯ୍ୟାଳୟରେ । ବନ୍ଧୁକ ମୁନରେ ବଡ ଧରଣର ଲୁଟ । ପୋଲିସ ଷ୍ଟେସନରୁ ମାତ୍ର ୨ କିମି ଦୂରରେ ଆତଙ୍କ ଖେଳାଇଲେ ଡକାୟତ।
କମ୍ପ୍ୟୁଟର ଭାଙ୍ଗିଲେ, ଚାରିଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କାବୁ କରି ନେଇଥିଲେ। ଆଉ ଯାହା ପାଇଲେ ତାକୁ ଭାଙ୍ଗିଲେ । ବନ୍ଧୁକ ଓ ମାରଣା ଅସ୍ତ୍ର ଦେଖାଇ ପରିବହନ କାର୍ଯ୍ୟାଳୟର କର୍ମଚାରୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା । ପୋଲିସ୍ ପାଟ୍ରୋଲିଂ ଗାଡ଼ି ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ଗାଡ଼ି ଚାଳକ ଉପରେ ଦୁବୃର୍ତ୍ତ ଗାଡ଼ି ଚଢାଇ ଫେରାର ହୋଇଗଲେ ।
ଘଟଣା ସ୍ଥଳରେ କୋଇଡା ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ପହଁଚି ତଦନ୍ତ କରିଥିଲା ।ତେବେ ଗତ କିଛି ଦିନ ହେବ ସୁନ୍ଦରଗଡରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ।
Tragic Incident: କାଳ ହେଲା ସଢେଇ ଖେଳ; କୀଟନାଶକ ଖାଇଦେଲେ ୩ ଶିଶୁ

Ex-Senior Clerk Arrested: ସରକାରୀ ଟଙ୍କା ଆତ୍ମସାତ: ଗିରଫ ହେଲେ ବରିଷ୍ଠ କିରାଣି, ୨ ବର୍ଷ ଧରି ଫେରାର ଥିଲେ

Prem Anand’s revelations: ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଓଟିଭିରେ ବଡ ଖୁଲାସା କଲେ...

Humane Sagar Death Case: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା: ଦୁଇ ମ୍ୟାନେଜରଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)