Advertisment

Cuttack Police on High Alert: କଟକରେ ଫ୍ଲାଗମାର୍ଚ୍ଚ , ମୁତୟନ ରହିବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଆଜି କଟକରେ କାଳୀପୂଜା ଭସାଣ ଉତ୍ସବ। ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ। ରେଳ ଷ୍ଟେସନଠାରୁ ଆରମ୍ଭ କରି ପୁରୀଘାଟ ଦେବୀ ଗଡା ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

author-image
Manas Ranjan Mohanty
cuttack

cuttack Photograph: (OTV)

ଆଜି କଟକରେ କାଳୀପୂଜା ଭସାଣ ଉତ୍ସବ। ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ। କଟକ ଡିସିପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ସୁରକ୍ଷାକର୍ମୀ ରେଳ ଷ୍ଟେସନଠାରୁ ଆରମ୍ଭ କରି ପୁରୀଘାଟ ଦେବୀ ଗଡା ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଭସାଣ ପାଇଁ ଆଜି ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସୁରକ୍ଷାର ତଦାରଖ କରିବେ ୪୦୦ରୁ ଅଧିକ ବରିଷ୍ଠ ପୋଲିସ ଅଫିସର। କାଳୀପୂଜା ଭସାଣ ପାଇଁ ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ୍। ସମ୍ବେଦନଶୀଳ ସ୍ଥାନରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ରୁଫ୍ ଟଫ୍ ପୋଲିସ ବ୍ୟବସ୍ଥା ସହ ଡ୍ରୋନ୍ ଓ ସିସିଟିଭି ନଜରରେ ରହିବ ସହର। ଏହାସହ କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ। ... 

Advertisment

କାଳୀପୂଜା ଭସାଣ ପାଇଁ କଟକରେ ଫ୍ଲାଗମାର୍ଚ୍ଚ
କଟକ ଡିସିପିଙ୍କ ନେତୃତ୍ବରେ ପୋଲିସର ଫ୍ଲାଗମାର୍ଚ୍ଚ 
ଆଜି କଟକରେ କାଳୀପୂଜା ଭସାଣ ଉତ୍ସବ
କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ୍
କଟକ ସହରରେ ମୁତୟନ ରହିବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ

Advertisment
Related Articles
Advertisment