Advertisment

Fairy Tale Romance: ଧର୍ମେନ୍ଦ୍ର ହେମାଙ୍କ ଏମିତି ପ୍ରେମ କାହାଣୀ, ବିବାହ ପାଇଁ ବଦଳାଇବାକୁ ପଡ଼ିଥିଲା ଧର୍ମ

ହେମାମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ପ୍ରଥମ ଦେଖା ଫିଲ୍ମ ‘ତୁମ୍ ହସିନ୍ ମେଁ ଜୱାନ୍’ର ସେଟରେ ହୋଇଥିଲା । ଯାହା ପରେ ଏହି ଯୋଡି ୪୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଛନ୍ତି । ୧୯୭୦ ଦଶକରେ ଏହି ଯୋଡି ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ ।

author-image
Manas Ranjan Mohanty
ଅଦ୍ୟତନ ହୋଇଛି
love story

love story Photograph: (OTV)

ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ପ୍ରେମ କାହାଣୀ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ପରୀ ରାଇଜର କାହାଣୀ ଭଳି । ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ବଲିଉଡର ହି-ମ୍ୟାନ୍। ଅନେକ ସାକ୍ଷାତକାରରେ ଧର୍ମେନ୍ଦ୍ର କହିଛନ୍ତି ସେ ଡ୍ରିର୍ମଗର୍ଲ ହେମାମାଳିନୀଙ୍କୁ ବିବାହ କରି ପୃଥିବୀର ସବୁଠୁ ସୌଭାଗ୍ୟଶାଳୀ ମଣିଷ ମନେ କରନ୍ତି । 

Advertisment

ହେମାମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ପ୍ରଥମ ଦେଖା ଫିଲ୍ମ ‘ତୁମ୍ ହସିନ୍ ମେଁ ଜୱାନ୍’ର ସେଟରେ ହୋଇଥିଲା । ଯାହା ପରେ ଏହି ଯୋଡି ୪୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଛନ୍ତି । ୧୯୭୦ ଦଶକରେ ଏହି ଯୋଡି ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ଯାହା ବଲିଉଡରେ ଖୁବ ଚର୍ଚ୍ଚା ସାଉଁଟିଥିଲା । କାରଣ ସେତେବେଳେ ଧର୍ମେନ୍ଦ୍ର ବିବାହିତ ଥିଲେ । ତାଙ୍କ ପ୍ରଥମ ପତ୍ନୀ ଥିଲେ ପ୍ରକାଶ କୌର ।ତାଙ୍କର ଚାରିଟି ସନ୍ତାନ ମଧ୍ୟ ରହିଥିଲେ ।

ହେମାମାଳିନୀଙ୍କୁ କେବଳ ଧର୍ମେନ୍ଦ୍ର ନୁହେଁ ଦୁଇଜଣ ସୁପରଷ୍ଟାର ଜିତେନ୍ଦ୍ର ଓ ସଞ୍ଜୀବ କପୁର ମଧ୍ୟ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ହେମାମାଳିନୀଙ୍କ ହୃଦୟ ଜିତିଥିଲେ ହି-ମ୍ୟାନ ଧର୍ମେନ୍ଦ୍ର ।

Advertisment

ଏକଦା ହେମା ମାଳିନୀ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ଯେତେବେଳେ ଧରମ ଜୀଙ୍କୁ ଦେଖିଲି, ମୁଁ ଜାଣିଲି ଯେ ସେ କେବଳ ମୋ ପାଇଁ ତିଆରି ହୋଇଛନ୍ତି । ମୁଁ ତାଙ୍କ ସହିତ ମୋ ଜୀବନ ବିତାଇବାକୁ ଚାହୁଁଥିଲି । ମୁଁ ମଧ୍ୟ ଚାହୁଁଥିଲି ଯେ ଏହି ବିବାହକୁ ନେଇ କାହାକୁ ଅସୁବିଧା ନହେଉ । ମୁଁ ତାଙ୍କୁ ବିବାହ କରିଥିଲେ ବି ତାଙ୍କର ପ୍ରଥମ ପତ୍ନୀ ଏବଂ ପିଲାମାନଙ୍କୁ ତାଙ୍କ ଜୀବନରୁ କେବେ ଅଲଗା କରିବାକୁ ଚାହିଁନି ।

ଧର୍ମେନ୍ଦ୍ର ହେମା ପରସ୍ପରକୁ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇ ଦେଇଥିଲେ । ଧର୍ମ ପରିବର୍ତ୍ତନ ସମୟରେ ହେମା ତାଙ୍କ ନାମ ଆୟେଶା ଏବଂ ଧର୍ମେନ୍ଦ୍ର ତାଙ୍କ ନାମ ଦିଲାୱର ଖାନ ରଖିଥିଲେ । 

Advertisment