Advertisment

Police SI Exam Scam: ପୋଲିସ SI ପରୀକ୍ଷା ସ୍କାମ: ଆଉ ଜଣେ ଗିରଫ

ବ୍ରହ୍ମପୁରରୁ ଆଉ ଜଣେ ଏଜେଣ୍ଟଙ୍କୁ ଗିରଫ କଲା ସିବିଆଇ। ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଇପିଲି ସୀତାରାମ ଗିରଫ। ଘଟଣାରେ ଗିରଫଦାରୀ ସଂଖ୍ୟା ୧୮ରେ ପହଞ୍ଚିଲା।

author-image
Chinmayee Sahoo
SI Exam Scam

SI Exam Scam Photograph: (OTV)

ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଦଲାଲ ଗିରଫ। ବ୍ରହ୍ମପୁରରୁ ଇପିଲି ସୀତାରାମଙ୍କୁ ଗିରଫ କରିଛି CBI। ସୀତାରାମ୍ ଆଶାୟୀ ପରୀକ୍ଷାର୍ଥୀ ଯୋଗାଡ କରିବା ସହ ଆନ୍ଧ୍ର ନେଇ ଯାଉଥିବା ବସକୁ ସହଯୋଗ କରିଥିଲା। ସୀତାରାମର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ CBI ଅଫିସକୁ ଡାକି ଜେରା କରାଯାଇଥିଲା। 

Advertisment

ଏକାଧିକ ଜେରା କରିବା ପରେ ଶେଷରେ ଆଜି CBI ଗିରଫ କରିଛି। ପୋଲିସ SI ସ୍କାମରେ ମୁଖ୍ୟ କାର୍ପେଟଦାର ଶଙ୍କର ପୃଷ୍ଟି ସମେତ ୧୬ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରି ସାରିଛି ସିବିଆଇ। ଏବେବି ମାମଲାର ତଦନ୍ତ ଜାରି ରହିଛି।

Police SI Exam Scam
Advertisment
Related Articles
Advertisment