Advertisment

Cyclone Preparedness: ଉପକୂଳ ଠାରୁ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା, ସରକାର ପ୍ରସ୍ତୁତ

ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟ ପ୍ରସ୍ତୁତି କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

author-image
Debadatta Aryashrestha
Cyclone Preparedness

Suresh Pujari on Cyclone Preparedness Photograph: (OTV)

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । କହିଲେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟ ପ୍ରସ୍ତୁତି କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆମର ପୂର୍ବ ପ୍ରସ୍ତୁତି ଦେଖି ମୋନ୍ଥାର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିଲା ନାହିଁ । ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ୨୫ ତାରିଖ ପରେ ତାର ସ୍ପଷ୍ଟତା ଆସିଲେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଅନ୍ୟ ପ୍ରସ୍ତୁତି କରାଯିବ । ଓଡ଼ିଶା ଅପେକ୍ଷା ତାମିଲନାଡୁରେ ଏହାର ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ ରହିଛି । ଏହା ଏକାଠି ହେଲେ ଭୀଷଣ ବାତ୍ୟା ହୋଇପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ । କିନ୍ତୁ ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି । 

ପ୍ରକାଶ ଥାଉ, ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ଭିତରେ ଅବପାତ ଓ ୪୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ଆଜି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

Advertisment

Advertisment
Related Articles
Advertisment