Advertisment

Demand CBI Probe: ଅକ୍ଷମଣୀୟ ଅପରାଧ କରିଛି କିସ୍ , ସିବିଆଇ ତଦନ୍ତ ପାଇଁ ଦାବି ଜୋରଦାର୍

ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା ଘଟଣାର ତଥ୍ୟ ଲୁଚାଇ ଖାଲି ତାଙ୍କ ପରିବାର ନୁହେଁ ସାହା ଆଦିବାସୀ ସଂପ୍ରଦାୟଙ୍କ ଭାବନା ସହ ସାଂଘାତିକ ଖେଳ ଖେଳିଛି କିସ୍। ତେଣୁ  ଦୋଷୀଙ୍କୁ ଖୋଜି ଉଚିତ୍ ଦଣ୍ଡ ଦେବାକୁ ଉଠିଲାଣି ଦାବି।

author-image
OTV Bureau
Demand CBI Probe

Demand CBI Probe Photograph: (OTV)

ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା ଘଟଣାର ତଥ୍ୟ ଲୁଚାଇ ଖାଲି ତାଙ୍କ ପରିବାର ନୁହେଁ ସାହା ଆଦିବାସୀ ସଂପ୍ରଦାୟଙ୍କ ଭାବନା ସହ ସାଂଘାତିକ ଖେଳ ଖେଳିଛି କିସ୍। ତେଣୁ  ଦୋଷୀଙ୍କୁ ଖୋଜି ଉଚିତ୍ ଦଣ୍ଡ ଦେବାକୁ ଉଠିଲାଣି ଦାବି। ତଳସ୍ତରର ଆଦିବାସୀ ସଂଗଠନ ନେତା ଦୁଅନ୍ତୁ କି ରାଜନେତା- ସମସ୍ତେ କିସ୍ ର ଜଘନ୍ୟ ଆଚରଣକୁ ନିଶାନା କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। କୋଇଡ଼ା ଜିଲ୍ଲା ପରିଷଦ ସଭ୍ୟ ତଥା ଦଳିତ ନେତା ଅଶୋକ ନାଏକ କହିଛନ୍ତି- କିସ୍ ରେ ଆଦିବାସୀ ପିଲାଙ୍କୁ ହତ୍ୟା, ଆମ ବିଶ୍ବାସ ତୁଟାଇ ଦେଇଛି। ଯେହେତୁ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ତେଣୁ ସେ ଏଥିପ୍ରତି ଦୃଷ୍ଟି ଦେବା ସହ ମାମଲାର ସିବିଆଇ ତଦନ୍ତ ହେଉ। ମୟୂରଭଞ୍ଜ ଜିଲ୍ଲା ଦଳିତ ଆଦିବାସୀ ମହାସଂଘ ସଭାପତି ବି ସିଧାସଳଖ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କାଠଗଡ଼ାକୁ ଟାଣି କହିଛନ୍ତି- ଯେହେତୁ ଅଚ୍ୟୁତ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ତେଣୁ ସବୁବେଳେ ସେ ଏଭଳି କାଣ୍ଡରୁ କୌଶଳ କରି ଖସି ଯାଉଛନ୍ତି। ତାଙ୍କ ସଂସ୍ଥାରେ ବହୁ ପ୍ରଶାସନିକ ଓ ପୋଲିସ୍ ଅଧିକାରୀଙ୍କ ପତ୍ନୀ ଓ ସମ୍ପର୍କୀୟ ଚାକିରି କରୁଥିବାରୁ ସେମାନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ତେଣୁ ସିବିଆଇ ତଦନ୍ତ ହେଲେ ହିଁ କିଟ୍ ରୁ କିସ୍ ପର୍ଯ୍ୟନ୍ତ ସବୁ କେଳେଙ୍କାରୀ ଧରା ପଡ଼ିବ ଓ ଦୋଷୀ ବନ୍ଧା ହେବେ।...

Advertisment

ସେପଟେ କିସ୍ ଛାତ୍ର ମୃତ୍ୟୁ ଓ କର୍ତ୍ତୃପକ୍ଷଙ୍କ ଚାଲବାଜିକୁ ନେଇ ଆଦିବାସୀ ରାଜନେତା ବି ହେଲେଣି ଖପ୍ପା। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସ୍ପଷ୍ଟ ଭାବେ କହିଛନ୍ତି- ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରଙ୍କୁ ହତ୍ୟା ସାଙ୍ଘାତିକ। କିଟ୍ ଓ କିସ୍ ରେ ବାରମ୍ବାର ଏଭଳି ଘଟଣା ଘଟୁଛି। ଏ ନେଇ ସେ ଆଦିବାସୀ ମନ୍ତ୍ରାଳୟକୁ ଅବଗତ କରିବେ। ଉକ୍ତ ପ୍ରତିଷ୍ଠାନକୁ ବିଭିନ୍ନ ଉତ୍ସରୁ ଫଣ୍ଡିଂ ଆସୁଛି, କିନ୍ତୁ ପିଲାଙ୍କୁ ଠିକ୍ ଭାବେ ରଖାଯାଉନି ବୋଲି ଅଭିଯୋଗ ଆଣିବା ସହ ପ୍ରତିଷ୍ଠାତାଙ୍କୁ କାହିଁକି ଦାୟୀ କରାନଯିବ ବୋଲି ପ୍ରଶ୍ନ କରିଛନ୍ତି। ତାସହ ଆବଶ୍ୟକ ହେଲେ ସିବିଆଇ ଯାଞ୍ଚର ଆବଶ୍ୟକତା ଥିବା ବି କହିଛନ୍ତି ସାଂସଦ। ସେମିତି ପୂର୍ବତନ ଏସସି-ଏସଟି ବିଭାଗ ମନ୍ତ୍ରୀ ପରମା ପୂଜାରୀ ମଧ୍ୟ କିସ୍ ଛତ୍ର ହତ୍ୟା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କୁ ଦାୟୀ କରିଛନ୍ତି। ସେପଟେ କୋରାପୁଟ ବିଜେଡିର ଟାଣୁଆ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ପ୍ରଭୁ ଜାନୀ ବି କିସ୍ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଏ ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବାର ଥିଲା ବୋଲି କହିଛନ୍ତି।....

ଖାଲି ଆଦିବାସୀ ନେତା କି ସଂଗଠନ ନୁହଁନ୍ତି-ସାମାଜିକ କର୍ମୀ ବି ଆଦିବାସୀ ଛାତ୍ରଙ୍କ ତଣ୍ଟିଚିପି ହତ୍ୟା ଘଟଣାରେ କିସ୍ ର ଦୋଗଲ ବାଜିକୁ ନିଶାନା କରିଛନ୍ତି। ଏକ ମର୍ଡରକୁ ହାର୍ଟ ଆଟାକ୍ ଦର୍ଶାଇଥିବା ଡାକ୍ତରଙ୍କୁ ବି ଘେରିଛନ୍ତି ସାମାଜିକ କର୍ମୀ ଜୟଶ୍ରୀ ମହାପାତ୍ର।

ତେବେ ଯେତେ ସବୁ ଅଭିଯୋଗ ଉପରେ ଅଚ୍ୟୁତ ସାମନ୍ତଙ୍କଠାରୁ କିଟ୍ କି କିସ୍ କର୍ତ୍ତୃପକ୍ଷ, କାହାରି ପ୍ରତିକ୍ରିୟା ମିଳିନାହିଁ।...

Advertisment
Advertisment
Related Articles
Advertisment