/odishatv-khabar/media/media_files/2025/12/14/delhi-aqi-2025-12-14-10-27-53.jpg)
Delhi AQI Photograph: (OTV)
ଦିଲ୍ଲୀରେ ପୁଣି ଭୟଙ୍କର ବାୟୁ ପ୍ରଦୂଷଣ। ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୪୧କୁ ବୃଦ୍ଧି ପାଇଛି। ଯାହା ସିଭିୟର ଶ୍ରେଣୀରେ ଆସୁଛି। ଏହାପରେ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM) ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଷ୍ଟେଜ୍-ଫୋର୍ ଲାଗୁ କରିଛି।
ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା AQI ୪୪୧ରେ ପହଞ୍ଚିଥିଲା। ଯୁଆଡ଼େ ଦେଖିଲେ ଧୂଆଁ ଧୂଆଁ ଓ କୁହୁଡ଼ି ପଡ଼ିଲା ଭଳି ଦିଶୁଥିଲା। GRAP-4 ଲାଗୁ ହୋଇଥିବାରୁ ଦିଲ୍ଲୀ ଓ ଆଖପାଖ ଇଲାକାରେ ଜାରି ହୋଇଛି କଡ଼ା କଟକଣା। ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଲାଗିଛି ରୋକ।
ପଥର କ୍ରସରକୁ ଏନସିଆରରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖନନ ଓ ଏଥିସହ ଜଡ଼ିତ ସମସ୍ତ ଗତିବିଧି ଉପରେ ରୋକ ଲାଗିଛି। ଏଥିସହ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଗୌତମବୁଦ୍ଧ ନଗରରେ BS-ଥ୍ରୀ ଓ BS-ଫୋର୍ ଡିଜେଲ୍ ଚାଳିତ ଚାରି ଚକିଆ ଗାଡ଼ି ଉପରେ ପ୍ରତିବନ୍ଧକ ଲାଗିଛି।
ଦିଲ୍ଲୀକୁ ଅଣ-ଅତ୍ୟାବଶ୍ୟକ ଟ୍ରକ୍ ପ୍ରବେଶ ଉପରେ ଲାଗିଛି କଟକଣା। ସେହିପରି ଷଷ୍ଠରୁ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ କ୍ଲାସକୁ ଅନଲାଇନ୍ ମୋଡକୁ ସ୍ଥାନାନ୍ତର କରିପାରିବେ। ବାୟୁ ପ୍ରଦୂଷଣରେ ଯେଭଳି ଛୋଟ ପିଲା ପ୍ରଭାବିତ ନହେବେ ସେଥିପାଇଁ କ୍ଲାସକୁ ହାଇବ୍ରିଡ୍ ମୋଡକୁ ଆଣିବାକୁ କୁହାଯାଇଛି।
• ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ
• ଦିଲ୍ଲୀରେ ସିଭିୟର ଶ୍ରେଣୀରେ ବାୟୁ ପ୍ରଦୂଷଣ
• ଦିଲ୍ଲୀ-NCRରେ GRAP ଷ୍ଟେଜ୍-୪ ଲାଗୁ
• ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଲାଗୁ ଗଲା CAQM
• ମାତ୍ର ୨ ଘଣ୍ଟାରେ AQI ୪୩୧ରୁ ୪୪୧କୁ ବୃଦ୍ଧି
• ଦିଲ୍ଲୀରେ ଚାରିଆଡ଼େ ଦିଶୁଛି ଧୂଆଁଧୂଆଁ
• ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲାଗିଲା କଡ଼ା କଟକଣା
• ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ
• ପଥର କ୍ରସରକୁ NCRରେ ବନ୍ଦ ନିର୍ଦ୍ଦେଶ
• ଦିଲ୍ଲୀକୁ ଅଣ-ଅତ୍ୟାବଶ୍ୟକ ଟ୍ରକ୍ ପ୍ରବେଶରେ କଟକଣା
• ହାଇବ୍ରିଡ୍ ମୋଡରେ ଷଷ୍ଠରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ
Severe Cold Wave Grips Odisha: ଜାରି ରହିଛି ଶୀତ ଲହରି, ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

Skeleton Recovered: ମାଟି ତଳୁ ବାହାରିଲା ରାମୁ , ଦିନେ ଚନ୍ଦକା ଜଙ୍ଗଲରେ କରୁଥିଲା ରାଜ୍

Odisha MLA Salary Hike: କପେ ଚା’କୁ ନିଅଣ୍ଟ ସାଢ଼େ ୩ ଲକ୍ଷ, ଝାଡ଼ିଦେଲେ ଜୟ

Mamata Banerjee Apologises: ଭାଙ୍ଗିଲା ଗର୍ବ, କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)