Advertisment

Fake VIP Pass Sale Alleged for Mahashivaratri: ପାସ୍ ନୁହେଁ ସେବା ପ୍ୟାକେଜ୍; ଫେକ୍ ଭିଆଇପି ପାସ୍ ଅଭିଯୋଗକୁ ଟ୍ରାଭେଞ୍ଜୋ କଂପାନିର ଖଣ୍ଡନ

ଅନଲାଇନରେ ଲିଙ୍ଗରାଜ ଦର୍ଶନ ପାସ୍ ବିକ୍ରି ପ୍ରସଙ୍ଗରେ ଫେକ୍ ଭିଆଇପି ପାସ୍ ଅଭିଯୋଗକୁ ଟ୍ରାଭେଞ୍ଜୋ କଂପାନିର ଖଣ୍ଡନ। ଓକିଲ ଜରିଆରେ ସ୍ପଷ୍ଟୀକରଣ ରଖିଲା କଂପାନି।

author-image
Chinmayee Sahoo
Lingaraj Temple

Lingaraj Temple Photograph: (OTV)

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ପାଇଁ ନକଲି ଭିଆଇପି ପାସ୍ ବିକ୍ରି ଅଭିଯୋଗ ବାବଦରେ ନିଜ ଓକିଲ ଜରିଆରେ ସଫେଇ ଦେଇଛି ଟ୍ରାଭେଞ୍ଜୋ କଂପାନୀ। ସୋସିଆଲ୍ ମିଡିଆରେ ଏଇ ପାସ୍ ସେଲ୍ କରୁଥିବା ତୁଳସୀ ରାଜେଶ୍ବରୀ ଟ୍ରାଭେଞ୍ଜୋ ସହ ଜଡ଼ିତ ଥିବା ଦର୍ଶାଇ କଂପାନି ପକ୍ଷରୁ କୁହାଯାଇଛି କି ଆମ କଂପାନି କେବେ ବି କୌଣସି ଭିଆଇପି ପାସ୍ କିମ୍ବା ଲିଙ୍ଗରାଜ ମନ୍ଦିର ପ୍ରଦତ୍ତ ପ୍ରବେଶ ପାସ୍ ବିକ୍ରି କରିନାହିଁ। 

Advertisment

ଅନଲାଇନ୍ ବିଜ୍ଞାପନରେ କେବଳ ୧୭୯୯ ଟଙ୍କାର ଭକ୍ତିମୂଳକ ସେବା ପ୍ୟାକେଜ୍ ବର୍ଣ୍ଣନା କରାଯାଇଥିଲା। ତେବେ ଏଥିରେ କୌଣସି ଅଫିସିଆଲ୍ ମନ୍ଦିର-ଜାରି ପାସ୍ ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରାଯାଇନଥିଲା। ଅପରପକ୍ଷେ ସୋସିଆଲ ମିଡିଆ ବିଜ୍ଞାପନରେ 'ନୋ କ୍ୟୁ, ନୋ ରସ୍' ବା ବିନା ଧାଡ଼ି ଓ ବିନା ଭିଡ଼ ବାକ୍ୟାଂଶ କେବଳ ଏକ ପ୍ରଚାରତ୍ମକ ଭାବନା ପାଇଁ ଉଦ୍ଦିଷ୍ଟ ଥିବା ଦର୍ଶାଇ ଏହାକୁ କୌଣସି ଆନୁଷ୍ଠାନିକ ଭିଆଇପି ପ୍ରବେଶ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇନଥିଲା ବୋଲି ସ୍ପଷ୍ଟ କରାଯାଇଛି। 

ଏଥିସହ ଗଣମାଧ୍ୟମରେ ଏହାକୁ ଫେକ୍ ପାସ୍ ସ୍କାମର ଆଖ୍ୟା ଦିଆଯାଇଥିବାରୁ ଏହାକୁ ମଧ୍ୟ ଖଣ୍ଡନ କରାଯାଇ ଆଜି ପର୍ଯ୍ୟନ୍ତ କୌଣସି ଗ୍ରାହକ ଠକେଇ ନେଇ ଅଭିଯୋଗ କରି ନଥିବା କଂପାନି ପକ୍ଷରୁ ଦାବି କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି କଂପାନି ତାର ବିଜ୍ଞାପନରେ ଯେଉଁ ବୁଲେଟ୍ ପଏଣ୍ଟରେ ନୋ କ୍ୟୁ ୱେଟିଂ, ନୋ କ୍ରାଉଡ ପୁସ୍ ଆଣ୍ଡ ରସ୍, ନୋ ଟ୍ରାଫିକ୍ ପାର୍କିଂ ଷ୍ଟ୍ରେସ୍, ଏପରିକି ସ୍ମୁଥ୍ ଟେମ୍ପଲ ଏଣ୍ଟ୍ରି ଭଳି ଦାବି କେଉଁ ଆଧାରରେ ରଖିଥିଲେ। 

Advertisment

୧୭୯୯ ଟଙ୍କାରେ ଯାଗର ଭଳି ଭିଡ଼ ଦିନରେ ଏଇ ସୁବିଧା କେମିତି ଦିଆଯିବା ନେଇ କଂପାନି ଦାବି କରିଥିଲା ଏବଂ ତାହା କିଭଳି ସମ୍ଭବ ବୋଲି ପ୍ରଶ୍ନ ଉଠିଛି। ୧୭୯୯ ଟଙ୍କାରେ ବିନା ଧାଡ଼ିରେ ଏବଂ ବିନା ଭିଡ଼ରେ ଶିବରାତ୍ରି ପାଳନ ପାଇଁ ସୋସିଆଲ ମିଡିଆରେ ଟିକେଟ୍ ବିକ୍ରି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କମିଶନରେଟ୍ ପୋଲିସରେ ଅଭିଯୋଗ କରିଥିଲେ ସେବାୟତ। ପୋଲିସ କମିଶନର ମଧ୍ୟ ନକଲି ପାସ୍ ଧରାପଡ଼ିଲେ ଆକ୍ସନ ହେବ ବୋଲି କହିଥିଲେ।

Lingaraj Temple
Advertisment