Advertisment

MP Baijayant Panda Visits Mahakalpada: ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଗ୍ରାଉଣ୍ଡରେ ସାଂସଦ

ମହାକାଳପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ସହ ନୂତନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କଲେ ସାଂସଦ।

author-image
Debadatta Aryashrestha
MP Baijayant Panda visits Mahakalpada

MP Baijayant Panda visits Mahakalpada Photograph: (OTV)

ମହାକାଳପଡ଼ାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ନୂତନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଗୋବରୀ ନଦୀ ଉପରେ ୩୭ କୋଟି ଟଙ୍କା ବ୍ୟୟ ଅଟକଳରେ ଚଣ୍ଡିଆପଲ୍ଲୀ- ମହାକାଳପଡା ସେତୁର ସମୀକ୍ଷା କରିବା ସହିତ ଜମି ଅଧିଗ୍ରହଣ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ।

Advertisment

ଏହି ଚଣ୍ଡିଆପଲ୍ଲୀ- ମହାକାଳପଡା ସେତୁ ସଂପୂର୍ଣ୍ଣ ହେଲେ ବ୍ଲକର ବିଜୟ ନଗର, ଦେଉଳପଡ଼ା, ବଳିପାଳ, ବଢ଼ିହି, କଂସାର ବଡ଼ଦାଣ୍ଡଆ, ଗଗୁଆ, ନାଯୁରା ସୁନିତି ପଞ୍ଚାୟତ ସହିତ ରାଜନଗର ଓ ପଟ୍ଟାମୁଣ୍ଡାଇ ସିଧାସଳଖ ସଂଯୋଗ ହେବ । ଏହାସହ ୧୦ଟି ପଞ୍ଚାୟତର ହଜାର ହଜାର ଲୋକ ଡଙ୍ଗା ପାରିରୁ ମୁକ୍ତି ପାଇବେ ।

ଅନ୍ୟପଟେ ମହାକାଳପଡ଼ାରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃ ଓ ବହିର୍ବିଭାଗର ଶିଳାନ୍ୟାସ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା । ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମିତ ହେବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ମହାକାଳପଡ଼ା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ସଞ୍ଜୟ ରଥଙ୍କ ସହିତ ପୂର୍ତ୍ତ ବିଭାଗ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
Advertisment
Related Articles
Advertisment