Advertisment

Veg Chowmein: ସୋମବାରରେ ସଂଧ୍ୟାରେ ବନାନ୍ତୁ ଟେଷ୍ଟି ଭେଜ ଚାଓମିନ , ସମସ୍ତେ ହୋଇଯିବେ ଖୁସି

ଆପଣ ସହଜରେ ଘରେ ବନାଇପାରିବେ ଭେଜ ଚାଓମିନ । ଶୀତ ଦିନ ଥିବାରୁ ଏଥିରେ ପଡ଼ିବାକୁ ଥିବା ସବୁ ପରିବା ସହଜରେ ମାର୍କେଟରେ ମିଳିଯିବ । ସୋମବାର ଥିବାରୁ ସଂଧ୍ୟା ବେଳେ ଘରେ ବନାନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ ।

author-image
Manas Ranjan Mohanty
veg chowmin

veg chowmin Photograph: (OTV)

ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଚାଇନିଜ । ଚାଓମିନ ହେଉ କି ମଞ୍ଚୁରିଆନ । ଦେଖିବାକୁ ଯେମିତି ଲୋଭନୀୟ ଖାଇବାକୁ ସେମିତି ଟେଷ୍ଟି । ଆପଣ ସହଜରେ ଘରେ ବନାଇପାରିବେ ଭେଜ ଚାଓମିନ । ଶୀତ ଦିନ ଥିବାରୁ ଏଥିରେ ପଡ଼ିବାକୁ ଥିବା ସବୁ ପରିବା ସହଜରେ ମାର୍କେଟରେ ମିଳିଯିବ  ।

Advertisment

କଣ କଣ ଦରକାର

-୨୦୦ ଗ୍ରାମ ଚାଓମିନ
-ଚାମଚ ଲୁଣ
- ତେଲ
-ଏକ ଚାମଚ ଅଦା ରସୁଣ ପେଷ୍ଟ
-ଚିଲି ପାଉଡର 
-୧/୪ କପ ପିଆଜ (କଟା ହୋଇଥିବା)
-୧/୨ ଚାମଚ ସୋୟା ସସ୍
-ଅଳ୍ପ ବନ୍ଧା କୋବି
-ଭିନେଗାର ଗୋଟେ ଚାମଚ
- ଚିଲି ସସ୍
-ଅଳ୍ପ କଟା କ୍ୟାପସିକମ
-ଗୋଟିଏ କଞ୍ଚା ଲଙ୍କା
- ଟମାଟୋ ସସ୍
- ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ଭେଜ ଚାଓମିନ ବନାଇବା ପାଇଁ ଏକ ବଡ କଡେଇରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ। ଏଥିରେ କଟା ପିଆଜ ପକାଇ ଭାଜନ୍ତ । କିଛି ସମୟ ପରେ ଅଦା ରସୁଣ ପେଷ୍ଟ ଦେଇ କିଛି ସମୟ ଏପଟ ସେପଟ କରନ୍ତୁ । ଏହା ପରେ କଞ୍ଚାଲଙ୍କା, କଟା ବନ୍ଧା କୋବି, କ୍ୟାପସିକମ,ଗାଜର ପକାଇ ଭଲଭାବେ ଗୋଳାନ୍ତୁ । ପରିବା ଭଲ ଭାବେ ସିଝିଗଲା ପରେ ଏଥିରେ ପୂର୍ବରୁ ସିଝାଇ ରଖିଥିବା ଚାଓମିନ ପକାଇ ଚାମଚରେ ଚଲାନ୍ତୁ। ଏହା ପରେ ଏଥିରେ ଲୁଣ, ଗୋଲମରିଚ ପାଉଡର, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଏବଂ ଭିନେଗାର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ୨ ମିନିଟ ଏପଟ ସେପଟ କଲା ପରେ ପ୍ରସ୍ତୁତ ହୋଇଗଲା ଭେଜ ଚାଓମିନ । 

Advertisment
Advertisment
Related Articles
Advertisment