/odishatv-khabar/media/media_files/2026/02/07/today-gold-silver-price-2026-02-07-08-39-34.jpg)
Today Gold Silver Price Photograph: (OTV)
ବଜାରରେ ଭାଙ୍ଗୁଛି ରୁପା ଫୁଟାଣି । ୩ ଲକ୍ଷ ତଳକୁ ଖସିଲା ସିଲଭର୍ । ତଳ ମୁହାଁ ସୁନା ଗ୍ରାଫ୍ । ଗରିବ ଗ୍ରାହକ ଚାହୁଁଛନ୍ତି ଆହୁରି ଖସୁ ଦର । ବଜାରରେ ସୁନା-ରୁପା ଦରକୁ ନେଇ ସମସ୍ତେ କନଫ୍ୟୁଜନ୍ । ବିବାହ ଋତୁ ଚାଲୁଥିବାରୁ ଗରିବ ବାପାଟିଏ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଛି ।
ଏମିତିକି ଦେଢ଼ ଲକ୍ଷ ପାଖାପାଖି ଥିବା ସୁନା ଧନୀ ଲୋକଙ୍କୁ ବି ବିଚଳିତ କରୁଛି । ହେଲେ ସୁନା-ରୁପା ଦର ଉପର ତଳ ଭିତରେ ଆଜି ପୁଣି ରୁପା ଦର ୨୦ ହଜାର ଖସିଛି । ଲଗାତର ସିଲଭର ୨୦ ହଜାର ବଢ଼ିବା କମିବା ଲୁଚକାଳି ଭିତରେ ଆଜି ରୁପା କେଜି ପ୍ରତି ୨ଲକ୍ଷ ୮୦ ହଜାର ଟଙ୍କା ରହିଛି ।
ବଜାରରେ ରୁପା ଠାରୁ ସୁନାର ଝାମେଲା ଆହୁରି ବଳି । କେବେ ୬ ହଜାର ବଢ଼ୁଛି ତ ପୁଣି କେତେବେଳେ ୪ ହଜାର ଖସୁଛି । ସୁନାର ଖସିବା ବଢ଼ିବା ଭିତରେ ଆଜି ୨୪ କ୍ୟାରେକ୍ଟ ସୁନା ୨ ହଜାର ୭୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ୍ ପ୍ରତି ୨୪ କ୍ୟାରେକ୍ଟ ସୁନା ଦର ୧ଲକ୍ଷ ୫୨ ହଜାର ୩୫୦ ଟଙ୍କା ହୋଇଛି ।
ସେହିପରି ୨୨ କ୍ୟାରେକ୍ଟ ସୁନା ଉପରୁ ମଧ୍ୟ କମିଛି ୧୯ଶହ ଟଙ୍କା । ଫଳରେ ୨୨ କ୍ୟାରେକ୍ଟ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୦ ହଜାର ତଳକୁ ଖସିଛି । ବର୍ତ୍ତମାନ ୨୨ କ୍ୟାରେକ୍ଟ ସୁନା ଭରି ୧ ଲକ୍ଷ ୩୯ ହଜାର ୬୫୦ ଟଙ୍କା ରହିଛି । ସୁନା ଓ ରୁପା ଦରକୁ ନେଇ ଏବେ ଗ୍ରହକ ଖୁବ୍ ଚିନ୍ତାରେ ।
ବିବାହ ଋତୁ ଚାଲୁଥିବାରୁ ଏ ହ୍ରାସ ଗ୍ରାହକଙ୍କ ପାଇଁ କୌଣସି ଆଶ୍ବସ୍ତିକର ଖବର ନୁହେଁ । କାରଣ ଏହି ସ୍ବଳ୍ପ ହ୍ରାସ ଗରିବ ଝିଅର ବାପା ମୁଣ୍ଡରୁ କିଛି ବୋଝ ହଟାଇପାରିବ ନାହିଁ । ତେଣୁ ସୁନା ଓ ରୁପା ଦର ଆହୁରି କମିବାର ଆବଶ୍ୟକତା ରହିଥିବା ଗ୍ରାହକ କହିଛନ୍ତି ।
ପ୍ରତିଦିନ ବଢ଼ୁଛି କମୁଛି ସୁନା ଦର । ଗ୍ରାହକଙ୍କ ପାଇଁ ସୁନା ଯେମିତି ଏକ ସ୍ବପ୍ନ ପାଲିଟିବାକୁ ବସିଲାଣି । ଆଜି ୧ଲକ୍ଷ ୪୦ ହଜାର ତଳକୁ ସୁନା ଖସିଥିଲେ ବି ବଜାରେ ସେମିତି ଗ୍ରାହକ ଉତ୍ସାହ ନଥିବା ଦେଖିବାକୁ ମିଳିଛି ।
Tulasi Gananatya Row: ପୁଣି ନୂଆ ବିବାଦରେ ଛନ୍ଦି ହେଲେ ନାଣ୍ଡୁ ବାବୁ, ଖଳନାୟକ ସାଇଙ୍କ ମା’ଙ୍କ ସଙ୍ଗୀନ ଅଭିଯୋଗ

Inside the India-US interim agreement: ତେଲ ଉପରୁ ହଟିଲା ଟାରିଫ୍, ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ

Daily Horoscope 7th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 7th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)