Advertisment

Anti-Maoist Operation: ଓଡ଼ିଶା ପଳାଇ ଆସିଛନ୍ତି ଛତିଶଗଡ଼ି ନକ୍ସଲ , ଖୁବଶୀଘ୍ର କନ୍ଧମାଳରୁ ବଡ଼ ଅପରେସନ୍

ଦେଶରେ ସର୍ବାଧିକ ମାଓ ପ୍ରବଣ ତାଲିକାରେ ରହିଛି ଛତିଶଗଡ଼ର ୩ ଜିଲ୍ଲା। ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ନଥିଲେ ବି କନ୍ଧମାଳ ସମେତ ପଡ଼ୋଶୀ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ଦେଖିବାକୁ ମିଳିଛି।

author-image
Manas Ranjan Mohanty
MAO-OPERATION

MAO-OPERATION Photograph: (OTV)

ଲୁଚିଛପି ବୁଲିବା ସହ ସଦସ୍ୟ ଯୋଗାଡ଼ୁଛନ୍ତି ଛତିଶଗଡ଼ର ଟପ୍ କ୍ୟାଡର ମାଓବାଦୀ। ସେମାନଙ୍କ ଖେଳ ଖତମ କରିବାକୁ ଖୁବଶୀଘ୍ର କନ୍ଧମାଳରେ ଆରମ୍ଭ ହେବ ବଡ଼ ଅଭିଯାନ। ମାଓ ନିପାତ ନେଇ ହୋଇଛି ବଡ଼ ବ୍ଲୁ-ପ୍ରିଣ୍ଟ । ଅପରେସନ ଆରମ୍ଭ କରିବା ପୂର୍ବରୁ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ଦୁଇ ଦିନିଆ ଗସ୍ତରେ କାଲି ବୌଦ୍ଧ ପରେ ଆଜି ପହଞ୍ଚିଥିଲେ ଫୁଲବାଣୀରେ। ତାଙ୍କ ସହ କନ୍ଧମାଳ ଜିଲ୍ଲାରେ ଡେରା ପକାଇଛନ୍ତି ଆଇଜି ଅପରେସନ୍ ସଞ୍ଜୀବ ପଣ୍ଡା ଓ ଡିଆଇଜି ଅପେରସନ୍ ଅଖିଳେଶ୍ବର ସିଂ। ନକ୍ସଲ ବିରୋଧୀ ଅପରେସନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଗୁପ୍ତ ବୈଠକରେ ଆଲୋଚନା କରିଛନ୍ତି ପୋଲିସ ଡିଜି। ୨୦୨୬ ମାର୍ଚ୍ଚ ୩୧ ମାଓବାଦୀ ମୂଳପୋଛର ଡେଡଲାଇନ୍ ରହିଛି। ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ପୋଲିସ ଡିଜି। ... 

Advertisment



ଦେଶରେ ସର୍ବାଧିକ ମାଓ ପ୍ରବଣ ତାଲିକାରେ ରହିଛି ଛତିଶଗଡ଼ର ୩ ଜିଲ୍ଲା। ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ନଥିଲେ ବି କନ୍ଧମାଳ ସମେତ ପଡ଼ୋଶୀ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ଦେଖିବାକୁ ମିଳିଛି। ଓଡ଼ିଶାରେ ଏବେ ସକ୍ରିୟ ରହିଛନ୍ତି ୮୦ରୁ ୮୫ ମାଓବାଦୀ। ସେମାନଙ୍କ ଭିତରେ ୫ ଓଡ଼ିଆ ଥିବା ବେଳେ ବାକି ସବୁ ବାହାର ରାଜ୍ୟର। ୭୫ ଜଣ ଛତିଶଗଡ଼ି ନକ୍ସଲ ଓଡ଼ିଶାରେ ସଂଗଠନକୁ ସକ୍ରିୟ କରିବାକୁ ଉଦ୍ୟମ କରୁଛନ୍ତି। ସେହିପରି କନ୍ଧମାଳରେ ଆତ୍ମଗୋପନ କରିଛି ମାଓବାଦୀ ସେଣ୍ଟ୍ରୋଲ କମିଟି ମେମ୍ବର ତଥା ତେଲେଙ୍ଗାନାର ମାଷ୍ଟ ୱାଣ୍ଟେଡ୍ ଗଣେଶ। ନାଲଗୋଣ୍ଡା ଜିଲ୍ଲାର ଗଣେଶ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ତାସହ ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାର ନକୁଲ ଓଡ଼ିଶାରେ ମାଓ ଗତିବିଧିକୁ ଆଗକୁ ନେବାକୁ ଉଦ୍ୟମ ଚଳାଇଛି। ଏମାନଙ୍କ ସହ ସୁରକ୍ଷାବାହିନୀ ହିଟ୍ ଲିଷ୍ଟରେ ରହିଛନ୍ତି ଓଡ଼ିଶାର ମାଓ ଦମ୍ପତି ନିଖିଲ ଓ ଇନ୍ଦୁ। ଏମାନଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ଛତିଶଗଡ଼ରେ ଘନଘନ ଅପରେସନ୍ ପରେ ଭୟରେ କନ୍ଧମାଳ ଜଙ୍ଗଲକୁ ସୁରକ୍ଷିତ ଚରାଭୂଇଁ ଭାବରେ ବାଛିଛନ୍ତି। ଏଠି ଆସ୍ଥାନ ଜମାଇ ନିରୀହ ଆଦିବାସୀଙ୍କୁ ମିଛ ଆଦର୍ଶର ପାଠ ପଢ଼ାଇ ସଂଗଠନକୁ ସଂଜୀବନୀ ଦେବା କାମରେ ଲାଗିଛନ୍ତି। କୁହାଯାଉଛି ସେମାନେ ସରକାରଙ୍କ ଆତ୍ମସମର୍ପଣ ନୀତିରେ ରାଜି ନାହାନ୍ତି। ...

ମାଓବାଦୀଙ୍କ ଗଡ଼ ଛାରଖାର ପାଇଁ ଘନଘନ ଅପରେସନ୍ କରୁଛନ୍ତି ସୁରକ୍ଷାବାହିନୀ। ଏବର୍ଷ ଆଜି ସୁଦ୍ଧା ଓଡ଼ିଶାରେ ୧୯ ନକ୍ସଲଙ୍କ ମୁଣ୍ଡ ଗଡ଼ିଛି। ୮ ଜଣ ଗିରଫ ହୋଇଥିବା ବେଳେ ସଂଗଠନ ହାତ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ୬ ଜଣ ନକ୍ସଲ। ସରେଣ୍ଡର କଲେ ସରକାର ଅନେକ ସୁବିଧା ସୁଯୋଗ ଦେଉଛନ୍ତି। ନିଜ ମୁଣ୍ଡ ଉପରେ ଥିବା ପୁରସ୍କାର ରାଶି ସହ ୩ ବର୍ଷ ପାଇଁ ୧୦ ହଜାର ଭତ୍ତା ଓ ଘର ମିଳୁଛି। ବୃତ୍ତିଗତ ଶିକ୍ଷା ପ୍ରଶିକ୍ଷଣ ପାଇଁ ଭତ୍ତା ଓ ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ବନ୍ଧୁକ ପ୍ରକାର ଭେଦ ଅନୁସାରେ ଅର୍ଥରାଶି ବି ଦିଆଯାଉଛି। ଏତେ ପରେ ବି ହିଂସାର ରାସ୍ତା ଛାଡୁ ନାହାନ୍ତି ନକ୍ସଲ। ଏନକାଉଣ୍ଟର ହିଁ ସେମାନଙ୍କର ଶେଷ ଠିକଣା ହେଉଛି। .

Advertisment