Advertisment

Anganwadi Workers Protest: ମାସିକ ଦରମା ୧୮ ହଜାର ଦାବି, ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କ ଆନ୍ଦୋଳନ

ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲ। ଏବେ ପୂରଣ କର। ନହେଲେ ଟ୍ରେଲର ଦେଖିଲ ଆଗକୁ ଫିଲ୍ମ ଦେଖିବ। ସରକାରଙ୍କୁ ଏମିତି କିଛି କହି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ। ୧୧ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି ହଜାର ହଜାର କର୍ମୀ।

author-image
Manas Ranjan Mohanty
ANGANWADI-WORKER

ANGANWADI-WORKER Photograph: (OTV)

ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲ। ଏବେ ପୂରଣ କର। ନହେଲେ ଟ୍ରେଲର ଦେଖିଲ ଆଗକୁ ଫିଲ୍ମ ଦେଖିବ। ସରକାରଙ୍କୁ ଏମିତି କିଛି କହି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ। ୧୧ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି ହଜାର ହଜାର କର୍ମୀ। ପ୍ରମୁଖ ଦାବି ରହିଛି କର୍ମୀଙ୍କୁ ୩ ହଜାର ଓ ସହାୟକାଙ୍କ ଦରମାରେ ୨ ହଜାର ଟଙ୍କା ବୃଦ୍ଧି।  ପୂର୍ବରୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ଏବେର ସରକାର। ସରକାର ଟଙ୍କା ନଦେବାରୁ ,କଥା ମନେ ପକାଇବାକୁ ଆସିଛୁ ବୋଲି କହିଛି ସଂଘ।

Advertisment

ଏବେ ଅଙ୍ଗନବାଡି କର୍ମୀଙ୍କ ଦରମା ୧୮ ହଜାର ଟଙ୍କା ସହ ସହକର୍ମୀଙ୍କ ଦରମା ୯ ହଜାର କରିବାକୁ ଦାବି କରିଛନ୍ତି। ଗତ ବର୍ଷ ଡିସେମ୍ବର ୧୬ରେ ରାଜରାସ୍ତାକୁ ଓହ୍ଲାଇଥିଲା ସଂଘ। ଏବେ ପୁଣି ପାଖାପାଖି ବର୍ଷକ ପରେ ବଡ ଆନ୍ଦୋଳନ। ଆଗକୁ ବିଧାନସଭା ଶୀତ ଅଧିବେଶନ ଆସୁଥିବାରୁ ଆଗୁଆ ସରକାରଙ୍କ ଉପରେ ଚାପ ପକାଇବାକୁ ସଂଘ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛି। ଯଦି ବିଧାନସଭାରେ ସରକାର ଘୋଷଣା ନକରାଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଧମକ ଦେଇଛି ସଂଘ। 



ଅନ୍ୟ ଦାବି ଗୁଡିକ ମଧ୍ୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ଜାତୀୟ ଶିକ୍ଷାନୀତି ଅନୁସାରେ ଶିକ୍ଷୟତ୍ରୀ ଭାବରେ ସମସ୍ତଙ୍କୁ ଗଣାଯାଉ, ଅବସରପ୍ରାପ୍ତ ଅଙ୍ଗନବାଡ଼ି କର୍ମଚାରୀଙ୍କୁ 5 ହଜାର ଏଵଂ ସହକର୍ମୀଙ୍କୁ 3 ହଜାର ଟଙ୍କା ମାସିକ ପେନସନ ପ୍ରଦାନ ଦାବି ରହିଛି। ଏଥିସହ ସରକାରୀ କାର୍ଯ୍ୟ ପାଇଁ ଉନ୍ନତମାନର ମୋବାଇଲ ହ୍ୟାଣ୍ଡସେଟ ଦେବାକୁ ଦାବି କରାଯାଇଛି। ପୂର୍ବରୁ ଯେହେତୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଅଲଗା ସରକାର ରହୁଥିଲେ ତେଣୁ ଦାବି ଉପରେ ନିଷ୍ପତ୍ତି ନେବା ଅସୁବିଧା ହେଉଥିଲା। ଏବେ ଡବଲ ଇଂଜିନି ସରକାର ରହିଥିବାରୁ ଦାବି ପୂରଣରେ କିଛି ସମସ୍ୟା ହେବ ନାହିଁ ବୋଲି ସଂଘ କହିଛି।  ତେବେ ସରକାର ସଂଘର ଦାବି ଉପରେ କି ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା।

Advertisment
Advertisment
Related Articles
Advertisment