Advertisment

Black-Headed Caterpillar: ଘରୁ ବାହାର କରି ଦେଉ ନାହାନ୍ତି କାଳୀମୁଣ୍ଡି ପୋକ

କାଳୀମୁଣ୍ଡି ପୋକ ଆତଙ୍କ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କଳାବୁଦା ପଞ୍ଚାୟତରେ ଏବେ କାଳୀମୁଣ୍ଡି ପୋକ ଆତଙ୍କ ଖେଳାଇଛି। ବିରି ଚାଷ, ଗାଁ, ଗଣ୍ଡା, ରାସ୍ତାଘାଟ ସବୁଆଡେ ମାଡ଼ି ଗଲେଣି।

author-image
Chinmayee Sahoo
Black-Headed Caterpillar

Black-Headed Caterpillar Photograph: (OTV)

କାଳୀମୁଣ୍ଡି ପୋକ ଆତଙ୍କ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କଳାବୁଦା ପଞ୍ଚାୟତରେ ଏବେ କାଳୀମୁଣ୍ଡି ପୋକ ଆତଙ୍କ ଖେଳାଇଛି। ଏମିତିକି ପ୍ରଥମେ ବିରି ଚାଷ ଓ ପରେ ଗାଁ, ଗଣ୍ଡା, ରାସ୍ତାଘାଟ ସବୁଆଡେ ମାଡ଼ି ଗଲେଣି। ଅବସ୍ଥା ଏମିତି ହେଲାଣି ଯେ, ଲୋକେଙ୍କ ଘର ଭିତରେ ପସିଯାଉଛନ୍ତି ଏହି କାଳୀମୁଣ୍ଡି ପୋକ। ଘରୁ ବାହାରକୁ ବାହାରିବାକୁ ବି ଡରିଲେଣି ଲୋକେ।

Advertisment

ନା ରୋଷେଇ କରି ହଉଛି, ନା ବାଟରେ ଚାଲି ହଉଛି। ବିରି କିଆରିକୁ ଖାଇ ସାରିଲେଣି। ଗଛରେ ରଖେଇ ଦେଉ ନାହାନ୍ତି ପତ୍ର କି ଫୁଲ। ଘରେ ପଶି ଖାଇଯାଉଛନ୍ତି ପନିପରିବା। ସେ କିରାସିନି ହେଉ କି ଫିନାଇଲ୍ ବା କୌଣସି କୀଟନାସକ ଓଷଦ, କିଛି କାମ କରୁନି। ସଁବାଳୁଆ ଭଳି ଦେଖାଯାଉଥିବା ଏହି ପୋକର ନାଁ ହେଉଛି କାଳୀମୁଣ୍ଡି ପୋକ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କଳାବୁଦା ପଞ୍ଚାୟତରେ ଏବେ ଦେଖାଦେଇଛି ଏମାନଙ୍କ ଆତଙ୍କ।

ରାସ୍ତା-ଘାଟ ଚାରିଆଡେ ସାଲୁବାଲୁ। କାନ୍ଥ ସାରା ମାଡ଼ିଯାଉଛନ୍ତି। ଘରେ ପଶିଯାଉଛନ୍ତି। ଡ୍ରେସ୍-ପଟା ସବୁଆଡେ ଚଢି ଯାଉଛନ୍ତି। କୋଉଠି ବସେଇ ଦଉ ନାହାନ୍ତି କି ଠିଆ କରେଇ ଦଉ ନାହାନ୍ତି। ପୋକଙ୍କ ଦାଉରେ ୪ – ୫ ଦିନ ହେବ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରୁଛନ୍ତି।

Advertisment

ଖାଲି ରାସ୍ତାଘାଟ କି ଘରଦ୍ୱାରା ନୁହେଁ। ଚାଷ ଜମିରେ ବି କାଳୀମୁଣ୍ଡି ପୋକଙ୍କ ଆତଙ୍କ ଦେଖିବାକୁ ମିଳିଛି। ଜମିରେ ଥିବା ସବୁ ଫସଲକୁ ଖାଇ ନଷ୍ଟ କରିସାରିଲେଣି। ଏମାନଙ୍କ ଦାଉରୁ ବିରି ବିଲରେ ନା ଅଛି ପତ୍ର, ନା ଅଛି ଫଳ। ହଜାର ହଜାର ହେକ୍ଟର ଧାନ କିଆରିରେ ମଧ୍ୟ ବ୍ୟାପି ଗଲେଣି। ଶହେ କି ଦୁଇ ଶହ ନୁହେଁ, ଲକ୍ଷ ଲକ୍ଷ ସଂଖ୍ୟାରେ ମାଡି ଆସିଛନ୍ତି କାଳୀମୁଣ୍ଡି। ଏମାନଙ୍କ ଆତଙ୍କରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କଣ କରିବେ ମୁଣ୍ଡ କାମ କରୁନି।

Kendrapada
Advertisment
Related Articles
Advertisment