Advertisment

Doctors’ OPD Services Remain Shut: ଆଜି ବି ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ

ଆଜି ବି ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ। ଏସମା ଲାଗୁ ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। OMSA ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

author-image
Chinmayee Sahoo
OPD shuts

OPD shuts Photograph: (OTV)

ଆଜି ବି ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ। ଏସମା ଲାଗୁ ସତ୍ତ୍ବେ ଡାକ୍ତରଙ୍କ ଜାରି ରହିଛି ଆନ୍ଦୋଳନ। ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେବି ଜାରି ରହିଛି। ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ କରିଥିଲେ ଡାକ୍ତର। 

Advertisment

କେବଳ ଏମର୍ଜେନ୍ସି ସେବା ଛାଡ଼ି ଅନ୍ୟ ସେବା ବନ୍ଦ ରହିଛି। ଏପଟେ କିଛି ସମୟ ପରେ ଓମ୍ସା ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ସାଢ଼େ ୧୨ଟାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ବସିବ। ଆଜିର ବୈଠକ ପରେ ସମାଧାନ ବାଟ ବାହାରିପାରେ । କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ, ଦନ୍ତ ଚିକିତ୍ସକଙ୍କ କ୍ୟାଡର ପୁନର୍ବିନ୍ୟାସ, ପୋଷ୍ଟମର୍ଟମ ଭତ୍ତା ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଡାକ୍ତରମାନେ ।

•    ଆଜି ବି ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ
•    ଏସମା ଲାଗୁ ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି 
•    OMSA ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
•    ଅପରାହ୍ଣ ସାଢ଼େ ୧୨ଟାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
•    ଆଜିର ବୈଠକ ପରେ ବାହାରିପାରେ ସମାଧାନ ବାଟ
•    କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ, ଦନ୍ତ ଚିକିତ୍ସକଙ୍କ କ୍ୟାଡର ପୁନର୍ବିନ୍ୟାସ, ପୋଷ୍ଟମର୍ଟମ ଭତ୍ତା ଦାବିରେ ଆନ୍ଦୋଳନ

Advertisment
Doctor Protest
Advertisment
Related Articles
Advertisment