/odishatv-khabar/media/media_files/2025/12/06/fake-phonepe-2025-12-06-12-03-50.jpg)
Fake Phonepe Photograph: (OTV)
ଦୋକାନକୁ ଆସୁଛନ୍ତି, ମନ ଇଚ୍ଛା ଜିନିଷ କିଣୁଛନ୍ତି, ପେଟ ପୁରାଇ ଖାଉଛନ୍ତି। ହେଲେ ଟଙ୍କା ଦେଲା ବେଳେ ମାରି ଦେଉଛନ୍ତି ଚୂନ। ଦୋକାନୀଙ୍କୁ ଲୁଟିବାର ନୂଆ ଫଣ୍ଡା ଆପଣେଇଛନ୍ତି ଦୁର୍ବୁତ୍ତ। ଆଉ ନକଲି ଫୋନ ପେ ଆପ୍ ତାଙ୍କ ପାଇଁ ସାଜିଛି ବ୍ରହ୍ମାସ୍ତ୍ର। ଏମିତି ଘଟିଛି ସୋର କଲେଜ ଛକରେ। ପ୍ରତ୍ୟେକ ଦିନ ଜଣେ ଭଦ୍ର ମୁଖା ଯୁବକ ଜଳଖିଆ ଖାଇ ନକଲି ଫୋନ ପେ ଆପରେ କରୁଥିଲେ ପେମେଣ୍ଟ। ହେଲେ ଦୋକାନୀଙ୍କ ଆକାଉଣ୍ଟକୁ ଆସୁନଥିଲା ଟଙ୍କା। ଦିନେ ପୁଣି ଥରେ ସମାନ ଫନ୍ଦି କରୁଥିବା ବେଳେ ତାଙ୍କୁ ଧରି ନେଇଥିଲେ ଦୋକାନୀ। ତା’ପରେ ତାଙ୍କୁ ଛାଡି ଦେବା ପାଇଁ କାକୁତି ମିନତି ହେବାର ଦୃଶ୍ୟ ସାମନାକୁ ଆସିଛି।
ସମାନ ଢ଼ଙ୍ଗରେ ବାଲେଶ୍ଵର ଆଇ ଟି ଆଇ ଛକରେ ଥିବା ଗୋଟିଏ ଗ୍ରୋସରୀ ଦୋକାନରୁ ଜଣେ ମହିଳା ଦୈନିକ ସାମଗ୍ରୀ ନେଉଥିଲେ। ଆଉ ଫେକ୍ ଫୋନ ପେ ଜରିଆରେ ଟଙ୍କା ଦେଉଥିଲେ। ହେଲେ ଦୋକାନୀ ଭିଡ଼ ଭିତରେ ଏକଥା ଜାଣି ପାରୁନଥିଲେ। ତେବେ ଥରେ ଦୋକାନୀଙ୍କ ସନ୍ଦେହ ହେବା ଯୋଗୁଁ ସେ ମହିଳାଙ୍କୁ ଅଟକାଇ ଚେକ୍ କରିଥିଲେ। ଆଉ ଏହି ଠକାମୀର ହୋଇଥିଲା ପର୍ଦ୍ଦାଫାଶ୍।
ଭିଡିଓ ଦେଖନ୍ତୁ:
ଏବେ ନଜର ପକାନ୍ତୁ କେମିତି ହେଉଛି ଏହି ଠକେଇ। ଠିକ୍ ଓରିଜିନାଲ ଫୋନ୍ ଆପ ଭଳି ଅବିକଳ ଏକ ମଡ୍ ବା ଫେକ୍ ଫୋନପେ ଆପ ଅନଲାଇନରେ ମିଳୁଛି। ପେମେଣ୍ଟ ପାଇଁ ସ୍କାନ କରିବା ପରେ ଆକାଉଣ୍ଟଧାରୀଙ୍କ ନା ଆସୁଛି। ତାପରେ ପେମେଣ୍ଟ ଅପ୍ସନ୍ ଦେଖାଉଛି। ଆଉ ପାସ୍ୱର୍ଡ ମାରିବା ପରେ ପେମେଣ୍ଟ ସକ୍ସେସଫୁଲ ଲେଖୁଛି। ହିଷ୍ଟ୍ରିରେ ମଧ୍ୟ ଟଙ୍କା ଯାଇଛି ବୋଲି ଦେଖାଉଛି। ହେଲେ ପ୍ରକୃତରେ ଏଠି କିଛି ବି ଟ୍ରାନଜାକସନ୍ ହେଉନାହିଁ ।
ତେବେ ଏନେଇ ବ୍ୟବସାୟୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବାଲେଶ୍ୱର ଅତିରିକ୍ତ SP। ପେମେଣ୍ଟ ସକସେସ୍ ହେଲେ ଟଙ୍କା ଆସିଛି କି ନାହିଁ ନିଜ ଫୋନରେ ଚେକ୍ କରନ୍ତୁ। ଦୋକାନରେ ସାଉଣ୍ଡ ସ୍ପିକରର ବ୍ୟବହାର କରନ୍ତୁ। ଯେଉଁଥିରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା ବୋଲି ଶୁଣି ପାରିବେ। ଆଉ ଏପରି ଫ୍ରଡ ହେଲେ ତୁରନ୍ତ ସାଇବର କିମ୍ବା ପୋଲିସରେ ଅଭିଯୋଗ କରନ୍ତୁ।
Black-Headed Caterpillar: ଘରୁ ବାହାର କରି ଦେଉ ନାହାନ୍ତି କାଳୀମୁଣ୍ଡି ପୋକ

Public Execution: ୧୩ ବର୍ଷର ବାଳକ ଦେଲା ସାର୍ବଜନୀନ ମୃତ୍ୟୁଦଣ୍ଡ, ଦେଖିବାକୁ ୮୦ ହଜାର ଲୋକଙ୍କ ଭିଡ଼

Fire Breaks Out at Hospital: ହସ୍ପିଟାଲରେ ଲାଗିଲା ନିଆଁ; କାରଣ ଅସ୍ପଷ୍ଟ

Bata Osha: ଯମରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମା ମାନେ କରିଥାଆନ୍ତି ଏହି ଓଷା, ସନ୍ତାନଙ୍କର ଦୀର୍ଘ ଜୀବନ ପାଇଁ ବଜ୍ର ମୂଳିରେ ଝାଡିଥାନ୍ତି ମା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)