Advertisment

SI Recruitment Mega Scam to Be Exposed: ଖୋଲିବ ପୋଲିସ୍ SI ନିଯୁକ୍ତି ମହାଦୁର୍ନୀତି ପେଡ଼ି, ଜାଲିଆତି ସିଣ୍ଡିକେଟରେ ଜଡିତ ବଡ଼ବଡ଼ିଆଙ୍କ ଛାତି ଧଡ଼ଧଡ଼

ସିବିଆଇର ତଦନ୍ତ ଧାରା ଅନୁସାରେ ପ୍ରଥମେ ପରୀକ୍ଷା କରୁଥିବା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-OPRB ଠାରୁ ହିଁ ଆରମ୍ଭ ହୋଇପାରେ ଖୋଳତାଡ଼ । ପୁରା ଘଟଣାରେ OPRBର ଭୂମିକା କଣ ? କାହାକୁ ଦିଆଯାଇଥିଲା ପରୀକ୍ଷା ପରିଚାଳନା ଦାୟିତ୍ବ ? କେମିତି ହୋଇଥିଲା ଟେଣ୍ଡର ?

author-image
Tapan Swain
SI-EXAM

SI-EXAM Photograph: (OTV)


ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀରେ ମୁଖ୍ୟମନ୍ତ୍ରୀଙ୍କ ସିବିଆଇ ତଦନ୍ତ ସୁପାରିସକୁ ଚାରିଆଡୁ ସ୍ବାଗତ । ହେଲେ ଏହାରି ଭିତରେ ହଜିଗଲାଣି ଜାଲିଆତି ସିଣ୍ଡିକେଟରେ ଜଡିତ ବଡ଼ବଡ଼ିଆଙ୍କ ନିଦ। କଣ ହେବ ସିବିଆଇ ତଦନ୍ତର ରୂପରେଖ ? କେଉଁଠୁ ହେବ ଆରମ୍ଭ , କାହା ହାତରେ ପଡିବ ହାତକଡି ? ଏ ସବୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାରି ଭିତରେ ଆଶାୟୀଙ୍କ ଦାବି ତଦନ୍ତ ଯଥାଶୀଘ୍ର କରିବା ସହ ପରୀକ୍ଷା କରିବା ଆବଶ୍ୟକ।...
ଖୋଲିବ ମହାଦୁର୍ନୀତି ପେଡି । ବଡ଼ବଡ଼ିଆଙ୍କ ହାତରେ ପଡ଼ିବ ବେଡି । ପୋଲିସ ଏସଆଇ ପରୀକ୍ଷା ସ୍କାମରେ ସିବିଆଇ ତଦନ୍ତ ସୁପାରିଶ ପରେ ଏଥିରେ ସମ୍ପୃକ୍ତ ହାଇପ୍ରୋଫାଇଲ ଲୋକଙ୍କ ଛାତିରେ ପଶିଲାଣି ଛନକା । ଯେଉଁମାନଙ୍କ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚି ପାରି ନଥିଲା ସେମାନେ ସିବିଆଇ ଜାଲରେ ପଡିବା ନିଶ୍ଚିତ । ଏହି କେଳେଙ୍କାରୀରେ ଅନ୍ତଃ ରାଜ୍ୟ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ ପରେ ମୁଖ୍ୟମନ୍ତ୍ରୀ ଏହାର ଯାଞ୍ଚ ସିବିଆଇକୁ ଦେବାକୁ ସୁପାରିସ କରିଥିଲେ । ଆଉ ଏହାକୁ ଚାରିଆଡୁ ସ୍ବାଗତ କରାଯାଇଛି । ସିବିଆଇ ବ୍ୟାପକ ଯାଞ୍ଚ କରି ଏହାର ଚେର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି ।

Advertisment

କେଉଁ ସରକାରୀ ବାବୁ, ରାଜନେତାଙ୍କ ସଂପୃକ୍ତି ?

ସିବିଆଇର ତଦନ୍ତ ଧାରା ଅନୁସାରେ ପ୍ରଥମେ ପରୀକ୍ଷା କରୁଥିବା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-OPRB ଠାରୁ ହିଁ ଆରମ୍ଭ ହୋଇପାରେ ଖୋଳତାଡ଼ । ପୁରା ଘଟଣାରେ OPRBର ଭୂମିକା କଣ ? କାହାକୁ ଦିଆଯାଇଥିଲା ପରୀକ୍ଷା ପରିଚାଳନା ଦାୟିତ୍ବ ? କେମିତି ହୋଇଥିଲା ଟେଣ୍ଡର ? ଆଇଟିଆଇ ଲିମିଟେଡ ଠାରୁ ସିଲିକନ ଟେକ ଓ ପଞ୍ଚସଫ୍ଟ ସହ କେଉଁ କେଉଁ ସରକାରୀ ବାବୁ, ରାଜନେତାଙ୍କ ସଂପୃକ୍ତି ରହିଛି ? କିଏ କେତେ ଭାଗ ନେଇଛି ? କେମିତି ଚାକିରୀ ବିକ୍ରି ପାଇଁ ଯୋଜନା ହୋଇଛି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । 

ସେପଟେ କେବଳ ଏହା ନୁହଁ ପୂର୍ବରୁ ମଧ୍ୟ ବିଭିନ୍ନ ସରକାରୀ ପରୀକ୍ଷା ସହ ଜଡିତ ଘୋଟାଲା ବି ସାମ୍ନାକୁ ଆସିବ ବୋଲି ମତ ଦେଇଛନ୍ତି ପୂର୍ବତନ ପୋଲିସ ଡିଜି । ଦୀର୍ଘ ୧୦ ବର୍ଷ ଧରି ଏହି ସିଣ୍ଡିକେଟ କାମ କରୁଥିବା ବେଳେ ଏମାନେ ଏକାଧିକ ସରକାରୀ ପଦବୀ ପାଇଁ ପରୀକ୍ଷା ପରିଚାଳନା କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିବା ସୂଚନା ମିଳିଛି । ତେଣେ ସିବିଆଇ ସବୁ କିଛିର ଖୋଳତାଡ କରିବା ସହ ସ୍ବଚ୍ଛତା ଓ ସଠିକ ସମୟରେ ପରୀକ୍ଷା ହେବ ବୋଲି ଆଶା ରଖିଛନ୍ତି ପରୀକ୍ଷାର୍ଥୀ ।

Advertisment

ତେଣେ ସିବିଆଇ ସୁପାରିସକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, ବିଜେପି ସରକାର ଆସିବା ପରେ ଚାକିରୀ ପରୀକ୍ଷାରେ ଯେତେ ସ୍ବଚ୍ଛତା ଆସିବା ଦରକାର ସେ ଦିଗରେ ସବୁ ପଦକ୍ଷେପ ନିଆଯାଉଛି । କିଛି ଲୋକ ଲମ୍ବା ସମୟ ଧରି ପରୀକ୍ଷାରେ ଘୋଟାଲା କରିବା ନେଇ ଯେଉଁ ଅଭ୍ୟାସ ଥିଲା ସେଥିରେ ରୋକ ଲାଗିବ । ପୂର୍ବତନ ପ୍ରଶାସକ ମଧ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା ସହ ତୁରନ୍ତ ତଦନ୍ତ ପ୍ରକ୍ରିୟା ସାରିବା ଉଚିତ ବୋଲି କହିଛନ୍ତି । 
ପୋଲିସ ଏସଆଇ ପରୀକ୍ଷା ସ୍କାମରେ ଏ ପର୍ଯ୍ୟନ୍ତ ୧୨୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେଉଁଥିରେ ୧୧୪ ପରୀକ୍ଷାର୍ଥୀ ଥିବା ବେଳେ ୮ ଦଲାଲ ରହିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଗିରଫ ହୋଇପାରିନାହିଁ।... 

Job Scam Odisha Odisha Police SI Exam
Advertisment
Related Articles
Advertisment