Advertisment

Police Raid At Cow Smuggler's House: ମାଫିଆଙ୍କ ଘରେ ଟଙ୍କାର ପାହାଡ଼... ଯେତେ ଖୋଳିଲେ, ସେତେ ବାହାରୁଛି

ମାଫିଆଙ୍କ ଘରେ ଟଙ୍କା ପାହାଡ଼। ନୋଟ୍ ଗଣି ଗଣି ମେସିନ୍ ହାଲିଆ। ଯେତେ ଖୋଳିଲେ, ସେତେ ବାହାରୁଛି...ଯେମିତି ଟଙ୍କାର ପ୍ରଦର୍ଶନୀ ଚାଲିଛି ଗୋ-ମାଫିଆଙ୍କ ଘରେ। ଘରୁ ବାହାରୁଛି ଖାଲି ୫୦୦ ଟଙ୍କିଆ।

author-image
Namita Biswal
Bhadrak Cow Mafia Raid

Bhadrak Cow Mafia Raid Photograph: (OTV)

ପୁଳା ପୁଳା ଟଙ୍କା... ଯେମିତି ଟଙ୍କାର ପ୍ରଦର୍ଶନୀ ଚାଲିଛି ଗୋ-ମାଫିଆଙ୍କ ଘରେ। ଘରୁ ବାହାରୁଛି ଖାଲି ୫୦୦ ଟଙ୍କିଆ। ଏକାଥରେ ଏତେ ନୋଟ୍ ବିଡ଼ା ଦେଖି ପୋଲିସ ବି ଟେରା। ଭଦ୍ରକ ପୁରୁଣାବଜାର ଥାନା ମୁଲ୍ଲାସାହିରେ ଥିବା ମାଫିଆଙ୍କ ଘରେ ରେଡ୍ ବେଳେ ମିଳିଛି ଟଙ୍କା ଭଣ୍ଡାର। ଏ ହେଉଛନ୍ତି ସେହି ମାଫିଆ, ଶେଖ୍ ତାଜୁଦ୍ଦିନ୍। ଅବୈଧ ଗୋ-ଚାଲାଣ ଲିଙ୍କରେ ଆଜି ତାଙ୍କ ଘରେ ଚଢାଉ କରିଛି କେନ୍ଦୁଝର ପୋଲିସ।  

Advertisment

ସକାଳୁ ୨ ପ୍ଲାଟୁନ ଫୋର୍ସ ସହ ଅଭିଯୁକ୍ତ ଶେଖ୍ ତାଜୁଦ୍ଦିନଙ୍କ ଘରେ ଚାଲିଛି ଚଢାଉ। ରେଡ୍ ବେଳେ ଯାହା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କ ହୋସ୍ ଉଡାଇବା ଭଳି। ବଣ୍ଡଲ୍ ବଣ୍ଡଲ୍ ୫୦୦ ଟଙ୍କିଆ ଗଣି ଗଣି ପୋଲିସ୍ ନୟାନ୍ତ ହେବା ପରେ ମେସିନ୍ ଆଣିବାକୁ ପଡିଛି। ବର୍ତ୍ତମାନ ସୁଦ୍ଧା କୋଟିଏରୁ ଅଧିକ ନଗଦ ଟଙ୍କା ଓ ସୁନା ଗହଣା ଜବତ ହେଲାଣି। ଖାଲି ଟଙ୍କା ନୁହେଁ, ବିପୁଳ ପରିମାଣର ସମ୍ପତ୍ତି ବି ଠାବ କରିଛି ପୋଲିସ। ଭଦ୍ରକରେ ସମ୍ପୃକ୍ତ ମାଫିଆଙ୍କ ଗୋଟିଏ ରେସିଡେନ୍ସିଆଲ କଲେଜ ଓ ମାର୍କେଟ କମ୍ପ୍ଲେକ୍ସ ଥିବା ବେଳେ ସେଠି ବି ଚାଲିଛି ରେଡ୍।

ଭଦ୍ରକ ସମେତ ୫ଟି ଜିଲ୍ଲା ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ଥିବା ଶେଖ୍‌ଙ୍କ ବିଭିନ୍ନ ଠିକଣାରେ ୪୭ ଟିମ୍ ସହ ଚଢାଉ ଜାରି ରଖିଛି ପୋଲିସ।

Advertisment

ଶେଖ୍ ତାଜୁଦ୍ଦିନ ଦୀର୍ଘ ଦିନ ଧରି ଅବୈଧ ଗୋ-ଚାଲାଣ ଲିଙ୍କରେ ଥିଲା। ତାଙ୍କ ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା ବେଳେ ଦୀର୍ଘ ଦିନ ଧରି ପୋଲିସ୍ ବି ଶେଖ୍‌ଙ୍କୁ ଖୋଜୁଥିଲା। ଏବେ ବି ରେଡ୍‌ ଚାଲିଥିବାରୁ ଆହୁରି ଅଧିକ ସମ୍ପତ୍ତି ଠାବ ହେବାର ଅନୁମାନ କରାଯାଉଛି।

cow smuggler raid Cow Smuggling Police Raid
Advertisment
Related Articles
Advertisment