Advertisment

Odisha Follows Delhi’s Footsteps: ଦିଲ୍ଲୀ ପରେ ଓଡ଼ିଶାରେ ‌ଆସିଲା କଡ଼ା ନିୟମ, ପଟ୍ରୋଲ ପାଇଁ ହେବାକୁ ପଡିବ ନାକେଦମ୍

ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଠିକଠାକ୍ ଅଛି ତ ? ଯଦି ନାହିଁ, ତାହେଲେ ଆଉ ଚଲାଇ ପାରିବେନି ଗାଡି । କାରଣ ଗାଡି ଚଲାଇବାକୁ ପାଇବେନି ପେଟ୍ରୋଲ । ଏଣିକି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ୍ ଦେବେ ନାହିଁ କୌଣସି ପେଟ୍ରୋଲ ପମ୍ପ ।

author-image
Tapan Swain
No Fuel

No Fuel Photograph: (OTV)


ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଠିକଠାକ୍ ଅଛି ତ ? ଯଦି ନାହିଁ, ତାହେଲେ ଆଉ ଚଲାଇ ପାରିବେନି ଗାଡି । କାରଣ ଗାଡି ଚଲାଇବାକୁ ପାଇବେନି ପେଟ୍ରୋଲ । ଏଣିକି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ୍ ଦେବେ ନାହିଁ କୌଣସି ପେଟ୍ରୋଲ ପମ୍ପ । ରାଜ୍ୟରେ କଡାକଡି ଲାଗୁ ହେବାକୁ ଯାଉଛି ଏହି ନିୟମ ।

Advertisment

PUCC ନଥିଲେ ପେଟ୍ରୋଲ ମନା

ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ଆଉ ମିଳିବନି ପେଟ୍ରୋଲ । ବାୟୁ ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ବା STA । ଏନେଇ ତୈଳ ବିକ୍ରୟକାରୀ କମ୍ପାନୀକୁ ଚିଠି ଲେଖିଛି । ଯେଉଁ ମୋଟରଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, ତାଙ୍କୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି । PUCC ବା ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ ଦେଖାଇବା ପରେ ହିଁ ମିଳିବ ପେଟ୍ରୋଲ । ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡି ଉପରେ ଅଙ୍କୁଶ ଲାଗିବ ।

ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହି ନିୟମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣବତ୍ତା ମାନକୁ ଉନ୍ନତ ରଖାଯାଇପାରିବ, ବିଶେଷକରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇପାରିବ ବୋଲି ଆଶା କରାଯାଇଛି । ସେପଟେ ଏହି ନୂଆ ନିୟମକୁ କେହି ସ୍ୱାଗତ କରିଥିବାବେଳେ କିଛି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । 

Advertisment

PUCC Petrol
Advertisment
Related Articles
Advertisment