Advertisment

Four of a Family Die: ରାତି ପାହିଲେ ହୋଇଥାଆନ୍ତା ଏନଗେଜମେଣ୍ଟ , ସକାଳୁ ସକାଳୁ ଘଟିଗଲା ବଡ଼ ଅଘଟଣ

ବେସମେଣ୍ଟରେ ଥିବା ଏକ ସୋଫାରୁ ନିଆଁ ବ୍ୟାପି ଥିବା ପ୍ରାଥମକି ତଦନ୍ତରୁ ଅନୁମାନ କରାଯାଉଛି । ଉପର ମହଲାରେ ପୁରା ପରିବାର ସହ ରହୁଥିଲେ କମଲ ଦୋଶୀ। ଦୁଆର ଓ ଝରକା ବନ୍ଦ ଥିବାରୁ ଧୂଆଁ ପୁରା ଘରେ ଭର୍ତ୍ତି ହୋଇଯାଇଥିଲା।

author-image
Manas Ranjan Mohanty
Family-of-four-dies-in-fire

Family-of-four-dies-in-fire Photograph: (OTV)

ଏନଗେଜମେଣ୍ଟ ପୂର୍ବରୁ ଜଳିଗଲେ । ଗୋଧ୍ରାରେ ଭୟଙ୍କର ଅଗ୍ନିକାଣ୍ଡ । ପୁରା ପରିବାର ଜୀବନ୍ଦ ଦଗ୍ଧ । ସକାଳ ହୋଇଥିଲେ ପୁଅ ଏନେଗେଜମଣ୍ଟେ ହୋଇଥାଆନ୍ତା କିନ୍ତୁ ତା ପୂର୍ବରୁ  ପୁରା ପରିବାର ବାପା,ମା ,ବଡ ଏବଂ ସାନପୁଅ ଏକାଠି ଜଳିଗଲେ ।  

Advertisment

ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସ୍ଥିତ ବାମରୋଲି ରୋଡ଼ରେ ରହୁଥିଲେ ସୁନା ବ୍ୟବସାୟୀ କମଲ ଦୋଶୀ। ଶୁକ୍ରବାର ସକାଳୁ ଘରେ ନିଆଁ ଲାଗିଯାଇଥିଲା। ଘର ଭିତରେ ଥିବା କମଲ ଦୋଶୀ (୫୦), ତାଙ୍କ ପତ୍ନୀ ଦେବଳ (୪୫), ବଡ଼ ପୁଅ ଦେବ (୨୪) ଓ ସାନପୁଅ ରାଜ (୨୨) ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।


ବେସମେଣ୍ଟରେ ଥିବା ଏକ ସୋଫାରୁ ନିଆଁ ବ୍ୟାପି ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଉପର ମହଲାରେ ପୁରା ପରିବାର ସହ ରହୁଥିଲେ କମଲ ଦୋଶୀ। ଦୁଆର ଓ ଝରକା ବନ୍ଦ ଥିବାରୁ ଧୂଆଁ ପୁରା ଘରେ ଭର୍ତ୍ତି ହୋଇଯାଇଥିଲା। ଶୋଇଥିବା ଅବସ୍ଥାରେ ପରିବାର ଲୋକେ ଧୂଆଁରେ ଶ୍ୱାସରୁଦ୍ଧ ହୋଇଗଲେ । ଆଉ ୪ଜଣଙ୍କ ଜୀବନ ଚାଲିଗଲା । 

Advertisment

ବଡ ପୁଅର ଏନଗେଜମେଣ୍ଟ ପାଇଁ ସେମାନେ ସକାଳେ ଭାପି ଯାଇଥାଆନ୍ତେ କିନ୍ତୁ ଖୁସିର ମୁହୁର୍ତ୍ତ ଆସିବା ପୂର୍ବରୁ ଦୁଃଖର କଳା ବାଦଲ ଛାଇଗଲା । ସମଗ୍ର ପରିବାର ଏକାସାଙ୍ଗରେ ଚାଲିଗଲେ। ନିଆଁ ଦେଖି ପଡୋଶୀମାନେ ଘରର କାଚ ଭାଙ୍ଗିବା ସହ ଫାୟାର ଟିମକୁ ବି ଡାକିଥିଲେ। ପୋଲିସ  ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Advertisment