Advertisment

Building a Better future: ଯେଉଁ ହାତ ଦିନେ ଅପରାଧ କରିଥିଲା ଆଜି ସେ ହାତରେ କୋଦାଳ

ଯେଉଁ ହାତ ଦିନେ ମାରଣାସ୍ତ୍ର ଧରିଥିଲା, ଆଜି ସେହି ହାତରେ ଫଳାଉଛନ୍ତି ସୁନାର ଫସଲ। ଜେଲ୍ ଭିତର ବୁଲି ଆସିଲେ ଲାଗିବ, ସତେ ଯେପରି ଏହା ଏକ ପନିପରିବା କ୍ଷେତ।

author-image
Chinmayee Sahoo
Bargarh-Prisoners-in-Agricultural-Work

Bargarh-Prisoners-in-Agricultural-Work Photograph: (OTV)

ଜମିରେ ଲାଗିଛି କୋବି, ଟମାଟୋ, ଶାଗ। କୋବି ଦେଖିଲେ ମନ ଭରିଯାଉଛି। ଶାଗ ବି ହୋଇଛି ଛନଛନ। ତାହାକୁ ଦେଖିଲେ, ଯେ କେହି ବି କହିପାରେ ଏହା କୌଣସି ଚାଷୀର କ୍ଷେତ। କିନ୍ତୁ ତାହା ନହେଁ, କଏଦୀମାନେ ଜେଲ୍ ଭିତରେ ଚାଷ କାମ କରୁଛନ୍ତି। ଯେଉଁ ହାତ ଦିନେ ଅପରାଧ କରିଥିଲା ଆଜି ସେ ହାତରେ କୋଦାଳ। ବିଭିନ୍ନ ପ୍ରକାର ଚାଷ କାମରେ ନିଜକୁ ସାମିଲ୍ କରି ମାନସିକ ଓ ଶାରିରୀକ କ୍ଷେତ୍ରରେ ପରିବର୍ତ୍ତନ ହେଉଛନ୍ତି କଏଦୀ।

Advertisment

ସେମାନେ ହେଉଛନ୍ତି ବରଗଡ଼ କାରାଗାରର ଅପରାଧୀ। ଯେଉଁ ହାତ ଦିନେ ମାରଣାସ୍ତ୍ର ଧରିଥିଲା, ଆଜି ସେହି ହାତ ଫଳାଉଛନ୍ତି ସୁନାର ଫସଲ। ଜେଲ୍ ଭିତର ବୁଲି ଆସିଲେ ଲାଗିବ, ସତେ ଯେପରି ଏହା ଏକ ପନିପରିବା କ୍ଷେତ। ଜେଲରେ ଥିବା  କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାରେ ବେଶ ସହାୟକ ହେଉଛି ଏହି ପରିବେଶ। ଜେଲରେ ଥିବା କିଛି କଏଦୀ ଚାଷ କରିଛନ୍ତି ଆଉ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି। ସେଠାରେ ହେଉଥିବା ସବୁ ପନିପରିବା କଏଦୀଙ୍କ ଖାଇବାରେ ବ୍ୟବହାର କରାଯାଉଛି। ଏଭଳି କାମ କରିବା ଦ୍ୱାରା ସେମାନଙ୍କ ମାନସିକ ଓ ଶାରିରୀକ ସ୍ଥିତି ଭଲ ରହିବା ସହ ଆଗକୁ ଜେଲରୁ ସେମାନେ ସଂସ୍କାରୀ ହୋଇ ବାହାରିବେ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ପ୍ରତିଦିନ ସକାଳ ହେବା ମାତ୍ରେ ସେଲରୁ ବାହାରି ଥାଆନ୍ତି କଏଦୀ, ଆଉ ଜେଲ ସୁପରୀଟେଣ୍ଡେଣ୍ଟ୍ ମଧ୍ୟ ଉପସ୍ଥିତ ରହି କଏଦୀଙ୍କୁ କାମ କରାଇଥାନ୍ତି। ତେବେ ଦୀର୍ଘ ଦିନ ଧରି ଜେଲରେ ସଜା କାଟୁଥିବା କଏଦୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖିବା ପରେ ତାଙ୍କୁ ଏଭଳି ଚାଷ କରିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଇଛି। କଏଦୀମାନେ କାମ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସେମାନକୁ ଚାଷ କାମରେ ନିୟୋଜିତ କରିଛନ୍ତି ବରଗଡ଼ ଜେଲର ଅଧିକ୍ଷକ ସଲମାନ୍ କୁଜୁର। ଯେଉଁ ମଣିଷ ଦିନେ ଅପରାଧ କରି ସଜା କାଟୁଛି ସେହି ମଣିଷର ମନକୁ ପରିବର୍ତ୍ତନ କରି ମୁଖ୍ୟ ସ୍ରୋତରେ ସାମିଲ କରୁଥିବାରୁ ଜେଲରଙ୍କ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

Advertisment
Prisoner
Advertisment