/odishatv-khabar/media/media_files/2025/12/19/miracle-2025-12-19-15-56-14.jpg)
Miracle Photograph: (OTV)
ହୀରାକୁଦ ଡ୍ୟାମର ଗଭୀର ପାଣିରୁ ବଞ୍ଚିଗଲା ଜୀବନ। ପାଣି ଭିତରେ ମନ୍ଦିର ଓ ମନ୍ଦିର ଉପରେ ଯୁବତୀ। ଗଭୀର ଜଳ ରାଶି ଭିତରେ ଅଧାବୁଡ଼ା ମନ୍ଦିର ଚୂଡ଼ାକୁ ଦୁଇ ହାତରେ ଜାବୁଡି ଧରିଥିଲେ। ଆଶ୍ଚର୍ଯ୍ୟ, ଅକଳ୍ପନୀୟ ! କିପରି ଗଲେ, କେମିତି ପହଞ୍ଚିଲେ ? ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁ ନିକଟର ସେ ଖସିପଡିଥିଲେ। ସେତୁରୁ ଖସି ହୀରାକୁଦ ଡ୍ୟାମର ଗଭୀର ପାଣିରେ ପଡି ଯୁବତୀ ଜଣକ ଜୀବନ ରକ୍ଷା ପାଇଁ ମନ୍ଦିରକୁ ଚଢିଯାଇଥିଲେ।
ବଞ୍ଚାଇଦେଲା ଅଧାବୁଡ଼ା ମନ୍ଦିର
ଦୀର୍ଘଦିନ ଧରି ପାଣିରେ ବୁଡି ରହିଥିବା ମନ୍ଦିର ଯୁବତୀଙ୍କ ଜୀବନ ବଞ୍ଚାଇ ଦେଇଛି। ସେତୁରୁ ଖସିପଡି ପ୍ରାଣ ବିକଳରେ ଚିତ୍କାର କରୁଥିଲେ ଆଉ ଏତିକି ବେଳେ ହଠାତ ଆଖି ଆଗରେ ପଡ଼ିଲା ମନ୍ଦିରର ଚୂଡା। କାଳ ବିଳମ୍ବ ନକରି ପହଁରି ପହଁରି ମନ୍ଦିର ପାଖକୁ ପହଞ୍ଚି ଯାଇଥିଲେ। ଦୀର୍ଘ ସମୟ ଧରି ମନ୍ଦିରକୁ ଜାବୁଡି ଧରି ଛିଡ଼ା ହୋଇ ରହିଥିଲେ। ବନହରପାଲି ପୋଲିସ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତାଙ୍କୁ ଡ଼ଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି l କିନ୍ତୁ ଏହି ଯୁବତୀଙ୍କ ସାହସକୁ ମାନିବାକୁ ପଡିବ ।
ଯୁବତୀ ଜଣକ ବ୍ରଜରାଜନଗର ଇଟାଭଟାର ବୋଲି ଜଣାପଡିଛି l ଉଦ୍ଧାର ପରେ ଯୁବତୀଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି l ତେବେ ସବୁଠୁ ବଡ଼ କଥା, ଯୁବତୀ ଜଣଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି। ଏହି ଦୃଶ୍ୟ ଦେଖିଲା ପରେ ଲୋକେ କହୁଛନ୍ତି, ରଖେ ହରି ତ ମାରେ କିଏ!
ହୀରାକୁଦ ଡ୍ୟାମର ଗଭୀର ପାଣିରୁ ବଞ୍ଚିଗଲା ଜୀବନ
ପାଣି ଭିତରେ ମନ୍ଦିର ଓ ମନ୍ଦିର ଉପରେ ଯୁବତୀ
ସେତୁରୁ ହୀରାକୁଦ ଡ୍ୟାମ ପାଣିରେ ଖସି ପଡ଼ିଥିଲେ
ପାଣି ଭିତରେ ଥିବା ମନ୍ଦିର ଚୂଡ଼ାକୁ ଧରି ବଞ୍ଚିଗଲେ
ଡ଼ଙ୍ଗା ସାହାଯ୍ୟରେ ଉଦ୍ଧାର କଲେ ମତ୍ସ୍ୟଜୀବୀ
ଯୁବତୀ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସୂଚନା
KISS Student Murder: OHRCରେ କିସ୍ ଛାତ୍ର ହତ୍ୟା ମାମଲା, ସ୍ବାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଆବେଦନ

Mystery Death: ପୁରୁଷ ବନ୍ଧୁଙ୍କ ଘରେ ଅଧ୍ୟାପିକାଙ୍କ ଲାସ୍, କାଳ ହେଲା କି ଲିଭ୍-ଇନ୍ ରିଲେସନ୍ ?

Troubling Past of KISS: କିସର ରେକର୍ଡ ଖରାପ ! ଆଗରୁ ଯାଇଛି ଅନେକ ଜୀବନ

Reality Check at KISS: ଖୋଲିଗଲା କିସର ଗୁମର, ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ

Parole Jump: ପାରୋଲରେ ଯାଇ ଚକମା ଦେଲେ ୨ କଏଦୀ, ଫେରିନାହାନ୍ତି ଜେଲକୁ

Gruesome Family Tragedy: କୁଳାଙ୍ଗାର ପୁଅ ଶିଳପୁଆରେ ବାପାମାଆଙ୍କ ମୁଣ୍ଡକୁ ଛେଚିଲା, କରତରେ କାଟି ଖଣ୍ଡ ଖଣ୍ଡ କଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)