Advertisment

Human Sagar’s Mother Approaches Police: ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମାଆ, ମୃତ୍ୟୁ ପାଇଁ ଏଇମାନେ ଦାୟୀ

ଷଡ଼ଯନ୍ତ୍ରରେ ହୋଇଛି ହ୍ୟୁମାନଙ୍କ ମୃତ୍ୟୁ ! ନିର୍ଯାତନା ଦିଆଯାଇ ହ୍ୟୁମାନଙ୍କୁ ମାରିଦିଆଯାଇଛି ! ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ଭୂମିକା ସନ୍ଦେହ ଜନକ ! ଅର୍ପିତା ଓ ତାଙ୍କ ପରିବାରର ବି ରହିଛି ସଂପୃକ୍ତି !

author-image
Tapan Swain
Humane-Sagar-Mother

Humane-Sagar-Mother Photograph: (OTV)

ଷଡ଼ଯନ୍ତ୍ରରେ ହୋଇଛି ହ୍ୟୁମାନଙ୍କ ମୃତ୍ୟୁ ! ନିର୍ଯାତନା ଦିଆଯାଇ ହ୍ୟୁମାନଙ୍କୁ ମାରିଦିଆଯାଇଛି ! ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ଭୂମିକା ସନ୍ଦେହ ଜନକ ! ଅର୍ପିତା ଓ ତାଙ୍କ ପରିବାରର ବି ରହିଛି ସଂପୃକ୍ତି ! ଏମିତି କିଛି ଅଭିଯୋଗକୁ ନେଇ କଟକ ମର୍କତ ନଗର ଥାନାରେ ଲିଖିତ FIR କରିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା’ ଶେଫାଳି ସୁନା ।

Advertisment

ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିବା ସହ ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ଭୂମିକା ସନ୍ଦେହ ଜନକ ବୋଲି FIRରେ ଉଲ୍ଲେଖ କରିଛନ୍ତି । ଖାଲି ଏମାନେ ନୁହଁନ୍ତି, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ FIRରେ ଉଲ୍ଲେଖ ରହିଛି । ଏମିତିକି ଅର୍ପିତାଙ୍କ ସଂପତ୍ତିକୁ ନେଇ ହ୍ୟୁମାନଙ୍କ ମାଆ ପ୍ରଶ୍ନ ବି ଉଠାଇଛନ୍ତି ।

ହ୍ୟୁମାନଙ୍କ ମୃତ୍ୟୁର ଖୋଲିବ ରହସ୍ୟ ? ପୋଲିସ କରିବ କି ଏମାନଙ୍କୁ ଜେରା ? ହ୍ୟୁମାନଙ୍କୁ କାହିଁକି ଦିଆଯାଉଥିଲା ନିର୍ଯାତନା ? ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା ଓ ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି ମଧ୍ୟ କରିଛନ୍ତି ମା’ ଶେଫାଳି ସୁନା ।

Advertisment

ଶେଫାଳିଙ୍କ ଅଭିଯୋଗ

ସବୁଠାରୁ ବଡ଼ କଥା ହେଉଛି, ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର ନାଁରେ ମଧ୍ୟ ମା’ ଶେଫାଳି ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ, କିଛି ନିକଟ ସଂପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଲେଖିଛନ୍ତି । ଅନ୍ୟପଟେ ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରିଥିବା ବେଳେ ପୁଅ ପ୍ରତି ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍ ଓ ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ତଦନ୍ତ ପାଇଁ ଦାବି କରିଛନ୍ତି ଶେଫାଳି ସୁନା । 

ହ୍ୟୁମାନଙ୍କ ମୃତ୍ୟୁ ସନ୍ଦେହଜନକ ବୋଲି ପୂର୍ବରୁ ହ୍ୟୁମାନଙ୍କ ଅନେକ ପ୍ରଶଂସକ ଅଭିଯୋଗ କରିଛନ୍ତି । ବିଭିନ୍ନ ଥାନାରେ ଏତଲା ମଧ୍ୟ ହୋଇଛି । ହେଲେ ପରିବାରର ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ହେବ ବୋଲି କହାଯାଇଥିଲା । ହେଲେ ଏବେ ହ୍ୟୁମାନଙ୍କ ମା’ଙ୍କ ଅଭିଯୋଗ ପରେ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । 

humane sagar humane sagar mother
Advertisment
Related Articles
Advertisment