Advertisment

Humane Sagar Viral Video: ହ୍ୟୁମାନଙ୍କ ଆଉ ଏକ ଭିଡିଓ ଭାଇରାଲ୍, ଷ୍ଟେଜରେ କହିଥିଲେ ନିଜ ଦେହ ଖରାପ

ଦୁଇ ବର୍ଷ ପୂର୍ବରୁ ହିଁ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନଥିଲା। ଖୋଦ ହ୍ୟୁମାନ ବି ଷ୍ଟେଜରେ କହିଥିଲେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖନ୍ତୁ, ଆଖିରେ ଲୁହ ରହିବନି।

author-image
Debadatta Aryashrestha
Humane Sagar

Humane Sagar (File Photo) Photograph: (OTV)

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ନାନା ଚର୍ଚ୍ଚା ଆଲୋଚନା ଥମିବାର ନାଁ ନେଉନାହିଁ। ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ସେ ନିଜର ଚିକିତ୍ସା ନକରାଇ କାହିଁକି ଲଗାତାର ଷ୍ଟେଜ ଶୋ' କରୁଥିଲେ ? ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା କି ? ଏଭଳି ତମାମ ପ୍ରଶ୍ନ ଏବେ ସାଧାରଣରେ ଉଠିଥିବାବେଳେ ଏବେ ପୁଣି ଗୋଟିଏ ଭିଡିଓ ଭାଇରାଲ୍ ହୋଇଛି। ଆଉ ଏହି ଭିଡିଓରେ ସେ ଅସୁସ୍ଥ ଥିବା ଦର୍ଶକଙ୍କୁ ନିଜେ କହିଛନ୍ତି ହ୍ୟୁମାନ ସାଗର।

Advertisment

ଦୁଇ ବର୍ଷ ପୂର୍ବରୁ ହିଁ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନଥିଲା। ଏକଥା ଆମେ କହୁନୁ, ବରଂ ସେତେବେଳେ ଏକ ଷ୍ଟେଜ ଶୋ'ରୁ ଏହା ବାରି ହୋଇ ପଡିଛି। ଖୋଦ ହ୍ୟୁମାନ ବି ଷ୍ଟେଜରେ କହିଥିଲେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ୨୦୨୩ ମସିହାରେ ଆଠଗଡ଼ ମହୋତ୍ସବର ଏକ ଭିଡିଓ। ଯେଉଁଠି ହ୍ୟୁମାନ ଷ୍ଟେଜରେ କହୁଛନ୍ତି, 'ମୁଁ ଟିକେ କହିଦିଏ... ଆଇ ଆମ୍‍ ଫିଜିକାଲି ନଟ୍‍ ଫିଟ୍‍, ଟୁଡେ ଆଇ ଆମ୍‍ ଇଲ୍। ମୋର ହାଇ ବ୍ଲଡ୍‍ ପ୍ରେସର ହେଇଗଲା ହଠାତ୍‍ । ...ମୁଁ ପଡ଼ିଗଲି ।...ମୁଁ ଗାଇ ପାରିବି କି ନାହିଁ କହିପାରୁନି। ଯାହା ଭୁଲ୍‍ ତ୍ରୁଟି, କ୍ଷମା କରିବେ ଆଜ୍ଞା । କମିଟ୍‍ମେଣ୍ଟ୍‍ ନୁହେଁ, ମୁଁ ଆମ ଗ୍ରୁପର କେୟାର ଟେକର୍‍ ପପୁ ଭାଇ, ଦୀନେଶଙ୍କ ପାଇଁ ଆସିଛି। ନହେଲେ ମୁଁ ଠିଆ ହେବାକୁ ସମର୍ଥ ହେଇପାରୁନି।...ବେଳେ ବେଳେ ହୁଏ ଆଜ୍ଞା... ଓଭର ଡ୍ୟୁଟି, ଓଭର କାମ ହେଲେ ଦେହ ଖରାପ ହୋଇଯାଏ । ସେଇଭଳିଆ ହେଇଛି । ବଟ୍‍ ଆଜି ମୋ ଭାଗ୍ୟ ଖରାପ, ହୁଏତ ମୁଁ ଏଣ୍ଟରଟେନ୍‍ କରି ପାରିବି କି ନାଇଁ ମୁଁ ଜାଣିନି । କିନ୍ତି ଆଇ ଆମ୍‍ ନଟ୍‍ ୱେଲ୍‍ ।...ଯାହା ଭୁଲ୍‍ ତ୍ରୁଟି କ୍ଷମା କରିବେ ।'

ଦେଖନ୍ତୁ ଭିଡିଓ:

ହ୍ୟୁମାନ ଷ୍ଟେଜରେ ନିଜେ ଏକଥା କହୁଥିବାର ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ନାନା ଚର୍ଚ୍ଚା ଆଲୋଚନା ହେଉଛି। ସାଧାରଣରେ ପ୍ରଶ୍ନ ଉଠିଛି, ଅସୁସ୍ଥ ସତ୍ତ୍ବେ ହ୍ୟୁମାନଙ୍କୁ ବିଭିନ୍ନ ଷ୍ଟେଜ ଶୋ'ରେ କାହିଁକି ନିୟୋଜିତ କରାଯାଉଥିଲା ? କିଏ ତାଙ୍କୁ ବାଧ୍ୟବାଧକତାରେ ଷ୍ଟେଜ ଶୋ' କରାଉଥିଲା ?

Advertisment

Advertisment
Related Articles
Advertisment