Advertisment

Emotional Plea: ତହସିଲଦାରଙ୍କ ଗୋଡ଼ ଧରିଲେ, କାନ୍ଦି କାନ୍ଦି ଗୁହାରୀ କଲେ

ରାଜନଗରରେ ଚାଷୀ ମୃତ୍ୟୁ ଅଭିଯୋଗ ଘଟଣା। ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡ଼ ଧରିଲେ ମୃତ ଚାଷୀଙ୍କ ସ୍ତ୍ରୀ। ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପାଦକ ଓ ମିଲର ଦାୟୀ ବୋଲି କହିଲେ ଚାଷୀଙ୍କ ସ୍ତ୍ରୀ।

author-image
Chinmayee Sahoo
Kendrapada

Kendrapada Photograph: (OTV)

କେନ୍ଦ୍ରାପଡା ରାଜନଗରରେ ଚାଷୀ ମୃତ୍ୟୁ ଅଭିଯୋଗ ଘଟଣାରେ ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଗଲେ ମୃତ ଚାଷୀଙ୍କ ସ୍ତ୍ରୀ। ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକ ଧାନ ବିକ୍ରି କରିବା ପାଇଁ ମିଲର ଓ ଡାଙ୍ଗମାଳ ସମବାୟ ସମିତି ସମ୍ପାଦକଙ୍କ ଦ୍ବାରା ନିର୍ଯାତିତ ହୋଇ ପ୍ରାଣ ହରାଇଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। 

Advertisment

ଅଭିଯୋଗ ପାଇବା ପରେ ତହସିଲଦାର ମୃତ ଚାଷୀଙ୍କ ପରିବାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ତ୍ରିଲୋଚନଙ୍କ ପତ୍ନୀ ଭାରତୀ ନାୟକ ନ୍ୟାୟ ପାଇଁ କାନ୍ଦି କାନ୍ଦି ତହସିଲଦାରଙ୍କ ଗୋଡ ଧରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପାଦକ ଓ ମିଲର ଦାୟୀ ବୋଲି ଅଭିଯୋଗ କରିଛନ୍ତି। 

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି। ମିଲର ଦେଇଥିବା ରସିଦ ଓ ସିସିଟିଭିକୁ ଯାଞ୍ଚ କରାଯିବ ବୋଲି ରାଜନଗର ତହସିଲଦାର କହିଛନ୍ତି। ଏଥିସହ ମୃତ ତ୍ରିଲୋଚନଙ୍କ ପରିବାରକୁ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Advertisment

Kendrapada
Advertisment
Related Articles
Advertisment