/odishatv-khabar/media/media_files/2025/12/21/raise-fares-improve-facilities-2025-12-21-21-11-57.jpg)
Raise Fares Improve Facilities Photograph: (OTV)
ଅଚାନକ ଟ୍ରେନ୍ ଟିକେଟ୍ ଦର ବଢ଼ାଇ ଯାତ୍ରୀଙ୍କୁ ଝଟକା ଦେଇଛି ଭାରତୀୟ ରେଲୱେ। ୨୧୫ କିଲୋମିଟର ଭିତରେ ବଢ଼ିନି ଦର। ତାଠୁ ଅଧିକ ବାଟ ଗଲେ ଏଣିତି ବିଭିନ୍ନ ବର୍ଗରେ କିଲୋମିଟର ପ୍ରତି ଯାତ୍ରୀଙ୍କୁ ୧-୨ ପଇସା ଅଧିକ ଖର୍ଚ୍ଚ କରିବେ। ସାଧାରଣ ଶ୍ରେଣୀରେ ୨୧୫ କିଲୋମିଟରରୁ ଅଧିକ ଯାତ୍ରା କଲେ କିଲୋମିଟର ପ୍ରତି ଦେବେ ୧ ପଇସା ଅଧିକ। ନନ୍ ଏସି ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ ଭଡ଼ା କିଲୋମିଟର ପ୍ରତି ୨ ପଇସା ବଢ଼ିଛି। ଏସି କୋଚରେ ଯାଉଥିଲେ ଯାତ୍ରୀ କିଲୋମିଟର ପିଛା ଗଣିବେ ଅଧିକ ୨ ପଇସା। ନନ୍ ଏସିରେ ୫୦୦ କିଲୋମିଟର ଯାତ୍ରା କଲେ ପୂର୍ବ ଭଡ଼ା ଅପେକ୍ଷା ପକେଟରୁ ଯିବ ଅଧିକ ୧୦ ଟଙ୍କା। ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ୍, ବନ୍ଦେ ଭାରତ ଓ ରାଜଧାନୀ ଭଳି ପ୍ରିମିୟମ୍ ଟ୍ରେନରେ ଯାତ୍ରା କଲେ ହଜାରେ କିଲୋମିଟରରେ ୨୦ ଟଙ୍କା ଅଧିକ ଗଣିବେ ଯାତ୍ରୀ। ବର୍ଦ୍ଧିତ ଟିକେଟ୍ ଦରକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଯାତ୍ରୀଙ୍କ ଅଭିଯୋଗ, ଭଡ଼ା ବଢୁଥିଲେ ବି ଟ୍ରେନ୍ କିମ୍ବା ଷ୍ଟେସନରେ ସେଭଳି ସୁବିଧା ମିଳୁନି। ...
ଲୋକାଲ୍ ଟ୍ରେନ୍ ଓ ମାସିକିଆ ଟିକେଟ-MSTରେ ଦର ବୃଦ୍ଧି ହୋଇନି। ଏହାଦ୍ୱାରା ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ ଚେନ୍ନାଇ ଭଳି ସହରରେ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ କୌଣସି ବୋଝ ପଡ଼ିବ ନାହିଁ। ଅନ୍ୟପଟେ ରେଳବାଇ ଆକଳନ କରୁଛି ଏହି ପରିବର୍ତ୍ତନ ଦ୍ୱାରା ବାର୍ଷିକ ୬୦୦ କୋଟି ଅତିରିକ୍ତ ରାଜସ୍ୱ ମିଳିବ। ତେବେ ପ୍ରଶ୍ନ ଉଠୁଛି ରେଳବାଇକୁ କାହିଁକି ଭଡ଼ା ବୃଦ୍ଧି କରିବା ଆବଶ୍ୟକତା ପଡ଼ିଲା ? ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବର୍ଦ୍ଧିତ ପରିଚାଳନା ଖର୍ଚ୍ଚକୁ ପୂରଣ କରିବା ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ଭଡ଼ା ବୃଦ୍ଧି ଆବଶ୍ୟକ। ରେଳବାଇ ସେବାକୁ ଉନ୍ନତ କରିବା, ନୂତନ ଟ୍ରେନ୍ ଚଳାଚଳ ଓ ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଗତ ଦଶନ୍ଧି ମଧ୍ୟରେ ରେଳୱେ ନିଜ ନେଟୱର୍କ ଓ ଅପରେସନର ସମ୍ପ୍ରସାରଣ କରିଛି। ଏଥିପାଇଁ ମାନବ ସମ୍ବଳରେ ମଧ୍ୟ ବୃଦ୍ଧି କରାଯାଇଛି। ଏହାଦ୍ବାରା ୧୧୫ ହଜାର କୋଟିକୁ ବଢ଼ିଛି ରେଳବାଇର ମାନବ ସମ୍ବଳ ଖର୍ଚ୍ଚ। ସେହିପରି ୨୦୨୪-୨୫ ବର୍ଷରେ ମୋଟ୍ ପରିଚାଳନା ଖର୍ଚ୍ଚ ୨ ଲକ୍ଷ ୬୩ ହଜାର କୋଟିରୁ ବଢିଛି।
ଏହାକୁ ମିଶାଇ ଚଳିତ ବର୍ଷ ଦ୍ବିତୀୟ ଥର ଟ୍ରେନ୍ ଟିକେଟ ଦର ବୃଦ୍ଧି ହୋଇଛି। ପୂର୍ବରୁ ଗତ ଜୁଲାଇ ପହିଲାରେ ବିଭିନ୍ନ ବର୍ଗରେ ଟିକେଟ୍ ଦର ୧-୨ ପଇସା ବୃଦ୍ଧି ହୋଇଥିଲା। ଏବେ ନୂଆବର୍ଷ ପୂର୍ବରୁ ପୁଣି ଥରେ ଯାତ୍ରୀଙ୍କ ମହଙ୍ଗା ମାଡ଼ ସହିବାକୁ ପଡ଼ିବ।
Good News for Private Employees: ପ୍ରାଇଭେଟ୍ ଚାକିରି ସରିବା ପରେ ମିଳିବ ପେନସନ୍, ଜାଣନ୍ତୁ ଏଇ ଯୋଜନା ବିଷୟରେ

Shocking Crime: ଏଇ ଛୋଟିଆ ଭୁଲ୍ ପାଇଁ, ଗଣଦୁଷ୍କର୍ମ ଶିକାର ହେଲେ ନର୍ସ…

Human Sagar’s Mother Approaches Police: ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମାଆ, ମୃତ୍ୟୁ ପାଇଁ ଏଇମାନେ ଦାୟୀ

Odisha Follows Delhi’s Footsteps: ଦିଲ୍ଲୀ ପରେ ଓଡ଼ିଶାରେ ଆସିଲା କଡ଼ା ନିୟମ, ପଟ୍ରୋଲ ପାଇଁ ହେବାକୁ ପଡିବ ନାକେଦମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)