/odishatv-khabar/media/media_files/2026/01/08/anil-agarwal-son-2026-01-08-12-11-37.jpg)
Anil Agarwal Son Photograph: (OTV)
ଆଉ ନାହାନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ। ଅଗ୍ନିବେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି। ବୁଧବାର ନ୍ୟୁୟର୍କ ସ୍ଥିତ ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଉଥିଲା। ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି ଖୋଦ ଅନିଲ ଅଗ୍ରୱାଲ।
ସ୍କିଂ ଖେଳୁଥିବା ବେଳେ ଦୁର୍ଘଟଣା ଘଟି ସେ ଚିକିତ୍ସିତ ହେଉଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବି ସୁଧରୁଥିଲା। କିନ୍ତୁ ହଠାତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡାବାରେ ଲାଗିଥିଲା। ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲ।
Today is the darkest day of my life.
— Anil Agarwal (@AnilAgarwal_Ved) January 7, 2026
My beloved son, Agnivesh, left us far too soon. He was just 49 years old, healthy, full of life, and dreams. Following a skiing accident in the US, he was recovering well in Mount Sinai Hospital, New York. We believed the worst was behind us.… pic.twitter.com/hDQEDNI262
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଦୁଃଖଦ ପୋଷ୍ଟ ସେୟାର କରିଛନ୍ତି ଅନିଲ ଅଗ୍ରୱାଲ। ସେ ଲେଖିଛନ୍ତି- ‘ମୋର ପ୍ରିୟ ପୁଅ ଅଗ୍ନିବେଶ ଆମକୁ ଖୁବ ଶୀଘ୍ର ଛାଡ଼ି ଚାଲିଗଲା। ସେ ମାତ୍ର ୪୯ ବର୍ଷ ବୟସର ଥିଲା। ସେ ଆମଠୁ ଦୂରେଇ ଗଲା। ସ୍ୱପ୍ନରେ ପରିପୂର୍ଣ୍ଣ ଥିଲା ତା ଜୀବନ। ଦେଶ ପାଇଁ ଦେଖିଥିଲା ଅନେକ ସ୍ୱପ୍ନ । ହେଲେ ଭାଗ୍ୟ ହଠାତ୍ ଆମ ପୁଅକୁ ଆମ ଠାରୁ ଛଡ଼ାଇ ନେଇଗଲା। ସେ ମୋ ପାଇଁ କେବଳ ପୁଅ ନଥିଲା ବରଂ ସେ ମୋର ବନ୍ଧୁ ଥିଲା, ମୋର ଗର୍ବ, ମୋର ଦୁନିଆ ଥିଲା… ତା କଥା ଭାରି ମନେ ପଡୁଛି। ତା ବିନା ମୁଁ ଭାଙ୍ଗି ପଡ଼ିଛି। ମୁଁ ଏବଂ କିରଣ କିପରି ବଞ୍ଚିବୁ ଜାଣିନୁ।’
ଅନିଲ ଅଗ୍ରୱାଲ ଆହୁରି କହିଛନ୍ତି, ‘ଯେଉଁ ବାପାମାଆଙ୍କୁ ତାଙ୍କ ସନ୍ତାନକୁ ବିଦାୟ ଦେବାକୁ ପଡ଼ୁଛି, ସେମାନଙ୍କର ଯନ୍ତ୍ରଣାକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଗୋଟେ ବାପା ସାମ୍ନାରେ ପୁଅ ଯିବାଟା ଠିକ୍ ନୁହଁ। ଅଗ୍ନିବେଶଙ୍କ ଦେହାନ୍ତ ଆମକୁ ଭାଙ୍ଗି ଦେଇଛି। ମୋତେ ଆଜି ବି ସେହି ଦିନ ମନେ ଅଛି , ଯେଉଁ ଦିନ ଅଗ୍ନିବେଶଙ୍କ ଜନ୍ମ ହୋଇଥିଲା। ସେ ଏକ ମଧ୍ୟବିତ୍ତ ବିହାରୀ ପରିବାରରେ ବଢ଼ିଥିଲେ, ଜଣେ ଦୃଢ଼, ଦୟାଳୁ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ମଣିଷ ଥିଲା। ହେଲେ ଏହି ଦୁଃଖରେ, ଆମେ ନିଜକୁ ବୁଝାଇ ଦେଉଛୁ ଯେ ବେଦାନ୍ତରେ କାମ କରୁଥିବା ହଜାର ହଜାର ଯୁବକ ମଧ୍ୟ ଆମର ସନ୍ତାନ।’
Court Bars Piyush Tripathy: ଯାତ୍ରା ଖଳନାୟକ ପୀୟୂଷଙ୍କୁ ବଡ଼ ଝଟକା, ଆଉ ଚଢ଼ି ପାରିବେନି ମଞ୍ଚ

Daily Horoscope 08th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Trump Announces Plan: ଭେନେଜୁଏଲାର ତେଲ ଖଣି ଉପରେ ଆଖି, ୫ କୋଟି ବ୍ୟାରେଲ ତେଲ କିଣିବ ଆମେରିକା

26 Maoists Surrender: ସରେଣ୍ଡର କଲେ ୨୬ ମାଓବାଦୀ, ସମସ୍ତଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷର ପୁରସ୍କାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)