Advertisment

Bomb Threat to Court: ୩ କୋର୍ଟକୁ ଧମକ, ଖାଲି କର କୋର୍ଟ ନହେଲେ ଉଡ଼ାଇ ଦେବୁ...

ଦେବଗଡ, ସମ୍ବଲପୁର ଓ କଟକ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ। ଇମେଲ୍ ମାଧ୍ୟମରେ କୋର୍ଟକୁ ଏହି ଧମକ ମିଳିଥିବା ସୂଚନା ମିଳିଛି। ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି।

author-image
Madhupriya Mistry
Bomb Threat

Bomb Threat Photograph: (OTV)

ତିନି କୋର୍ଟକୁ ବୋମା ଧମକ। ଦେବଗଡ, ସମ୍ବଲପୁର ଓ କଟକ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ। ମେଲ୍ ମାଧ୍ୟମରେ କୋର୍ଟକୁ ଏହି ଧମକ ମିଳିଥିବା ସୂଚନା ମିଳିଛି। ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି। ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରୁଛି।

Advertisment

ସମସ୍ତ କୋର୍ଟ ପରିସରକୁ ଖାଲି କରି ଦିଆଯାଇଛି। କୋର୍ଟ ପରିସରରୁ ସମସ୍ତ ଓକିଲ, ଅଧିକାରୀ, କର୍ମଚାରୀମାନଙ୍କୁ ବାହାର କରି ବମ ସ୍କ୍ବାଡ଼, ସନ୍ଧାନୀ କୁକୁର, ସାଇବର ଅଧିକାରୀ ରହି ତଦନ୍ତ କରୁଛନ୍ତି।

ଏଣେ ହାଇକୋର୍ଟ ପରିସରକୁ ମଧ୍ୟ ଖାଲି କରାଯାଇ ପୁଲିସ ଛାଉଣି କରାଯାଇଛି। ଚାରିଆଡେ ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି। ହାଇକୋର୍ଟ କୁ ମଧ୍ୟ ଖାଲି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତେବେ କିଏ ଏହି ମେଲ୍ ପଠାଇଛି ସେ ନେଇ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।  

Advertisment

Cuttack Sambalpur High Court Of Orissa ADJ Court Bomb Threat
Advertisment
Related Articles
Advertisment