Advertisment

Upset Over Mismanagement: ହାତରେ ଫିତାକୁ ଟାଣି କଲେ ଉଦଘାଟନ , ବ୍ୟବସ୍ଥା ଦେଖି ବିଗିଡିଗଲେ

ଆୟୋଜକଙ୍କ ଦ୍ୱାରା ସ୍ପଷ୍ଟ ଜଣାପଡୁଥିଲା ଅବ୍ୟବସ୍ଥା । ନାଲି ଫିତା କାଟିବା ପାଇଁ, ବ୍ୟବସ୍ଥିତ ଢଙ୍ଗରେ ନଥିଲା କଇଁଚି । କିଛି ସମୟ ଏପଟ ସେପଟ ଦେଖି... ନାଲି ଫିତାକୁ କାଟିବା ବଦଳରେ ହାତରେ ଟାଣି ପକାଇ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

author-image
OTV Bureau
KV-SinghDeo-Angry-Vdo-Viral

KV-SinghDeo-Angry-Vdo-Viral Photograph: (OTV)

କଇଁଚିରେ ନାଲି ଫିତାକୁ କାଟିଲେନି, ବରଂ ହାତରେ ଟାଣି ଉଦଘାଟନ କରିଦେଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ହେଲେ କାହିଁକି ରାଗିଲେ କେ.ଭି ?
ଓଡ଼ିଶା ରାଜନୀତିରେ ମହାରାଜ ଭାବରେ ଜଣାଶୁଣା କେ.ଭିଙ୍କୁ ଆଜି ବି ପାଟଣାଗଡରେ 'ମହାରାଜ' କୁହନ୍ତି ସାଧାରଣ ଲୋକେ । ଗତ ୧୭ ତାରିଖର ଘଟଣା । ପାଟଣାଗଡ ଉପଖଣ୍ଡର ଖପ୍ରାଖୋଲରେ ଆୟୋଜିତ ହୋଇଥିଲା ମତ୍ସ୍ୟ ଓ ପ୍ରାଣୀସଂପଦ ମେଳା । ଏହାକୁ ଉଦ୍‌ଘାଟନ କରିବାକୁ ପୂରା ପଲଟନ ସହିତ ମହାରାଜ ପହଞ୍ଚିଥିଲେ ଖପ୍ରାଖୋଲରେ । ହେଲେ ବ୍ୟବସ୍ଥା ଦେଖି, ବିଗିଡିଗଲେ । 

Advertisment

ଆୟୋଜକଙ୍କ ଦ୍ୱାରା ସ୍ପଷ୍ଟ ଜଣାପଡୁଥିଲା ଅବ୍ୟବସ୍ଥା । ନାଲି ଫିତା କାଟିବା ପାଇଁ, ବ୍ୟବସ୍ଥିତ ଢଙ୍ଗରେ ନଥିଲା କଇଁଚି । କିଛି ସମୟ ଏପଟ ସେପଟ ଦେଖି... ନାଲି ଫିତାକୁ କାଟିବା ବଦଳରେ ହାତରେ ଟାଣି ପକାଇ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଅବଶ୍ୟ କାହାକୁ କିଛି ନକହି, ନିଜ ଅଭିଭାଷଣ ରଖି ସେ ଫେରିଯାଇଥିଲେ । ଏହି ଘଟଣାକୁ ନେଇ ଜିଲ୍ଳା ମତ୍ସ୍ୟ ଅଧିକାରୀ ପ୍ରତିକ୍ରିୟା ନଦେଇ ଚୁପ୍‌ ରହିଥିବା ବେଳେ, ଭୁଲ ମାନି ଅଧିକାରୀଙ୍କୁ ତାଗିଦ କରିଛନ୍ତି ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ  । 

ଏଭଳି ଅବ୍ୟବସ୍ଥା ପାଇଁ ଚାଷୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ନିଜର ଭୁଲ୍ ମାନିଛନ୍ତି ସି.ଡି.ଭି.ଓ ବାବୁ । ଆମର ଭୁଲ ହୋଇଯାଇଛି, ତେଣୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ତରଫରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି । କେ.ଭିଙ୍କ ଏହି ଫିତା କଟାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ଭାରି ଚର୍ଚ୍ଚା ।

Advertisment
Related Articles
Advertisment