/odishatv-khabar/media/media_files/2025/11/24/delhi-pollution-2025-11-24-15-06-18.jpg)
Delhi-Pollution Photograph: (OTV)
ଭାରତର ରାଜଧାନୀ ଏବେ ବିଷ ବଳୟ ଭିତରେ। ଜନସାଧାରଣଙ୍କ ପାଇଁ ନିଃଶ୍ବାସ ନେବା ପାଲିଟି ଗଲାଣି ଜହର। ପରିସ୍ଥିତି ଏମିତି କି ଦିଲ୍ଲୀର ବାୟୁ ଗୁଣବତ୍ତା ସର୍ବଦା ୪୦୦ ଉପରେ ରହୁଛି। ତେଣୁ ପରିସ୍ଥିତିକୁ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀ ସରକାର। ଆଉ ଜନସାଧାରଣଙ୍କ ପାଇଁ ନୂତନ ପରାମର୍ଶ ଜାରି କରିଛନ୍ତି। କମିଶନ ଫର ଏୟାର କ୍ଲିଟି ମ୍ୟନେଜମଣ୍ଟ ବା CAQMର ନିର୍ଦ୍ଦେଶାବଳୀ ଅନୁଯାୟୀ, ଘରୋଇ କମ୍ପାନୀଗୁଡ଼ିକୁ କେବଳ ୫୦% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଆଉ ଅନ୍ୟ କର୍ମଚାରୀଙ୍କୁ ଓ୍ବାର୍କ ଫର୍ମ ହୋମ କରିବାକୁ ଅନୁମତି ଦିଆଯାଇଛି। ସରକାରଙ୍କ ଲକ୍ଷ୍ୟ ରହିଛି ସର୍ବାଧିକ ପ୍ରଦୂଷଣ ସମୟରେ ବାୟୁ ଗୁଣବତ୍ତା ଅଧିକ ବିଗଡ଼ିଯିବାକୁ ରୋକିବା।
ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ବର୍ତ୍ତମାନ GRAP-III ପର୍ଯ୍ୟାୟରେ ରହିଥିବା କହିଛନ୍ତି ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା। ସହରର AQI ସ୍ଥିର କରିବା ଓ ଜନସାଧାରଙ୍କୁ ସ୍ୱଚ୍ଛ ବାୟୁ ଦେବାକୁ ସରକାର ଯଥା ସମ୍ଭବ ଚେଷ୍ଟା କରୁଛି। ଅଧିକାଂଶ ସ୍ଥାନରେ ଓ୍ବାଟର ଟ୍ୟାଙ୍କର ଦ୍ୱାରା ଜଳ ସିଞ୍ଚନ କରାଯାଉଛି। ଏପର୍ଯ୍ୟନ୍ତ, ୧୨୦୦ ରୁ ଅଧିକ ନିର୍ମାଣ ଏବଂ ଶିଳ୍ପ ସ୍ଥାନ ଯାଞ୍ଚ କରାଯାଇଛି। ୨୦୦ ରୁ ଅଧିକ ଲୋକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆଉ ପ୍ରଦୂଷଣକାରୀ ସ୍ଥାନକୁ ତୁରନ୍ତ ବନ୍ଦ କରିଦିଆଯାଇଛି। ତେବେ ଦିଲ୍ଲୀକୁ ପ୍ରଦୂଷଣରୁ ବଞ୍ଚାଇବାକୁ ଏକ ଦିର୍ଘସୁତ୍ରୀ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶ ବିତ୍ ।
ଭିଡ଼ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ କରିବା ପାଇଁ, ସରକାର ପୂର୍ବରୁ ସରକାରୀ କାର୍ଯ୍ୟାଳୟର ସମୟରେ ପରିବର୍ତ୍ତନ କରିଛନ୍ତି। MCD କାର୍ଯ୍ୟାଳୟଗୁଡ଼ିକ ସକାଳ ୮ଟା ୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ ୧୦ଟା ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ପିକ୍ ଆୱାରରେ ଟ୍ରାଫିକ୍ ହ୍ରାସ କରିବା ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
Cyclone Preparedness: ଉପକୂଳ ଠାରୁ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା, ସରକାର ପ୍ରସ୍ତୁତ

Fairy Tale Romance: ଧର୍ମେନ୍ଦ୍ର ହେମାଙ୍କ ଏମିତି ପ୍ରେମ କାହାଣୀ, ବିବାହ ପାଇଁ ବଦଳାଇବାକୁ ପଡ଼ିଥିଲା ଧର୍ମ

Veteran Actor Dharmendra Passes Away: ପରଲୋକରେ ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର, ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼

BJD Threats: 'ଦଳ ଛାଡ଼ିଲେ ମାରିଦେବୁ'.. ବିଜେଡି ନେତାଙ୍କ ଧମକ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)