/odishatv-khabar/media/media_files/2025/12/21/human-sagar-death-2025-12-21-20-59-15.jpg)
Human Sagar Death Photograph: (OTV)
ସାମାନ୍ୟ ବିଳମ୍ବ ହେଲେ ବି ପୁଅର ସନ୍ଦେହଜନକ ମୃତ୍ୟୁ ମାମଲାରେ ନ୍ୟାୟ ଭିକ୍ଷା କରି ପୋଲିସରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା। କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ କରିଛନ୍ତି- ତାଙ୍କ ପୁଅକୁ ନିର୍ଯାତନା ଦିଆଯାଇଛି। ପୁଅ ସ୍ବାସ୍ଥ୍ୟ ପ୍ରତି କରାଯାଇଛି ଗୁରୁତର ଅବହେଳା। ଦୁର୍ବ୍ୟବହାର, ଚାପ, ବିଷକ୍ରିୟା ଓ ନିଶାଦ୍ରବ୍ୟ ପ୍ରୟୋଗ ଭଳି ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଉ। ତାସହ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍ ଓ ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ଦିଗକୁ ଅବହେଳା କରାନଯାଉ। ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରାଙ୍କ ସହ ଅନେକ ଲୋକଙ୍କୁ ବି କାଠଗଡ଼ାକୁ ଟାଣିଛନ୍ତି ଶେଫାଳି। ଯାହାଙ୍କ ମଧ୍ୟରେ ଅଛନ୍ତି ଗାୟିକା ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ବାପା-ମଆ ଏବଂ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ମିଶ୍ର। ସେମିତି ସଂଗୀତକାର ସୋମେଶ ଶତପଥୀଙ୍କୁ ବି ତଦନ୍ତ ପରିସରକୁ ଆଣିବାକୁ ଅନୁରୋଧ କରିଛନ୍ତି ହ୍ୟୁମାନଙ୍କ ମାଆ।
ହ୍ୟୁମାନଙ୍କ ମୃତ୍ୟୁ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯାହାର ବି ସଂପୃକ୍ତି ଅଛି-ସେମାନଙ୍କୁ ଠାବ କରାଯାଇ କଠୋର ଦଣ୍ଡ ଦେବାକୁ ବି ନିବେଦନ କରିଛନ୍ତି ମାଆ ଶେଫାଳି। ଏମିତିକି ପୂର୍ବରୁ ତାଙ୍କ ବୋହୁ ଶ୍ରେୟା ମିଶ୍ର ଆଣିଥିବା ସମସ୍ତ ଆରୋପ ଆଧାରହୀନ ବୋଲି ସେ ଦର୍ଶାଇବା ସହ ତାହା ତାଙ୍କ ପୁଅକୁ ମାନସିକ, ସାମାଜିକ ସ୍ତରରେ ଗଭୀର ଆଘାତ ପହଞ୍ଚାଇଥିଲା ବୋଲି ଦର୍ଶାଇଛନ୍ତି। ସେହିପରି ଗାୟିକା ଅର୍ପିତା ଚୌଧୁରୀଙ୍କ ଆୟ ଉତ୍ସ ସହ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଖୋଳତାଡ଼ ସାଙ୍ଗକୁ ତାଙ୍କ ଲିଙ୍କ୍ ରେ ଥିବା ସୋମେଶ ଶତପଥୀଙ୍କ ସଂପତ୍ତିର ବି ଯାଞ୍ଚ ଦାବି କରିଛନ୍ତି ସେଫାଳି। ଏତଲାରେ ନାଁ ଥିବା ବ୍ୟକ୍ତି ବିଶେଷଙ୍କର ପ୍ରତିକ୍ରିୟା ମିଳିନଥିବାବେଳେ ଗତ ୧୬ ତାରିଖରେ ଓଟିଭିକୁ ସାକ୍ଷାତକାର ଦେଇ ମ୍ୟାନେଜର ଦିନେଶ ବେହେରା କହିଥିଲେ ସବୁ ପ୍ରକାର ଅଭିଯୋଗର ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ। ସେପଟେ ହ୍ୟୁମାନଙ୍କ ମାଆଙ୍କ ଏତଲା ଆଧାରରେ ପୋଲିସ ସବୁ ଦିଗକୁ ଧ୍ୟାନ ଦେଲେ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଆଇନଜୀବୀ।
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ ନଭେମ୍ବର ୧୭ରେ ଆଖି ବୁଜିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ଗୁରୁତର ସ୍ବାସ୍ଥାବସ୍ଥାକୁ ନେଇ ଆଜି ଯାଏଁ ସସେପନସ୍ ଲାଗି ରହିଛି, ସତ ସାମ୍ନାକୁ ଆଣିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ହ୍ୟୁମାନଙ୍କ ଫ୍ୟାନ୍ ଓ ସଂଗଠନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଦୀର୍ଘ ୧ ମାସ ପରେ ମାଆ ଶେଫାଳିଙ୍କ ଏତଲା ହ୍ୟୁମାନ ମୃତ୍ୟୁ ରହସ୍ୟ ଉନ୍ମୋଚନକୁ ବଳ ଯୋଗାଇବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି ଏତଲା କପିର ନକଲ ପଠାଇଛନ୍ତି ଶେଫାଳି ସୁନା।
Saudi Arabia Deports Pakistanis: ୨୪ ହଜାର ପାକିସ୍ତାନୀଙ୍କୁ ତଣ୍ଟିଆ ମାରି ବିଦା କଲା ସାଉଦି, ବିଶ୍ବର ଚିନ୍ତା ବଢ଼ାଉଛନ୍ତି ପାକ୍ ଭିକାରୀ

Shubman Gill's T20 World Cup Sacking: କାହିଁକି T20 ବିଶ୍ବକପ୍ ଖେଳିବେନି ଶୁଭମନ୍ ଗିଲ୍? ଖରାପ ଫର୍ମ ନାଁ ରହିଛି ଅନ୍ୟ କାରଣ...

Off-the-Cuff Remark: କହୁ କହୁ କହିଦେଲେ ସମ୍ୱିତ; ପାଣ୍ଡିଆନ ଜଣେ ମ୍ୟାନେଜର୍, ନେତା ନୁହଁ

ISI Shadow Over Bangladesh Unrest: ବାଂଲା ହିଂସା ପଛରେ ପାକ୍ ISI ହାତ, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)