/odishatv-khabar/media/media_files/2025/12/19/farmer-anger-peaks-2025-12-19-21-17-16.jpg)
Farmer Anger Peaks Photograph: (OTV)
ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ପ୍ରଭାବ। ସମ୍ୱଲପୁର କୃଷକ ସୁରକ୍ଷା ସଙ୍ଗଠନ ଡାକରାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଚାଷୀ ଓ କୃଷକ ନେତା। ଗଡ଼ି ନଥିଲା ଗାଡ଼ିମୋଟର। ବନ୍ଦ ରହିଥିଲା ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ, ବେସରକାରୀ ଅଫିସ। ବିଭିନ୍ନ ସରକାରୀ ଅଫିସ ଯାଇ ପିକେଟିଂ କରିଥିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ, RDC ଓ ଯୋଗାଣ ବିଭାଗ ଅଫିସ ଯାଇ କର୍ମଚାରୀଙ୍କୁ ବନ୍ଦ ପାଳନରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଫଳରେ ଠପ୍ ହୋଇଥିଲା ପ୍ରଶାସନିକ କଳ। କିନ୍ତୁ ଜାତୀୟ ରାଜପଥ ଓ ରେଳରୋକକୁ ବାଦ ଦିଆଯାଇଥିଲା। କୌଣସି ଜରୁରୀକାଳୀନ ସେବାକୁ ବନ୍ଦ କରାଯାଇ ନଥିଲା।
ସୁବର୍ଣ୍ଣପୁର ଜିଲ୍ଲାରେ ବି ମଣ୍ଡି ସମସ୍ୟାକୁ ନେଇ ଗର୍ଜିଛନ୍ତି ଚାଷୀ I ଧାନ ଉଠୁ ନଥିବା ଓ ଟୋକନ୍ ମିଳି ନଥିବାରୁ ସାରସମାଲ ମଣ୍ଡି ଆଗରେ ଧାନବସ୍ତା ରଖି ରାସ୍ତାରୋକ କରିଥିଲେ। ଫଳରେ ବିନିକା-ବରପାଲି ମୁଖ୍ୟରାସ୍ତାରେ ବାଧାପ୍ରାପ୍ତ ହୋଇଥିଲା ଗାଡ଼ି ଚଳାଚଳ। ପରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଚାଷୀମାନେ ଦାବିପତ୍ର ଦେଇଛନ୍ତି। ସେହିପରି କୋରାପୁଟ ଜିଲ୍ଲାରେ ବି ଧାନ କିଣା ଅବ୍ୟବସ୍ଥାରେ ଘାଣ୍ଟି ସନ୍ତୁଳି ହେଉଛନ୍ତି ଅନ୍ନଦାତା। ମଣ୍ଡି ଉଦଘାଟନକୁ ୧୦ ଦିନ ବିତିଯାଇଲେ ବି ଏଯାଏଁ କିଲେ ବି ଧାନ କିଣା ହୋଇନି। ମଣ୍ଡିରେ ଟନ୍ ଟନ୍ ଧାନ ଆଣି ଗଦେଇଛନ୍ତି ଚାଷୀ। କ୍ରୟକାରୀ ସଂସ୍ଥା ଅଛି, କିନ୍ତୁ ମିଲର ଆସୁନାହାନ୍ତି। ପୁଣି ଟୋକନ୍ ମିଳି ନଥିବାରୁ ଅସନ୍ତୋଷ ଚାଷୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ। ଅନ୍ୟପଟେ ମଣ୍ଡି ସମସ୍ୟାରେ ଘାଣ୍ଟି ହେବା ପରେ କଳାହାଣ୍ଡି ଜିଲ୍ଲାର ଚାଷୀ ବି ଯୋଗାଣ ବିଭାଗର ଦ୍ବାରସ୍ଥ ହୋଇଥିଲେ। ...
ଗୋଟିଏ ପରେ ଓଡ଼ିଶାରେ ମଣ୍ଡି ସମସ୍ୟା ଓ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଛତିଶଗଡ଼ରୁ ଧାନ ଚୋରା ଚାଲଣ ହେଉଥିବା ଅଭିଯୋଗ ହୋଇଛି। ଓଡ଼ିଶାରେ ଏମଏସପି ଅଧିକ ଥିବାରୁ ସେଠାକାର ଧାନ ଆସୁଛି ନୂଆପଡ଼ା ଜିଲ୍ଲା। ଛତିଶଗଡ଼ ଗରିଆବନ୍ଧ ପୋଲିସ ଅନେକ ଧାନ ଗାଡ଼ି ଜବତ କରିବା ପରେ ସାମନାକୁ ଆସିଥିଲା ସତ। ଏହାପରେ ଛତିଶଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ନାକାବନ୍ଦୀ କରି ଚେକିଂ କରାଯିବ ବୋଲି ନୂଆପଡ଼ା ଏସପି କହିଛନ୍ତି। ସେହିପରି ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ଆଶଙ୍କାରେ ପଦକ୍ଷେପ ନେବାକୁ ଏସପିଙ୍କୁ ଚିଠି ଲେଖିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ। ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ ସିଲ୍ କରାଯାଇଛି। ...
ଧାର କରଜ କରି ସୁନାର ଫସଲ ଫଳାଇଥିବା ଚଷା ପୁଅ ଅମଳ ସମୟରେ ମଣ୍ଡି ସମସ୍ୟାରୁ ଅସହାୟ ହୋଇପଡୁଛି। ପ୍ରତିବର୍ଷ ଅମଳ ବେଳାରେ ଘୋର ଅବ୍ୟବସ୍ଥା ଚାଷୀର ମେରୁଦଣ୍ଡ ଉପରେ ଦମ୍ଭିଲା ପ୍ରହାର ପକାଉଛି। ଉପାୟଶୂନ୍ୟ ହେଲେ ଶାଗ ମାଛ ଦରରେ ଦଲାଲଙ୍କ ହାତକୁ ଟେକିଦେଉଛି ବର୍ଷକର ପରିଶ୍ରମ।
Bangladesh Burns Again: କିଏ ଏହି ଓସ୍ମାନ ହାଦି ? ଯାହା ପାଇଁ ପୁଣିଥରେ ବାଂଲାଦେଶରେ ଜଳୁଛି ନିଆଁ

Controversy Eases for Mohan: ବିବାଦରୁ ବାହାରିବା ପାଇଁ ମୋହନଙ୍କ ଲାଗି ରାସ୍ତା ଖୋଲିଲା, ଜନତାଙ୍କ ଆକ୍ରୋଶରୁ ବର୍ତ୍ତିଯିବେ

Dhurandhar Making History: ୧୯ଟି ରେକର୍ଡ କରିସାରିଛି ଧୂରନ୍ଧର , ବକ୍ସଅଫିସରେ ଆଣିଛି ସୁନାମୀ

Preplan Murder: ଚା କରୁଥିଲା ସ୍ତ୍ରୀ ... ସ୍ବାମୀ ମାରିଦେଲା ଗୁଳି ! ବୁର୍ଖା ନପିନ୍ଧି ବାହାରକୁ ଚାଲିଯିବାରୁ ସହିପାରିଲାନି ସ୍ବାମୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)