Advertisment

Political Drama: ଥମୁନି ରାଜନୈତିକ ବୟାନ ବାଜି, ୨ ଶହ କୋଟିର ଦୁର୍ନୀତି ଅଭିଯୋଗ କଥା ଉଠାଇଲା କଂଗ୍ରେସ

ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ପଦ୍ମ ଧରିବା ପରଠୁଁ ଜାରି ରହିଥିବା ରାଜନୈତିକ ବୟାନ ବାଜିରେ ଲାଗୁନି ବିରାମ୍। ୨ ଶହ କୋଟିର ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ଉଠାଇଛି କଂଗ୍ରେସ।

author-image
Chinmayee Sahoo
PRAYASKANTI SAMAL

PRAYASKANTI SAMAL Photograph: (OTV)

ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ପଦ୍ମ ଧରିବା ପରଠୁଁ ଜାରି ରହିଥିବା ରାଜନୈତିକ ବୟାନ ବାଜିରେ ଲାଗୁନି ବିରାମ୍। ୨ ଶହ କୋଟିର ଦୁର୍ନୀତି ଅଭିଯୋଗ ସହ ED ତଦନ୍ତ ପ୍ରସଙ୍ଗ ଉଠାଇ ବିଜେପିକୁ ନିଶାନା କରିଥିବା କଂଗ୍ରେସକୁ କାଉଣ୍ଟର କରିଛନ୍ତି ପ୍ରୟାସକାନ୍ତି ସାମଲ। 

Advertisment

ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଥିବା କଂଗ୍ରେସ ନେତା ଅସିତ ପଟ୍ଟନାୟକଙ୍କୁ ନିଶାନା କରି କହିଛନ୍ତି, କିଛି ନବୁଝି ନଜାଣି ଅସିତ ମିଡ଼ିଆରେ ପ୍ରତିକ୍ରିୟା ରଖିବା ଅନୁଚିତ। ED ଘଟଣାରେ ପରିବାରକୁ କୋର୍ଟ ଦୋଷମୁକ୍ତ କରି ସାରିଛନ୍ତି। 

ପୂର୍ବରୁ ବରପଦା ଇଞ୍ଜିନିୟରିଂ କଲେଜ କଥା କହୁନଥିବା ଅସିତଙ୍କୁ ଏବେ କେମିତି ମନେପଡ଼ିଲା ବୋଲି କହିଛନ୍ତି ପ୍ରୟାସକାନ୍ତି। ନିଜେ କୌଣସି ଓ୍ବାର୍ଡମେମ୍ବର କି ସରପଞ୍ଚ ନ ହୋଇ ରାଜ୍ୟ ବିଜେପି ସଭାପତିଙ୍କୁ ଆକ୍ଷେପ କରିବା ଗ୍ରହଣୀୟ ନୁହେଁ ବୋଲି ପ୍ରୟାସକାନ୍ତି କହିଛନ୍ତି।

Advertisment

ପାଣ୍ଡିଆନଙ୍କ ପ୍ରରୋଚନାରେ ପ୍ରୟାସକାନ୍ତି ସାମଲ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ ଅସିତ। ତା’ସହ ୨ ଶହ କୋଟିର ଦୁର୍ନୀତି ଏବଂ ED ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଦଳରେ ମିଶାଯାଇଛି। ପ୍ରଫୁଲ୍ଲଙ୍କ ପୁଅ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜର ମାଲିକ ହୋଇ ଷ୍ଟାଫଙ୍କୁ ଦରମା ଦେଇପାରୁନାହାନ୍ତି। ସରକାରୀ ଜାଗାକୁ ମାଡ଼ି ବସିଥିବାରୁ ED ଯାଞ୍ଚ କରୁଛନ୍ତି ବୋଲି ଅସିତ ଅଭିଯୋଗ କରିଥିଲେ।

•    ପ୍ରୟାସକାନ୍ତି ପଦ୍ମ ଧରିବା ପରେ ରାଜନୈତିକ ବୟାନ ବାଜି
•    ୨ ଶହ କୋଟିର ଦୁର୍ନୀତି ଅଭିଯୋଗ କଥା ଉଠାଇଲା କଂଗ୍ରେସ
•    ସରକାରୀ ଜାଗାକୁ ମାଡ଼ି ବସିଥିବାରୁ ED ଯାଞ୍ଚ ଚାଲିଛି: ଅସିତ
•    ED ତଦନ୍ତ ପ୍ରସଙ୍ଗ ଉଠାଇ ବିଜେପିକୁ କଂଗ୍ରେସର ନିଶାନା 
•    ED ଘଟଣାରେ କୋର୍ଟ ଦୋଷମୁକ୍ତ କରିଛନ୍ତି: ପ୍ରୟାସକାନ୍ତି

Congress BJP
Advertisment
Related Articles
Advertisment