Advertisment

Odisha Citizens Award 2025: ମଦୁଆ ଖୋଜିଲେ ମିଳିବେ ନାହିଁ , ଆଶ୍ଚର୍ଯ୍ୟ କାମ କରିଦେଲେ ଏହି ବ୍ୟକ୍ତି...ମିଳିଲା ସମ୍ମାନ

ସମାଜକୁ ନିଶାମୁକ୍ତ କରିବାର ଶପଥରେ ଆଜି ବି ସେ ଯୁବକ । ସେଥିପାଇଁ ତ ସାଇକେଲ ଧରି ସେ ବାହାରିପଡ଼ନ୍ତି ଏ ଗାଁରୁ ସେ ଗାଁ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ୭୦ ବର୍ଷୀୟ ବିଚିତ୍ରାନନ୍ଦ ପଣ୍ଡା ନିଶା ନିବାରଣ ପାଇଁ ଯୁବକ ବୟସରୁ କାର୍ଯ୍ୟ କରୁଛନ୍ତି ।

author-image
Manas Ranjan Mohanty
Odisha-Citizen-Award-2025-Social-Service

Odisha-Citizen-Award-2025-Social-Service Photograph: (OTV)

୭୦ ବର୍ଷରେ ସେ ସମାଜ ପାଇଁ ହିରୋ । ସାଧନା ତାଙ୍କର ସମାଜସେବା । ନାଁ ଯେମିତି କାମ ତା’ଠାରୁ ଊର୍ଦ୍ଧ୍ବରେ । ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ସମାଜସେବା କ୍ଷେତ୍ରରେ ବିଚିତ୍ରାନନ୍ଦ ପଣ୍ଡା ବିଜେତା ଘୋଷଣା ହୋଇଛନ୍ତି । ସମାଜ ପାଇଁ ତାଙ୍କର ଅବଦାନକୁ ଯେତେ ପ୍ରଶଂସାର କଲେ ବି କମ୍ ହେବ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା 

Advertisment

ସମାଜକୁ ନିଶାମୁକ୍ତ କରିବାର ଶପଥରେ ଆଜି ବି ସେ ଯୁବକ । ସେଥିପାଇଁ ତ ସାଇକେଲ ଧରି ସେ ବାହାରିପଡ଼ନ୍ତି ଏ ଗାଁରୁ ସେ ଗାଁ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ୭୦ ବର୍ଷୀୟ ବିଚିତ୍ରାନନ୍ଦ ପଣ୍ଡା ନିଶା ନିବାରଣ ପାଇଁ ଯୁବକ ବୟସରୁ କାର୍ଯ୍ୟ କରୁଛନ୍ତି । ଛୋଟ ଜଳଖିଆ ଦୋକାନଟିଏ କରି ପରିବାର ଚଳାଉଥିବା ବୟସ୍କ ବିଚିତ୍ରାନନ୍ଦଙ୍କ ଉଦ୍ୟମରେ ଶହଶହ ଲୋକ ନିଶାକୁ ନା’ କହିଛନ୍ତି । ତାଙ୍କ ଉଦ୍ୟମରେ ୩ଟି ଗାଁ ଡାବାସପୁଟ୍, ମାଳିଭୀମଡୋଲ ଓ ବନମାଳୀପୁଟ ଗ୍ରାମ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିଛି, ଗାଁର କେହି ଜଣେ ବି ବ୍ୟକ୍ତି ନିଶା ଗ୍ରହଣ କରୁନାହାନ୍ତି । ଏହି ୩ଟି ଗାଁ ବାଦ୍ ଅନ୍ୟ ୧୬ଟି ଗାଁ ମଧ୍ୟ ନିଶାମୁକ୍ତ ଗ୍ରାମ ଘୋଷଣା ଅପେକ୍ଷାରେ ରହିଛି ।

ଡାବାସପୁଟ ଗାଁର ଲୋକ ନିଶା ଗ୍ରହଣ କରୁନଥିବାବେଳେ ଏହି ଗାଁରେ ବିଚିତ୍ରାନନ୍ଦଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଛି ଶିଶୁ କଲ୍ୟାଣ ସମିତି ଓ ନାଗେଶ୍ବରୀ ମିଳିତ ମହିଳା ନିଶା ନିବାରଣ ମଞ୍ଚ । ଗାଁ ଗାଁ ବୁଲି ନିଶାର କୁପ୍ରଭାବ ବିଷୟରେ ଲୋକଙ୍କୁ ବୁଝାଇ ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ ଜାରି ରଖିଛନ୍ତି ୭୦ ବର୍ଷୀୟ ଏହି ସମାଜସେବୀ । ଏହି ଉଦ୍ୟମ ପାଇଁ ବିଚିତ୍ରାନନ୍ଦ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । 

୯ଟି ବର୍ଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ । ସ୍ୱତନ୍ତ୍ର ଚୟନକର୍ତ୍ତାଙ୍କ ଦ୍ୱାରା ପ୍ରତି ବିଭାଗରୁ ୩ ଜଣ ଲେଖାଏଁ ଶ୍ରେଷ୍ଠ ବ୍ୟକ୍ତି ଫାଇନାଲ୍ ନୋମିନେସନରେ ସ୍ଥାନ ପାଇଥିବା ପରେ ଅନଲାଇନ୍ ଭୋଟିଂ ଜରିଆରେ ପ୍ରତି ବିଭାଗରେ ଶ୍ରେଷ୍ଠଙ୍କୁ ବଛା ଯାଇ ପୁରସ୍କୃତ କରାଯାଇଥିଲା । ଆଉ ସମାଜସେବା କ୍ଷେତ୍ରରେ ସମାଜସେବୀ ବିଚିତ୍ରାନନ୍ଦ ପଣ୍ଡା ଓସିଏ ଆୱାର୍ଡ ହାତେଇଛନ୍ତି । 

Advertisment
Advertisment
Related Articles
Advertisment