/odishatv-khabar/media/media_files/2025/12/14/mla-salary-hike-2025-12-14-10-06-23.jpg)
MLA-Salary-Hike Photograph: (OTV)
କପେ କପେ ଚା’ ଦେଲେ ଯାଏ ଲକ୍ଷେ ଟଙ୍କା । ଏମିତି କଥା କହି କହି ସାଢ଼େ ୩ ଲକ୍ଷ ଟଙ୍କା ଦରମାର ହିସାବ ଦେଇଦେଲେ ଜୟନାରାୟଣ । ଏକାଥରେ ବିଧାୟକଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧିକୁ ନେଇ ସାରା ଦେଶ ପଡ଼ୁଛି ଉଠୁଛି । ଜାତୀୟ ଗଣାମଧ୍ୟମରେ ବି ଏ ଖବର ଚର୍ଚ୍ଚାରେ ଆସିଛି। କିନ୍ତୁ ଆମ ବିଧାୟକମାନଙ୍କୁ ଏସବୁ କିଛି ଫରକ ପଡ଼ୁନି । ନା ବିଜେଡି, ନା ବିଜେପି, ନା କଂଗ୍ରେସ କେହିବି ଏତେ ମୋଟା ଅଙ୍କର ଦରମାକୁ ନନେବାକୁ କହୁନାହାନ୍ତି । ପୂର୍ବରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସାଢ଼େ ୩ ଲକ୍ଷ ଦରମା ବେଶି ନୁହେଁ ବୋଲି, କହିଥିଲେ ଆଉ ଏବେ ତାଙ୍କୁ ଖୁବ୍ ଦୃଢ଼ ଭାବେ ସମର୍ଥନ ଜଣାଉଛନ୍ତି ବିଧାୟକ ଜୟନାରାୟଣ ମିଶ୍ର ।
ସେପଟେ ବିଜେପି ନେତାଙ୍କୁ ସମର୍ଥନ ଜଣାଇଛନ୍ତି ବିଜେଡିର ଦୁଇ ଖୁବ୍ ଚିହ୍ନା ଚେହେରା । ବିଧାୟକ ଅନନ୍ତ ନାରାୟଣ ଜେନା ଓ ସାରଦା ଜେନା ଖୁଲମଖୁଲା କହିଛନ୍ତି, ଲୋକେ ଆଲୋଚନା କରିବା କିଛି ବଡ଼ କଥା ନୁହେଁ । ଆଲୋଚନା ହେବ । ବିଧାୟକଙ୍କ ସାଢ଼େ ତିନି ଲକ୍ଷ ଟଙ୍କା ଦରମା ଲୋକଙ୍କ କାମରେ ଆସିବ, ଏହା ଦରମା ନୁହେଁ । ସେପଟେ ବିଜେଡି ବିଧାୟକ ଅନନ୍ତ ଜେନା କହିଛନ୍ତି, ପୂର୍ବତନ ବିଧାୟକଙ୍କୁ ୩୦ ହଜାର ଟଙ୍କା ପେନସନ୍ ଅଣ୍ଟୁନଥିଲା । ଏହା ବଢ଼ିବା ନିହାତି ଆବଶ୍ୟକ ଥିଲା ।
ତେବେ ବିଧାୟକଙ୍କ ଏହି ଦରମା ବୃଦ୍ଧିକୁ ନେଇ ଗତ ୫ ଦିନ ହେଲା ସାରା ରାଜ୍ୟରେ ଆଲୋଚନା ହେଉଛି । ସାଧାରଣ ଲୋକ ମଧ୍ୟ ଅନେକ ପ୍ରତିକ୍ରିୟା ରଖୁଛନ୍ତି । ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ଓ ସରକାରୀ କର୍ମଚାରୀ ମାନଙ୍କୁ ନିଜର ଦାବି ମୁତାବକ ଦରମା ମିଳୁନଥିବା ବେଳେ ବିଧାୟକମାନଙ୍କ ଦରମା ବୃଦ୍ଧିକୁ ସବୁରି ମହଲରେ ସମାଲୋଚନା କରାଯାଉଛି ।
ବିଧାୟକଙ୍କ ଦରମାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ । ସୋସିଆଲ ମିଡିଆରେ ମଧ୍ୟ ଅନେକ ପୋଷ୍ଟ କରୁଛନ୍ତି ଯୁବପିଢ଼ି । ତେବେ ଆଗକୁ ଏନେଇ କ’ଣ ନିଷ୍ପତ୍ତି ନିଆଯାଉଛି ତା’ ଉପରେ ସମସ୍ତଙ୍କ ନଜର।
Football Frenzy Turns Violent: ଫୁଟବଲ୍ ଲିଜେଣ୍ଡ ମେସୀଙ୍କ ପାଇଁ ମହାଭାରତ, କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମ୍ ପାଲଟିଲା ରଣକ୍ଷେତ୍ର

MLA Salary Hike Sparks Outrage: ବିଧାୟକଙ୍କ ଦରମା ବୃଦ୍ଧି ପରେ ସାଧାରଣରେ ବଢୁଛି ଅସନ୍ତୋଷ, ବରଗଡ଼ରେ ମିଠା ବାଣ୍ଟି ପ୍ରତୀକାତ୍ମକ ବିରୋଧ କଲେ ଚାଷୀ

Crackdown Begins: ହୁକ୍କା ବାର୍ ହରର୍ ପରେ ଆକ୍ସନ, ନୋ ଲିମିଟରେ ବେଆଇନ ବାର ଚାଲୁଥିବା ନେଇ ତଦନ୍ତ

From Storm to Struggle: ୫ ବର୍ଷ ତଳେ ମୁଣ୍ଡରୁ ଚାଳ ଛଡ଼ାଇ ନେଇଥିଲା ବାତ୍ୟା, ସରକାରୀ ବ୍ୟବସ୍ଥା ଆଖି ବୁଜିବା ପରେ ଜଙ୍ଗଲରେ କଟୁଛି ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)