Advertisment

Mid-Day Operation Against BJD: ବିଜେଡିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର, ’ମିଡ୍ ନାଇଟ୍ ଅପରେସନ୍ ଫେଲ୍, ମିଡ୍ ଡେ’ ଅପରେସନ ବି ଫେଲ୍’

ଚାଲିଥିଲା ମିଡ୍ ଡେ’ ଅପରେସନ। ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍। ପୂର୍ବରୁ ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ଏବେ ମିଡ୍ ଡେ’ ଅପରେସନ ବି ଫେଲ୍’ ହୋଇଛି।

author-image
Madhupriya Mistry
Politics

Politics Photograph: (OTV)

ଚାଲିଥିଲା ମିଡ୍ ଡେ’ ଅପରେସନ। ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍। ପୂର୍ବରୁ ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ଏବେ ମିଡ୍ ଡେ’ ଅପରେସନ ବି ଫେଲ୍’ ହୋଇଛି।

Advertisment

ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ନିଲମ୍ବନ ପରେ ତେଜୁଥିବା ରାଜନୈତିକ ବୟାନବାଜି ଭିତରେ ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ବିଜେଡିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏଥିରେ ବିଜୟ ମହାପାତ୍ର,  ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଥିଲେ।

ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ। କିଛି ବର୍ଗ ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ସେଥିରେ ସେମାନଙ୍କୁ ବିଜୟ ମହାପାତ୍ର ବ୍ୟାକ୍ ଅପ୍ ଦେଉଥିଲେ। ସେଥିପାଇଁ ସେମାନଙ୍କ ବିରୋଧରେ ଆକ୍ସନ୍ ହୋଇଛି।

Advertisment

ପୂର୍ବରୁ ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ମିଡ୍  ଡେ’ ଅପରେସନ ବି ଫେଲ୍ ହୋଇଛି ଆଗକୁ ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଛନ୍ତି ଲେନିନ୍। ଖାଲି ସେତିକି ନୁହେଁ ସବୁ ଇନୋସେଣ୍ଟ ଚେହେରା ନୀରିହ ନୁହେଁ ବୋଲି କହି ଅରବିନ୍ଦଙ୍କୁ ନିଶାନା କରିଛନ୍ତି।

ସେପଟେ ଏନେଇ ଅରବିନ୍ଦ, ବିଜୟ ମହାପାତ୍ର କିମ୍ବା ସନାତନ ମହାକୁଡ଼ଙ୍କ ପ୍ରତିକ୍ରିୟା ମିଳିପାରିନି।

Odisha BJD Active Politics
Advertisment
Related Articles
Advertisment