/odishatv-khabar/media/media_files/2025/12/12/mla-report-card-2025-12-12-20-40-50.jpg)
MLA-REPORT-CARD Photograph: (OTV)
MLAଙ୍କ ତିନି ଗୁଣା ଦରମା ବୃଦ୍ଧିକୁ ନେଇ ତେଜିବାରେ ଲାଗିଛି ଜନତାଙ୍କ ରୋଷ। ରାଜ୍ୟର କୋଣ ଅନୁକୋଣରୁ ଏହାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସୋସିଆଲ୍ ମିଡିଆରେ ରଖୁଛନ୍ତି କଡ଼ା ପ୍ରତିକ୍ରିୟା। ବାରମ୍ବାର ପରୀକ୍ଷା ବିଭ୍ରାଟରେ ଫସି ଚାକିରି ଖଣ୍ଡେ ପାଉନଥିବା ଆଶାୟୀ ଯୁବକ ଯୁବତୀ ବି ହେଲେଣି ଖପ୍ପା। ତେଣେ କାମ ଏବଂ ପ୍ରଦର୍ଶନ ଆଧାରରେ ଦରମା ଦିଆଯିବା ଉଚିତ ବୋଲି ଅନେକ କହୁଥିବା ବେଳେ ମନ୍ତ୍ରୀଙ୍କ ଭଳି ବିଧାୟକ ବି ରିପୋର୍ଟ କାର୍ଡ ଦେବାକୁ ଦାବି କଲେଣି।...
ନିରାଶା, ହତାଶା ଆଉ ବିବସତା। ବିଧାୟକଙ୍କ ଦରମା ତିନି ଗୁଣା ବଢିବା ପରେ ଏବେ ରାଜ୍ୟର ଯୁବ ପିଢିଙ୍କ ଭିତରେ ଅହେତୁକ ଅସନ୍ତୋଷ। କ୍ୟାରିୟରକୁ ନେଇ ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି। ଏତେ ପରିଶ୍ରମ, ଏତେ ପଢା ଆଉ ପାଦ ଘୋସାରି ହେଲା ଭଳି ପରୀକ୍ଷା ପରେ ପରୀକ୍ଷା ଦେଇ, କି ଲାଭ ମିଳିବ। ବିଧାୟକମାନେ ନିଜ ନିଜର ଦରମା ବଢାଇ ସାଢେ ତିନି ଲକ୍ଷ ଟଙ୍କାରେ ପହଞ୍ଚାଇସାରିଲେଣି। କିନ୍ତୁ ସେଇ ଜନପ୍ରତିନିଧି ବା ଆଇନ୍ ପ୍ରଣୟନକାରୀ ମାନେ ନିଯୁକ୍ତି ଭିତ୍ତିକ ପରୀକ୍ଷା କରିବାରେ ଫେଲ୍ ମାରୁଛନ୍ତି ।
ଏପରିକି ସୋସିଆଲ୍ ମିଡିଆରେ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାଖାପାଖି ୯୦ ପ୍ରତିଶତ ଲୋକ ଏମଏଲଏଙ୍କ ଦରମା ବଢାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ ମନରେ ଅନେକ ପ୍ରଶ୍ନ।
ମୋଟା ଅଙ୍କର ଦରମା ନେଉଥିବା ବିଧାୟକଙ୍କ ପ୍ରଦର୍ଶନକୁ କାହିଁକି ନୀରିକ୍ଷଣ କରାଯିବ ନାହିଁ? ସରକାରୀ ତହବିଲ୍ ରୁ ବିଧାୟକ ଦରମା ନେବେ କିନ୍ତୁ ଦରମା ବଢିବା ପାଇଁ ମାନ ଦଣ୍ଡ କାହିଁକି ରହିବନି? ଯେପରି ମନ୍ତ୍ରୀ ମାନେ ନିଜ ପ୍ରଦର୍ଶନର ରିପୋର୍ଟ କାର୍ଡ ଦେଉଛନ୍ତି ସେପରି ବିଧାୟକ ମାନେ ବି ରିପୋର୍ଟ କାର୍ଡ ଦେବା ଆବଶ୍ୟକ ନୁହେଁ କି ? ବିଧାନସଭାରେ କେତେ ପ୍ରଶ୍ନ ପଚାରୁଛନ୍ତି ବିଧାୟକ ଓ ମିଲୁଥିବା ପାଣ୍ଠି ବା ଏମଏଲଏ ଲାଡର କେତେ ଖର୍ଚ୍ଚ କରୁଛନ୍ତି ତାକୁ ମଧ୍ୟ ମାପଦଣ୍ଡ କରାଯିବା ଉଚିତ ବୋଲି ପ୍ରଶ୍ନ ଉଠିଲାଣି। ସରକାରୀ ଦଳ ହୁଅନ୍ତୁ କି ବିରୋଧୀ ଦଳ ବିଧାୟକ ସମସ୍ତଙ୍କୁ ପ୍ରଦର୍ଶନ ଭିତ୍ତିରେ ଦରମା ବଢାଇବା ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠିଛି।…
୧୦୭ ବିଧାୟକ କୋଟିପତି
ବର୍ତ୍ତମାନର ବର୍ଦ୍ଧିତ ଦରମା ଓ ଭତ୍ତାକୁ ହିସାବ କଲେ ଓଡିଶାର ବିଧାୟକ ଦେଶରେ ସବୁଠୁ ଅଧିକ ଦରମା ପାଇବେ । ଏଡିଆର୍ ତଥ୍ୟ କହୁଛି ଓଡିଶାର ୧୦୭ ଜଣ ବିଧାୟକ କୋଟିପତି। ୫୨ ଜଣ ବିଜେପି, ୪୩ ଜଣ ବିଜେଡି,୯ ଜଣ କଂଗ୍ରେସ, ଜଣେ ବାମଦଳ ବିଧାୟକ ଓ ଦୁଇ ସ୍ବାଧୀନ ବିଧାୟକ ଅଛନ୍ତି। ୧୪୭ ବିଧାୟକଙ୍କ ଭିତରୁ ୧୦୭ କୋଟି ପତି ତଥା ଦରମା ବଢିଲା ଅଢେଇଗୁଣ। ଏଠି ପ୍ରଶ୍ନ ତେଲିଆ ମୁଣ୍ଡରେ ତେଲ କେଉଁ ନ୍ୟାୟରେ।
ଅନ୍ୟପଟେ ବିଧାୟକ ମାନଙ୍କ ଯୁକ୍ତି ଜନତାଙ୍କ ଆଶା ଆକାଂକ୍ଷା ଯଥେଷ୍ଟ ବଢିଯାଇଛି। ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ବାବଦରେ ବର୍ତ୍ତମାନ ଖର୍ଚ୍ଚ ବଢିଯାଇଛି। ଜନତାଙ୍କ ପଛରେ ଖର୍ଚ୍ଚ ନକଲେ ସେମାନେ ନେତା ବୋଲି ଭାବୁନାହାଁନ୍ତି।...
ଭୋଟ୍ ପାଇଁ ନେତା ଯାନ୍ତି ଜନତାଙ୍କ ପାଖକୁ। ଭୋଟ୍ ସରିଲେ କଥା ସରେ ବୋଲି ସାଧାରଣରେ ଚର୍ଚ୍ଚା ହୁଏ। ଏବେ କିନ୍ତୁ ଜନପ୍ରତିନିଧି ମାନେ ବିକାଶ ପାଇଁ ନିଜ ଦରମା ବଢାଇ ଭୋଟରଙ୍କ ମୁଣ୍ଡରେ ନଡିଆ ଭାଙ୍ଗିବା ଜନମାନସକୁ ଆଚମ୍ବିତ କରିଛି।...
Bhubaneswar Shock: ଭୁବନେଶ୍ବରରେ ଗୋଆ ସିନ୍ ରିପିଟ୍, ଡ୍ୟାନସ ବାର୍ ଚାଲୁଥିବା ଭିଡିଓ ଭାଇରାଲ୍

Fed Up with Abuse: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା, ଓଢଣୀ ଲଗାଇ ଝୁଲିପଡିଲା

Glamour & Glow: ରାତି ହେଲେ ଜମୁଥିଲା ଆସର, ଚିକମିକ ଆଲୁଅରେ ମତୁଆଲା କରୁଥିଲେ ବାର ଡ୍ୟାନ୍ସର

Triple Salary for Legislators: ହଜମ ହେଉନି ବିଧାୟକଙ୍କ ଦରମା ବୃଦ୍ଧି, ଏକାଥରେ ୩ ଗୁଣା ଦରମା ଦେଖି ତାତିଲେ ଜନତା

Hefty Price Tag: 'AI ସେ ଫ୍ରି ମେ ବନୱା ଲେଙ୍ଗେ': ଭାରତରେ ମେସିଙ୍କ ସହ ଗୋଟିଏ ଫଟୋର ମୂଲ୍ୟ ୧୦ ଲକ୍ଷ

Vinesh’s Comeback Call: ଭିନେଶ ଘୋଷଣା କଲେ କମବ୍ୟାକ୍, କହିଲେ ଏଥର ମୁଁ ଅଲିମ୍ପିକ୍ସରେ ଏକା ନୁହେଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)