Advertisment

US Adds New Grounds To Deny Visas: ଆପଣ ମୋଟା କି? ଡାଇବେଟିସ୍ ରୋଗରେ ବି ପୀଡିତ! ଯାଇ ପାରିବେନି ଆମେରିକା; ଟ୍ରମ୍ପ ପ୍ରଶାସନର ନୂଆ ନିୟମ

ଆମେରିକାରେ ରହିବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା ଏବଂ ହୃଦରୋଗ ଭଳି ରୋଗ ଥାଏ, ତାହାଲେ ସେମାନଙ୍କୁ ଭିସା ମିଳିପାରେ ନାହିଁ।

author-image
Chinmayee Sahoo
Trump Administration New Rules

Trump Administration New Rules Photograph: (OTV)

ମଧୁମେହ ବା ଡାଇବେଟିସ୍ ଓ ମେଦବହୁଳତା ଥିଲେ ଯାଇ ପାରିବେନି ଆମେରିକା। ଆମେରିକାରେ ରହିବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା ଏବଂ ହୃଦରୋଗ ଥାଏ, ତାହାଲେ ସେମାନଙ୍କୁ ଭିସା ମିଳିପାରେ ନାହିଁ। ସେମାନଙ୍କୁ ଆମେରିକାରେ ରହିବା ପାଇଁ ଭିସା ପାଇଁ ଆବେଦନ କରିବାକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶାବଳୀରେ ଏହା ଉଲ୍ଳେଖ କରାଯାଇଛି।

Advertisment

ହ୍ବାଇଟ୍ ହାଉସ୍ ପକ୍ଷରୁ ଏହି ନିର୍ଦ୍ଦେଶାନାମାକୁ ବିଭିନ୍ନ ଦୂତାବାସ ଏବଂ କନସୁଲାର୍ ଅଫିସକୁ ପଠାଯାଇଛି। ଭିସା ଆବେଦନ କରୁଥିବା ଆବେଦନକାରୀଙ୍କ ସ୍ବାସ୍ଥ୍ୟକୁ ବିଚାରକୁ ନେଇ ଭିସା ମଞ୍ଚୁର କରିବାକୁ ନିର୍ଦ୍ଦେଶ ରହିଛି।

ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଏହି ସମସ୍ୟା ଥିବା ଲୋକମାନେ ଆମେରିକାକୁ ଆସିଲେ ଆମେରିକୀୟ ସମ୍ବଳକୁ ନଷ୍ଟ କରିପାରନ୍ତି। ଏପରିକି ଆବେଦନକାରୀମାନେ ହୃଦ୍‌ରୋଗ, ଶ୍ୱାସକ୍ରିୟା ରୋଗ, କର୍କଟ ରୋଗ, ମଧୁମେହ, ମେଟାବୋଲିକ୍ ରୋଗ, ସ୍ନାୟୁ ରୋଗ ପାଇଁ ଚିକିତ୍ସା ପାଇଁ ଦେୟ ଦେବାକୁ ସକ୍ଷମ କି ନାହିଁ ତାହା ମୂଲ୍ୟାଙ୍କନ କରିବାକୁ ଭିସା ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥଦବ୍ୟତୀତ ଭିସା ଅଧିକାରୀମାନଙ୍କୁ ଆବେଦନକାରୀଙ୍କ ପରିବାରର ସଦସ୍ୟ ଯେପରିକି ପିଲା କିମ୍ବା ବୃଦ୍ଧ ପିତାମାତାଙ୍କ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment
USA
Advertisment
Related Articles
Advertisment