ସଂକ୍ଷେପରେ ଆଜିର ତାଜା ଖବର - Thursday, 21 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟ ବୁଲୁଛନ୍ତି ରାଜ୍ୟପାଳ; ଲୋକଙ୍କ ଦୁଃଖ ବୁଝୁଛନ୍ତି, ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଉଛନ୍ତି..

ଜିଲ୍ଲା ବୁଲୁଛି ରାଜ୍ୟପାଳଙ୍କ ଦରବାର। ଲୋକଙ୍କଠୁ ଅଭିଯୋଗ ବି ସଂଗ୍ରହ ହେଉଛି ଓ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖାଯାଉଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ସଫଳ ରୂପାୟନ ନେଇ ଡିଣ୍ଡିମ ପିଟା ଉପରେ ଉଠିଛି ପ୍ରଶ୍ନ। More

ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ ! ମୃତ୍ୟୁ ସଂଖ୍ୟା ଲୁଚାଉଛି ସରକାର, ଗ୍ରାଉଣ୍ତ ସ୍ଥିତି ପରଖିଲା ଓଟିଭି..

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି । More

କାମିୟାଙ୍କୁ ମନ୍ଦିରକୁ ନେଲେ, ମହାପ୍ରସାଦ ଖୁଆଇଲେ ! ସତ ହୋଇଥିଲେ ସାଙ୍ଘାତିକ..

ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ । More

ପୋଷ୍ଟ ଅଫିସରେ ମିଳୁନି ୧୦ ଟଙ୍କିଆ ଆଇପିଓ, RTIରେ ତଥ୍ୟ ଆବେଦନପାଇଁ ଅଧିକ ଖର୍ଚ୍ଚାନ୍ତ ଆବେଦନକାରୀ

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। More

ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ, ୧୦ ଡିଗ୍ରୀ ତଳେ ୧୬ ସହର

ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । More

ଧରାପଡ଼ିଲେ ‘କାର୍ ସ୍କାମ୍’ ମାଷ୍ଟରମାଇଣ୍ଡ, ଠକିଛନ୍ତି ୪୦ କୋଟିରୁ ଅଧିକ ଟଙ୍କା

ରିହାତିରେ କାର୍। ଡିସକାଉଣ୍ଟରେ ବ୍ରାଣ୍ଡ୍ ନ୍ୟୁ। ୧୮ ଲକ୍ଷର କାର୍ ମାତ୍ର ୯ ଲକ୍ଷରେ। ବାସ୍ ଏମିତି କିଛି ବିଜ୍ଞାପନ, ଏମିତି କିଛି ପ୍ରଚାର କରି ଏହି ଦମ୍ପତି ଠକି ନେଇଛନ୍ତି ୪୦ କୋଟି। More

ମଦ ବ୍ୟବସାୟୀଙ୍କ ଘର ଓ ଫ୍ୟାକ୍ଟ୍ରିରୁ ମିଳିଲା ୩୫୧ କୋଟି

ଜବତ ଟଙ୍କାରୁ ୩୨୯ କୋଟି ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। More

କାଲି ପରଠାରୁ କମିବ ଶୀତ, ବଢ଼ିବ କୁହୁଡ଼ି !

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସିଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା । More

ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ କିଣିବ ହାଇଟେକ୍‌ ୱିପେନ୍‌

ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ । More

ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; ବାହାରୁଛି ପୁଳାପୁଳା ସୁନା ଆଉ ପ୍ଲଟ୍‌

ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ । More

ବୁଖାରୀକୁ ଜେରା କରିବ କାଶ୍ମୀର ପୋଲିସ; ସାମ୍ନାକୁ ଆସିଲା ସାଂଘାତିକ ଷଡ଼ଯନ୍ତ୍ର !

ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ ଜଣଙ୍କ ସହ ତାର ଥିଲା ସମ୍ପର୍କ । ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, ଏସବିଆଇ, Axis Bank, Central Bank, IDFC, ବ୍ୟାଙ୍କ୍ ଅଫ୍ ବରୋଦାରେ ରହିଛି ଆକାଉଣ୍ଟ । More

ପୋଲିସକୁ ବି ଛାଡ଼ିଲେନି ଦମ୍ପତ୍ତି, ଡିସକାଉଣ୍ଟରେ କାର ଦେବେ କହି ଲଗାଇଲେ ଚୂନା

ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ । More

ବାସ୍ତୁରେ ଉତ୍ତର ଦିଗକୁ ବନ୍ଦ କରି ନିର୍ମାଣ ଦ୍ୱାରା ଆସିଥାଏ ମହାବିପତ୍ତି

ଜାଗା ଛାଡିବାର କେତେଗୁଡିଏ ନିୟମ ବାସ୍ତୁ ଶାସ୍ତ୍ରରେ ଲେଖାଯାଇଛି । ଯେମିତି ପୂର୍ବ ଏବଂ ଉତ୍ତର ପଟେ ପଶ୍ଚିମ ଏବଂ ଦକ୍ଷିଣ ପଟ ଅପେକ୍ଷା ଅଧିକା ଜାଗା ଖୋଲା ରହିବା ନିହାତି ଆବଶ୍ୟକ । More

ନୂଆବର୍ଷରୁ AC ଟନେଲ, ନିର୍ମାଣ ନେଇ ସେବାୟତଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ

ଶ୍ରଦ୍ଧାଳୁଙ୍କ ପାଇଁ କେତେ ସହାୟକ ହେବ ଏସି ଟନେଲ ? ଏସି ଟନେଲରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ସୁବିଧା ? ନୂଆ ବର୍ଷ ପୂର୍ବରୁ ଏବେ ଏସି ଟନେଲ କାମ ଜୋରସୋରରେ ଚାଲିଥିବା ବେଳେ କେତେଦୂର ଫଳପ୍ରଦ ହେବ ଉଠିଛି ପ୍ରଶ୍ନ । More

ଅମଳ ଅଧିକ, ବିକ୍ରି କରିବାକୁ ଟାର୍ଗେଟ କମ୍ ! କୋରାପୁଟ ଜିଲ୍ଲାରେ ହନ୍ତସନ୍ତ ଚାଷୀ

ଚାଷ ଆରମ୍ଭରୁ ବର୍ଷା ବିଳମ୍ବ କଲା, ଅମଳ ସମୟରେ ବର୍ଷା କାଳ ସାଜିଲା । ଆଉ ଏବେ ଅମଳ ଧାନ ବିକିବା ବେଳେ ବି ସମସ୍ୟା ପିଛା ଛାଡୁନି । ଭୁଲ ସାଟେଲାଇଟ୍ ସର୍ଭେ ଯୋଗୁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି । More

Panchang Today 21st Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ରାତ୍ରି ୧୦.୦୯ ଗତେ ମେଷ । ତିଥି- ୯ମୀ ଦିବା ୦୯.୩୭ ଗତେ ୧୦ମୀ । More

ଗରିବଙ୍କ ପେଟକୁ ଲାତ, ସରକାରୀ ଚାଉଳ ଚଳୁ

ଢୋଲ ଭିତରେ ମୂଷା । ଗରିବଙ୍କ ପେଟକୁ ଲାତ । ବାବୁ ଖାଇଗଲେ ପିଡିଏସ୍ ଚାଉଳ । କାରସାଦି କରି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ହଡପ୍ କରି ନେଇଛନ୍ତି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ । More

ଆମ ସାର୍‌ ନାହାନ୍ତି, ଚିକ୍କଣ ଚେୟାର ଟେବୁଲ କ’ଣ ଆମକୁ ପାଠ ପଢ଼ାଇବ ?

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି । More

କେଉଁଠୁ, କାହିଁକି ଓ କେମିତି ବ୍ୟାପିଲା ହଇଜା ? ୬ ନୁହେଁ, ନେଲାଣି ୧୩ ଜୀବନ !

ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି । More

ସ୍ତ୍ରୀଠୁ ମୁକ୍ତି ପାଇଁ ପୁଅକୁ ଅପହରଣର ନାଟକ; ଗୋଟେ ଦିନରେ ଗୋଲ୍‌ କରିଦେଲା ପୋଲିସ..

କାଲି ସୁନ୍ଦରଗଡ଼, ଆଜି ଭୁବନେଶ୍ୱର..କାଲି ପିହୁ ଆଜି ଆଶୁତୋଷ । ଦୁଇ ଦିନରେ ଦୁଇ ଦୁଇଟି ଶିଶୁର ଜୀବନ ସହ ଖେଳ । More

ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନ୍ୟୁଡ୍‌ କଲ୍‌ କରାଇ ଲୁଟୁଥିଲା କୋଟି କୋଟି ଟଙ୍କା

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା । More