Advertisment

Strict Warning on Road Safety: ରାସ୍ତାରୁ ବାଲି/ଅଳିଆ ସଫା ପାଇଁ କଡ଼ା ତାଗିଦ୍, ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଦବେଗ

ରାସ୍ତାରୁ ବାଲି/ଅଳିଆ ସଫା ପାଇଁ କଡ଼ା ତାଗିଦ୍। ବାଲିଜନିତ ଦୁର୍ଘଟଣାକୁ ନେଇ ପରିବହନ କମିଶନରଙ୍କ ତାଗିଦ୍। ନିକଟ ଅତୀତରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଦବେଗ।

author-image
Chinmayee Sahoo
NHAI

NHAI Photograph: (OTV)

ପୁରୀ ବାଇପାସ୍ ଦୁର୍ଘଟଣା ପରେ ଚେତିଲା କି ପରିବହନ ବିଭାଗ। ରାସ୍ତାରେ ବାଲିଜନିତ ଦୁର୍ଘଟଣାକୁ ନେଇ ତାଗିଦ୍ କରିଛନ୍ତି ପରିବହନ କମିଶନର। ନିକଟ ଅତୀତରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଦ୍ ବେଗ ପ୍ରକାଶ କରିବା ସହ ରାସ୍ତାରୁ ବାଲି ଓ ଅଳିଆ ସଫା ପାଇଁ କଡ଼ା ତାଗିଦ୍ କରିଛନ୍ତି। 

Advertisment

ଏନେଇ NHAIର ରିଜିଓନାଲ୍ ଅଫିସର୍, NHର ଓଡ଼ିଶା ଶାଖା ମୁଖ୍ୟ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ, ସବୁ ମହାନଗର ନିଗମ, NAC ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର। ରାସ୍ତା ସଫା ରଖିବା ଦାୟିତ୍ବ ଆପଣମାନଙ୍କର ବୋଲି ଚିଠିରେ ଉଲ୍ଲେଖ କରି ତାଗିଦ୍ କରିଛନ୍ତି। 

ଯଦି ବାଲି ବା ଅଳିଆ ପଡ଼ିରହୁଛି ସଫା ଦାୟିତ୍ବ ଆପଣଙ୍କ ସଂସ୍ଥାର ବୋଲି ଲେଖିଛନ୍ତି ପରିବହନ କମିଶନର। ନିକଟରେ ପୁରୀ ବାଇପାସରେ ବାଲି ପଡ଼ିଥିବାରୁ ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment

ରାସ୍ତାରୁ ବାଲି/ଅଳିଆ ସଫା ପାଇଁ କଡ଼ା ତାଗିଦ୍ 
ବାଲିଜନିତ ଦୁର୍ଘଟଣାକୁ ନେଇ ପରିବହନ କମିଶନରଙ୍କ ତାଗିଦ୍
ନିକଟ ଅତୀତରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଦବେଗ 
NHAIର ରିଜିଓନାଲ୍ ଅଫିସର୍, NHର ଓଡ଼ିଶା ଶାଖା ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି
ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଓ ସବୁ ମହାନଗର ନିଗମ, NAC ଅଧିକାରୀଙ୍କୁ ଚିଠି
ରାସ୍ତା ସଫା ରଖିବା ଦାୟିତ୍ବ ଆପଣମାନଙ୍କର ବୋଲି ଚିଠିରେ ତାଗିଦ୍ କଲେ
ଯଦି ବାଲି ବା ଅଳିଆ ପଡ଼ିରହୁଛି ସଫା ଦାୟିତ୍ବ ଆପଣଙ୍କ ସଂସ୍ଥାର ବୋଲି ଲେଖିଲେ

STA NHAI
Advertisment
Related Articles
Advertisment