/odishatv-khabar/media/media_files/2025/12/01/student_missing-2025-12-01-20-37-25.jpg)
STUDENT_MISSING Photograph: (OTV)
ମିଳିଲେ ନିଖୋଜ ୨୦ ଛାତ୍ର । କୋରାପୁଟ ବ୍ଲକ ଲଙ୍କାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ନିଖୋଜ ୨୦ ଜଣ ଛାତ୍ର ୧୦ କିଲୋମିଟର ଦୂର କୋଲାବ ଜଳଭଣ୍ଡାର ନିକଟରୁ ଉଦ୍ଧାର ହୋଇଛନ୍ତି। ଅଭିଭାବକ ମାନେ ପିଲାଙ୍କୁ ଉଦ୍ଧାର କରି ପୁଣି ହଷ୍ଟେଲରେ ଛାଡ଼ିଛନ୍ତି । ତେବେ ପିଲା କାହିଁକି ହଷ୍ଟେଲ ଛାଡ଼ି ପଳାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ତଦନ୍ତ ଦାବି କରିଛନ୍ତି। କୋରାପୁଟ ବିଡିଓ ଓ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଛନ୍ତି । କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ କହିଛନ୍ତି ପିଲା ମାନେ ସୁସ୍ଥ ଅଛନ୍ତି । ତେବେ କାହିଁକି ପିଲା ହଷ୍ଟେଲ ଛାଡ଼ିଲେ କାଉନସିଲିଂ ପରେ ସ୍ପଷ୍ଟ ହେବ ବୋଲି ବିଡିଓ କହିଛନ୍ତି ।
ମିଳିଲେ ନିଖୋଜ ୨୦ ଛାତ୍ର
କୋରାପୁଟ ଲଙ୍କାପୁଟ ସ୍କୁଲରୁ ଥିଲେ ନିଖୋଜ
୨୦ ଛାତ୍ର ୧୦ କିଲୋମିଟର ଦୂର କୋଲାବ ଜଳଭଣ୍ଡାର ନିକଟରୁ ଉଦ୍ଧାର
କାହିଁକି ହଷ୍ଟେଲ ଛାଡ଼ି ପଳାଇଥିଲେ ହୋଇନି ସ୍ପଷ୍ଟ
ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଅଭିଭାବକ
ଘଟଣା ସ୍ଥଳରେ ବିଡିଓ ଓ ଶିକ୍ଷା ଅଧିକାରୀ
Cobra Capital Of India: ମୃତ୍ୟୁ ଏଠି ପାଖରେ ବୁଲେ , ଜୀବନ କେତେ ବେଳେ ବି ଯାଇପାରେ !

From Rumors to Rings: ଚୁପଚାପ ବାହା ହୋଇଗଲେ ସାମନ୍ଥା , ଡିଭୋର୍ସର ୪ବର୍ଷ ପରେ ....

Panic at Panipat: ଟ୍ରେନ୍ ସହିତ ଘୋଷାଡି ହୋଇ ଚାଲିଯାଉଥିଲେ , ଫସିଯାଇଥିଲେ କୋଚ୍ ଏବଂ ପ୍ଲାଟଫର୍ମ ମଝିରେ

Odisha Citizens Award 2025: ମଦୁଆ ଖୋଜିଲେ ମିଳିବେ ନାହିଁ , ଆଶ୍ଚର୍ଯ୍ୟ କାମ କରିଦେଲେ ଏହି ବ୍ୟକ୍ତି...ମିଳିଲା ସମ୍ମାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)