/odishatv-khabar/media/media_files/2025/12/31/srimandir-calander-2025-12-31-10-57-37.jpg)
Srimandir Calander Photograph: (OTV)
ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି । ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥଙ୍କ ଚିତ୍ର ସ୍ଥାନୀତ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଇଂରାଜୀ ନୂଆବର୍ଷ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀ ତିଆରି କରାଯାଇଛି।
ଏହି କ୍ୟାଲେଣ୍ଡରକୁ ବିକ୍ରି ନିମନ୍ତେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି। ତେବେ ଏହି କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟିକୁ ଦେଖି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। କ୍ୟାଲେଣ୍ଡରରେ ରହିଥିବା ଫଟୋରେ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥଙ୍କ ଚିତ୍ର ରହିଛି।
ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରର ଫଟୋକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କ୍ୟାଲେଣ୍ଡରରେ ଛପା ଯାଇଛି। ଟେବୁଲ କ୍ୟାଲେଣ୍ଟର ଓ ଫଟୋ କ୍ୟାଲେଣ୍ଡର ଉଭୟରେ ଏହି ଚିତ୍ର ରହିଛି। ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ସମୟର ଏକ ଫଟୋ ଏଥିରେ ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଓ ଶେଷରେ ବଡ଼ଠାକୁରଙ୍କ ରଥ ଟଣା ଯାଇଥିବା ଚିତ୍ର ରଖାଯାଇଛି ।
ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି!
ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ
ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ
ଟେବୁଲ୍ କ୍ୟାଲେଣ୍ଡର, ଫଟୋ କ୍ୟାଲେଣ୍ଡରରେ ସ୍ଥାନୀତ ଚିତ୍ରରେ ତ୍ରୁଟି
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି
ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି
Another Hindu Youth Killed: ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମିସ୍ ଫାୟାର ବୋଲି ସଫେଇ ଦେଲା ଢାକା ପୋଲିସ୍

Odisha Chief Secretary Manoj Ahuja Retires: ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

Puri sees surge in devotees: ଇଂରାଜୀ ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ, ଶ୍ରୀକ୍ଷେତ୍ରରେ ଜମିବ ଭିଡ଼

Tight Security: ସବୁଠି ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି; କଡ଼ା ସୁରକ୍ଷା ବଳୟରେ ରହିବ ଟ୍ବିନସିଟି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)