Advertisment

Wedding Feast Turns Chaotic: ଭଜା ମାଛ ପାଇଁ ବାଡ଼ିଆପିଟା, ମାଡ଼ି ଆସିଲେ ଲୋକେ, ଭିଡିଓ ଭାଇରାଲ

ମାଛ ଖାଇବାକୁ ଜମିଥିଲା ଭିଡ। ସ୍ଥିତି ଏପରି ହୋଇଥିଲା ଯେ, ଲୋକେ ଭଜା ମାଛ ଖଣ୍ଡକ ପାଇଁ ଆରମ୍ଭ କରିଦେଇଥିଲେ ଠେଲାପେଲା। ଖାଲି ସେତିକି ନୁହେଁ ପରସ୍ପର ଭିତରେ ବାଡିଆପିଟା ବି ହୋଇଥିଲେ।

author-image
Madhupriya Mistry
Fish Fry

Fish Fry Photograph: (OTV)

ଚାଲିଥିଲା ବିବାହ ଉତ୍ସବ। ମଣ୍ଡପରେ ପଡୁଥିଲା ବର-କନ୍ୟାଙ୍କ ହାତଗଣ୍ଠି। ଆଉ ଏପଟେ ଜମିଥିଲା ଗ୍ରାଣ୍ଡ ଭୋଜିର ଆସର। ବିବାହ ଭୋଜି ଖାଇବାକୁ ଆସିଥିଲେ ହଜାର ହଜାର ଅତିଥି। ଭୋଜିରେ ଖୋଲିଥିଲା ବିଭିନ୍ନ ପ୍ରକାରର ଖାଇବା ଷ୍ଟଲ୍। ହେଲେ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା ସୁଆଦିଆ ଭଜା ମାଛ ଷ୍ଟଲ୍।

Advertisment

ମାଛ ଖାଇବାକୁ ଜମିଥିଲା ଭିଡ। ସ୍ଥିତି ଏପରି ହୋଇଥିଲା ଯେ, ଲୋକେ ଭଜା ମାଛ ଖଣ୍ଡକ ପାଇଁ ଆରମ୍ଭ କରିଦେଇଥିଲେ ଠେଲାପେଲା। ଖାଲି ସେତିକି ନୁହେଁ ପରସ୍ପର ଭିତରେ ବାଡିଆପିଟା ବି ହୋଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଭଜା ମାଛ ଖଣ୍ଡେ ଖାଇବା ପାଇଁ ଲୋକେ କିଭଳି ଏଠି ବାଡ଼ିଆପିଟା ହେଉଛନ୍ତି ତାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି ଯେ,  ପ୍ରାୟ ଶହେରୁ ଅଧିକ ଲୋକ ଭଜା ମାଛ ଷ୍ଟଲ ପାଖରେ ଭିଡ ଜମାଇଛନ୍ତି। ଠେଲାପେଲା ସହ ଲୁଟ୍ କରିବାକୁ ପଛାଉନାହାନ୍ତି।

ଆଉ ଏପଟେ ସର୍ଭିସ ଦାୟିତ୍ବରେ ଥିବା କର୍ମଚାରୀ ଭଜା ମାଛ ଦେଇ ଦେଇ ହାଲିଆ ହୋଇଯାଉଛନ୍ତି। କିଏ ମାଛ ରଖାଯାଇଥିବା ଟେବୁଲ ଉପରେ ଚଢ଼ିଯାଉଛନ୍ତି ତ ଆଉ କିଏ ହାତ ମାରି ନେଇଯାଉଛନ୍ତି ଭଜା ମାଛ। ଏତେ ଲୋକଙ୍କୁ ଦେଖି ବିବାହ ସମାରୋହ ଆୟୋଜନ କରିଥିବା ଆୟୋଜକଙ୍କ ହୋସ୍ ଉଡିଯାଇଛି।  

ସୂଚନା ମୁତାବକ, ଉତ୍ତରପ୍ରଦେଶର ହାପୁଡରେ ଦାୱତ-ଏ-ବଲିମର ଆୟୋଜନ କରାଯାଇଥିଲା। ଏହି ଗ୍ରାଣ୍ଡ ୱେଣ୍ଡିଂର ଭୋଜିରେ ପାଖାପାଖି ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଭିଡ ଏତେ ବଢ଼ି ଯାଇଥିଲା ଯେ, ଅତିଥି ମାନଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଯାଇଥିଲା। ଫଲରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ତେବେ ଏହି ଦଳାଚକଟାରେ କେହି ଆହତ ହୋଇଛନ୍ତି ନା ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ।   

Viral Video Fish Uttarpradesh Viral Wedding
Advertisment
Related Articles
Advertisment