Advertisment

Missing Girls Cases: ରାଜଧାନୀରୁ ନିଖୋଜ ହେଉଛନ୍ତି ଝିଅ! ସାଂଘାତିକ ରିପୋର୍ଟକୁ ନେଇ ବଡ଼ ଖୁଲାସା

ରାଜଧାନୀ ଦିଲ୍ଲୀରେ ଗାର୍ଲ ମିସିଂ ନେଇ ବଡ଼ ଖୁଲାସା । ଦିଲ୍ଲୀ ପୁଲିସ ଜାତୀୟ ରାଜଧାନୀରେ ଝିଅମାନଙ୍କ ନିଖୋଜ ମାମଲା ବୃଦ୍ଧି ପାଉଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଛି।

author-image
Chinmayee Sahoo
Delhi Missing Girl

Delhi Missing Girl Photograph: (OTV)

ରାଜଧାନୀ ଦିଲ୍ଲୀରେ ଗାର୍ଲ ମିସିଂ ନେଇ ବଡ଼ ଖୁଲାସା । ଦିଲ୍ଲୀ ପୁଲିସ ଜାତୀୟ ରାଜଧାନୀରେ ଝିଅମାନଙ୍କ ନିଖୋଜ ମାମଲା ବୃଦ୍ଧି ପାଉଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଛି। ଏହାକୁ ବିଭ୍ରାନ୍ତିକର ଏବଂ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପେଡ୍ ଅନଲାଇନ୍ ପ୍ରମୋସନ୍ ଦ୍ୱାରା ପରିଚାଳିତ ବୋଲି କହିଛି।

Advertisment

ଦିଲ୍ଲୀ ପୋଲିସର ଚେତାବନୀ ଆର୍ଥିକ ଲାଭ ପାଇଁ ଆତଙ୍କ ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଫିଲ୍ମର ପେଡ୍ ପ୍ରମୋସନ୍ ପାଇଁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି। ଦିଲ୍ଲୀରେ ନିଖୋଜ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ପର୍କରେ ପ୍ରସାରିତ ଗୁଜବ ଖବର ବିରୋଧରେ ଦିଲ୍ଲୀ ପୋଲିସ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। 

ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଏବଂ ଲୋକସମ୍ପର୍କ ଅଧିକାରୀ ସଞ୍ଜୟ ତ୍ୟାଗୀ ସ୍ପଷ୍ଟ କରିଛନ୍ତି, ରାଜଧାନୀରେ ନିଖୋଜଙ୍କ ସଂଖ୍ୟାରେ କୌଣସି ଅସ୍ୱାଭାବିକ ବୃଦ୍ଧି ହୋଇନାହିଁ। ପୋଲିସ କହିଛି, ଜାନୁଆରିରେ ୧୭୭୭ ନିଖୋଜ ମାମଲା ଦାୟର ହୋଇଛି। ଯାହା ଗତ ବର୍ଷ ସମାନ ସମୟରେ ଦାୟର ମାମଲା ଠାରୁ କମ୍। 

Advertisment

ଏହା ସ୍ପଷ୍ଟ କରୁଛି ଯେ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଭିତ୍ତିହୀନ। ଦିଲ୍ଲୀ ପୁଲିସର ତଥ୍ୟକୁ ଦର୍ଶାଇ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଜାନୁଆରି ମାସର ପ୍ରଥମ ୧୫ ଦିନରେ ୮୦୭ ଜଣ ନିଖୋଜ ହୋଇଛନ୍ତି, ଯାହା ଦିନକୁ ହାରାହାରି ୫୪ ମାମଲା। ପୁଲିସ ଯୁଗ୍ମ କମିସନର ସଞ୍ଜୟ ତ୍ୟାଗୀ କହିଛନ୍ତି, ବାସ୍ତବରେ ଜାନୁଆରି ୨୦୨୬ରେ ନିଖୋଜ ମାମଲାରେ ହ୍ରାସ ଘଟିଛି, ଯାହା ଦାବିର ବିପରୀତ।

Delhi
Advertisment
Related Articles
Advertisment